ETV Bharat / city

ଅଭିଯୋଗ ପରେ ଚେତିଲେ ସରକାର: ଧାର୍ଯ୍ଯ ହେଲା ଘରୋଇ ଆମ୍ବୁଲାନ୍ସ ଭଡା - Private ambulance rents fixed by transport department

ଏଣିକି ଘରୋଇ ଆମ୍ବୁଲାନ୍ସ ନେଉଥିଲେ ହେବନି ଲୁଟର ଶିକାର । ଅର୍ଥାତ ଅଧିକ ଭଡା ନେବେନି ଆମ୍ବୁଲାନ୍ସ କର୍ମଚାରୀ କି ମାଲିକ । ଅଧିକ ପଢନ୍ତୁ...

ଘରୋଇ ଆମ୍ବୁଲାନ୍ସ ଭଡା ହେଲା ଧାର୍ଯ୍ଯ
ଘରୋଇ ଆମ୍ବୁଲାନ୍ସ ଭଡା ହେଲା ଧାର୍ଯ୍ଯ
author img

By

Published : May 17, 2021, 4:10 PM IST

Updated : May 17, 2021, 7:41 PM IST

ଭୁବନେଶ୍ବର: ଏଣିକି ଘରୋଇ ଆମ୍ବୁଲାନ୍ସ ନେଉଥିଲେ ହେବନି ଲୁଟର ଶିକାର । ଅର୍ଥାତ ଅଧିକ ଭଡା ନେବେନି ଆମ୍ବୁଲାନ୍ସ କର୍ମଚାରୀ କି ମାଲିକ । କାରଣ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲା ପରିବହନ ବିଭାଗ ।

ଏନେଇ ଛୋଟ ଆମ୍ବୁଲାନ୍ସ ବା ୮ ଲକ୍ଷ ଭିତରେ ଥିବା ଗାଡି ଯେପରିକି ଓମନି ଭଳି ଗାଡି ନେଉଥିଲେ ୧୦ କିମି ପିଛା ୭୫୦ ଟଙ୍କା ଭଡା ଦେବାକୁ ପଡିବ । ପରେ ପ୍ରତି କିମି ପିଛା ୩୦ ଟଙ୍କା ଭଡା ଦେବାକୁ ପଡିବ ।

ସେହିପରି ଅତ୍ୟାଧୁନିକ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ନେଲେ ୧୦ କିମି ପାଇଁ ୧୦୦୦ ଟଙ୍କା ଭଡା ଦେବେ । ପରେ ପ୍ରତି କିମି ପିଛା ୫୦ ଟଙ୍କା ଭଡା ଦେବାକୁ ପଡିବ ।

ସେହିପରି ଟିକୋ ବଡ ଗାଡି ଥିବା ଆମ୍ବୁଲାନ୍ସ ବା ୮-୧୦ ଲକ୍ଷ ଥିବା ଗାଡି ଯେପରିକି ବୋଲେରୋ ଆମ୍ବୁଲାନ୍ସ ନେଲେ ୧୦ କିମି ପର୍ଯ୍ୟନ୍ତ ୧୦୦୦ ଟଙ୍କା ଭଡା ଦେବେ । ପରେ କିମି ପିଛା ୩୦ ଟଙ୍କା ଟଙ୍କା ଭଡା ଦେବେ ।

ବେସିକ୍ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ନେଲେ ୧୦କିମି ପାଇଁ ୧୫୦୦ଟଙ୍କା ପରେ ୫୦ଟଙ୍କା କିମି ପିଛା ଭଡା ଦେବେ ।

ସେହିପରି ୧୦ ଲକ୍ଷରୁ ଅଧିକ ଟଙ୍କା ଥିବା ଆମ୍ବୁଲାନ୍ସ ଯେପରି ୱିଙ୍ଗର ଭଳି ବଡ ଆମ୍ବୁଲାନ୍ସ 10 କିମି ପାଇଁ ୧୨୫୦ ଟଙ୍କା ଭଡା ନେବେ । ପରେ ପ୍ରତି କିମି ପିଛା ୩୦ ଟଙ୍କା ଭଡା ନେବେ ।

ସେହିପରି ଅତ୍ୟାଧୁନିକ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ନେଲେ ୧୦ କିମି ପାଇଁ ୨୦୦୦ଟଙ୍କା ଭଡା । ପରେ କିମି ପିଛା ୫୦ ଟଙ୍କା ଭଡା ଦେବେ।

ସେହିପରି ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ନେଲେ ୧୦ କିମି ପାଇଁ ୩୦୦୦ହଜାର ଟଙ୍କା ଭଡା ଓ ପରେ କିମି ପିଛା ୫୦ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ଟ୍ରାନ୍ସପୋର୍ଟ ବିଭାଗ । ଏନେଇ ଆମ୍ବୁଲାନ୍ସରେ ପିପିଇ କିଟ, ଅକ୍ସିଜେନ ସପୋର୍ଟ ସହ ଅନ୍ୟାନ୍ୟ ସୁବିଧା ରହିଥିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 17, 2021, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.