ETV Bharat / city

ଘରକୁ ଲକ୍ଷ୍ମୀ ଆସିବା ପରେ ଚମକିଲା ପ୍ରୀତି ରଞ୍ଜନଙ୍କ ଭାଗ୍ୟ

author img

By

Published : Jun 5, 2022, 2:52 PM IST

ଚମକୁଛି ସୁକିନ୍ଦା ବିଧାୟକ ତଥା ବିଜେଡି ନେତା ପ୍ରୀତି ରଞ୍ଜନ ଘଢାଇଙ୍କ ଭାଗ୍ୟ । ଭାଗ୍ୟଦେବୀଙ୍କ କୃପା ରହିଛି ପ୍ରୀତିଙ୍କ ଉପରେ । ନୂଆ ବର୍ଷ ତାଙ୍କ ପାଇଁ ଶୁଭ ପ୍ରମାଣିତ ହୋଇଛି । ଖାଲି ନୂଆ ବର୍ଷ କାହିଁକି ନିକଟରେ ଘରକୁ ଆସିଥିବା ଦୁଇ ଦୁଇ ଜଣ ଲକ୍ଷ୍ମୀ ମଧ୍ୟ ପ୍ରୀତିଙ୍କ ପାଇଁ ଲକି ପ୍ରମାଣିତ ହୋଇଛନ୍ତି । ଅଧିକ ପଢନ୍ତୁ

pritiranjan gharai swon in as ministry of state to cabinet in naveen patnaik govt two days after become father of twins baby
ସୁକିନ୍ଦା ବିଧାୟକଙ୍କ ପାଇଁ ଲକି ଦୁଇଝିଅ, ଜାଣନ୍ତୁ କାରଣ

ଭୁବନେଶ୍ବର: ଚମକୁଛି ସୁକିନ୍ଦା ବିଧାୟକ ତଥା ବିଜେଡି ନେତା ପ୍ରୀତି ରଞ୍ଜନ ଘଢାଇଙ୍କ (Pritiranjan Gharai) ଭାଗ୍ୟ । ଭାଗ୍ୟଦେବୀଙ୍କ କୃପା ରହିଛି ପ୍ରୀତିଙ୍କ ଉପରେ । ନୂଆ ବର୍ଷ ତାଙ୍କ ପାଇଁ ଶୁଭ ପ୍ରମାଣିତ ହୋଇଛି । ଖାଲି ନୂଆ ବର୍ଷ କାହିଁକି ନିକଟରେ ଘରକୁ ଆସିଥିବା ଦୁଇ ଦୁଇ ଜଣ ଲକ୍ଷ୍ମୀ ମଧ୍ୟ ପ୍ରୀତିଙ୍କ ପାଇଁ ଲକି ପ୍ରମାଣିତ ହୋଇଛନ୍ତି । ଆପଣ ଭାବୁଥିବେ ଆମେ କ'ଣ କହିବାକୁ ଚାହୁଁଛୁ । ହଁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ପ୍ରୀତି ରଞ୍ଜନ ଘଡାଇ । ଗ୍ରାମୀଣ ଉନ୍ନୟନ ଓ ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ପ୍ରୀତି ରଞ୍ଜନ ଘଡାଇ । ପ୍ରଥମ ଥର ଲାଗି ସେ ମନ୍ତ୍ରୀ ପଦ ପାଇଛନ୍ତି ।

ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରୁ ଥରେ ଓ ସୁକିନ୍ଦାରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରୀତିରଞ୍ଜନ । ତାଙ୍କୁ ଗ୍ରାମୀଣ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିିଛି । ପ୍ରକାଶ ଥାଉ କି, ଏ କିଛି ଦିନ ତଳେ ପ୍ରୀତି ରଞ୍ଜନ ଘଡାଇଙ୍କ ଅଭିନେତ୍ରୀ ପତ୍ନୀ ଦୁଇଟି ଯାଆଁଳା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଘରକୁ ଲକ୍ଷ୍ମୀ ଆସିଛନ୍ତି । ଝିଅ ହେବା ପରେ ପ୍ରୀତିଙ୍କ ଭାଗ୍ୟ ଯେପରି ବଦଳି ଯାଇଛି । ଗୋଟେ ପଟେ ଝିଅ ହେବା ଖୁସି ଆଉ ଅନ୍ୟ ପଟେ ମାତ୍ର କିଛି ଦିନ ପରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଖବର ତାଙ୍କ ପାଇଁ ଡବଲ ଖୁସି ଆଣି ଦେଇଛି ।

ଆଜି ରାଷ୍ଟ୍ର ଗ୍ରାମୀଣ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି । ଚଳିତ ବର୍ଷ ପ୍ରୀତି ରଞ୍ଜନ ଘଢାଇଙ୍କ ପାଇଁ ଶୁଭ ଆଉ ତାଙ୍କ ପାଇଁ ଦୁଇ ଝିଅ ଲକି ବୋଲି ଚର୍ଚ୍ଚା ହେଉଛି । ୨ ବର୍ଷ ତଳେ ଓଲିଉଡ ଅଭିନେତ୍ରୀ ଝିଲିକଙ୍କୁ ବିବାହ କରିଥିଲେ । ଜୁନ ପହିଲାରେ ପ୍ରୀତି ରଞ୍ଜନ ଓ ଝିଲିକ ଯମଜ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.