ଭୁବନେଶ୍ବର: ପାରମ୍ପରିକ ଦୋଳି ସହ ରଜ ପାଳିଛନ୍ତି କଏଦୀଙ୍କ ପିଲାମାନେ । ଝାରପଡା ଜେଲ ପରିସରରେ ଥିବା ମଧୁରମୟୀ ଆଶ୍ରମରେ ରହୁଥିବା ଅନ୍ତେବାସୀ ରଜ ପାଳିଛନ୍ତି ।
କୋରୋନା କଟକଣା ସତ୍ତ୍ବେ ଫିକା ପଡିନି ଏମାନଙ୍କ ଉତ୍ସବ । ପରିବାରଠୁ ଦୂରରେ ରହି ବାପା ମାଆଙ୍କ ସ୍ନେହରୁ ବଞ୍ଚିତ ହୋଇ ମଧ୍ୟ ଆଶ୍ରମକୁ ନିଜ ପରିବାର ଭାବି ଏଠାରେ ସମସ୍ତ ଉତ୍ସବ ପାଳନ କରିଥାନ୍ତି ଏହି ପିଲାମାନେ ।
ନିଜ ନିଜ ଭିତରେ ସଜବାଜ ହୋଇ ନାଚଗୀତ କରି ଉତ୍ସବ ପାଳି ଖୁସି ମନାଇଛନ୍ତି ଏହି କୁନି କୁନି ପିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ