ETV Bharat / city

ସର୍ବଦଳୀୟ ବୈଠକ ପୂର୍ବରୁ ବାଣ ମାରିଲା BJP

author img

By

Published : Nov 5, 2021, 4:28 PM IST

ସର୍ବଦଳୀୟ ବୈଠକରେ ଯୋଗଦେବା ନେଇ ବିଜେପି ସାଧରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ବିଜେପି ସମସ୍ତ ରାଜନୈତିକ ପ୍ରସ୍ତୁତି ସାରିଦେଇଛି । କେଉଁ ନିୟମ ଆଧାରରେ, କେଉଁଠି ସଂରକ୍ଷଣ ରହିଲା ଆଉ କେଉଁଠି ହଟିଲା ବୋଲି ପ୍ରଶ୍ନ କରିଛି ବିଜେପି । ଅଧିକ ପଢନ୍ତୁ...

ସର୍ବଦଳୀୟ ବୈଠକରେ ଯୋଗ ଦେବା ନେଇ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଆସନ୍ତାକାଲି (ଶନିବାର) ହେବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗଦେବା ନେଇ ବିଜେପି ସାଧରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ବିଜେପି ସମସ୍ତ ରାଜନୈତିକ ପ୍ରସ୍ତୁତି ସାରିଦେଇଛି । ବିଜେପିର ଇସ୍ତାହାରରେ ରହିବ ପଞ୍ଚାୟତର ସମସ୍ୟା । ତେବେ ସଂରକ୍ଷଣର ସଂଜ୍ଞା ଏପର୍ଯ୍ୟନ୍ତ ଅଧିକାରୀ ବି ଜାଣିନାହାନ୍ତି । କେଉଁ ନିୟମ ଆଧାରରେ କେଉଁଠି ସଂରକ୍ଷଣ ରହିଲା, ଆଉ କେଉଁଠି ହଟିଲା ବୋଲି ପ୍ରଶ୍ନ କରିଛି ବିଜେପି । ତରବରିଆ ଭାବେ ଭୁଲ୍ ନିଷ୍ପତ୍ତି ନେଇ ସବୁ ଭୁଲ୍ କରିଛନ୍ତି ସରକାର । ଆଉ ଅଭିଯୋଗ କଲା ପରେ ବି ସରକାର ତର୍ଜମା କଲେନି ବୋଲି କହିଛନ୍ତି ପୃଥ୍ବୀରାଜ ।

ତେବେ ପଲ୍ଲୀସଭା ଓ ଗ୍ରାମସଭା ଉଠାଇ ପଞ୍ଚାୟତିରାଜ ବ୍ୟବସ୍ଥାର ଉଚ୍ଛେଦ କଲେ ସରକାର। ତେଣୁ, ପଞ୍ଚାୟତ ସ୍ତରରେ ବହୁ ଅନ୍ୟାୟ ଅନୀତି ଚାଲିଛି । ସମୟ ଆସିଛି ଲୋକ ତାର ଉଚିତ୍ ଜବାବ୍ ଦେବେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପୃଥ୍ବୀରାଜ। ମୁଖ୍ୟମନ୍ତ୍ରୀ ମମିତା ମେହେରଙ୍କ ମୃତ୍ୟୁ ପରେ ନା ମୁହଁ ଖୋଲିଲେ ନା କଳାହାଣ୍ଡି ଗଲେ । ହେଲେ, ଖଣ୍ଡେ ଭୋଟ୍ ପାଇଁ ବିଜେଡ଼ି ସବୁକିଛି କରିପାରେ । ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ନକରି, ତାଙ୍କ ସହ ଷ୍ଟେଜ୍ ସେୟାର କଲେ, ଉପଯୁକ୍ତ ଜବାବ ଦେବେ କଳାହାଣ୍ଡିବାସୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.