ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସ୍ୱାକ୍ଷରତା ଅଭିଯାନର ଉଦଘାଟନ । ଆଜି(ଶନିବାର) ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଅଭିଯାନ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଘର ଘର ବୁଲିବ ମୋବାଇଲ ଭ୍ୟାନ ।
ଏହି ଡିଜିଟାଲ ସ୍ବାକ୍ଷରତା ଅଭିଯାନ ଶୁକ୍ରବାର ପ୍ରଥମ କରି ଜଗତସିଂହପୁର ଜିଲ୍ଲାରୁ ଆରମ୍ଭ ହୋଇଛି । ଏହି ମୋବାଇଲ ଭ୍ୟାନ ଘରକୁ ଘର ବୁଲିବା ସହିତ ସଚେତନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ଶନିବାର ଖୋର୍ଦ୍ଧା ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏହା ଭୋଡାଫୋନ୍ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ଆୟୋଜିତ କରାଯାଇଥିଲା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ