ETV Bharat / city

ଦେଶର ସନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀ

author img

By

Published : Jun 14, 2022, 10:37 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ କାର୍ଯ୍ୟକାଳକୁ 8 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରରେ କେନ୍ଦ୍ର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ପ୍ରେସମିଟ । ପ୍ରେସମିଟ କରି ମନ୍ତ୍ରୀ କହିଛନ୍ତି ଦେଶର ଶୁନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ପରଠୁ ପୂର୍ବ ଭାରତ ଅବହେଳିତ ହୋଇ ଆସୁଥିଲା । ଅଧିକ ପଢନ୍ତୁ

ଦେଶର ସନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀ
ଦେଶର ସନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ କାର୍ଯ୍ୟକାଳକୁ 8 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରରେ କେନ୍ଦ୍ର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ପ୍ରେସମିଟ । ପ୍ରେସମିଟ କରି ମନ୍ତ୍ରୀ କହିଛନ୍ତି ଦେଶର ସନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ପରଠୁ ପୂର୍ବ ଭାରତ ଅବହେଳିତ ହୋଇ ଆସୁଥିଲା । ପ୍ରଧାନମନ୍ତ୍ରୀ ପୂର୍ବ ଭାରତକୁ ପ୍ରାଥମିକତା ଦେଇ ଓଡିଶା ଭଳି ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଇଛନ୍ତି । 8 ବର୍ଷ ସଫଳତାର ହିସାବ ଦେଇ ମନ୍ତ୍ରୀ କହିଛନ୍ତି ପିଏମ କିଷାନ ରେ ଓଡିଶାର 40 ଲକ୍ଷ ଚାଷୀ ଉପକୃତ ହେଉଛନ୍ତି ।

ସେହିପରି ମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାମାନ ଭାରତ ଯୋଜନା ଲାଗୁ ହୋଇଛି । ମାତ୍ର ଏହା ଦୁଃଖର ବିଷୟ ଗରିବ ପରିବାର କୁ 5 ଲକ୍ଷ ଟଙ୍କାର ସହାୟତା ରାଶି ପହଞ୍ଚି ପାରୁନି । ଓଡିଶା ଏହାକୁ ଲାଗୁ କଲା ନାହିଁ । ଜନ ଔଷଧୀ କେନ୍ଦ୍ର ଦ୍ୱାରା ଲୋକଙ୍କୁ ଶସ୍ତାରେ ଔଷଧ ମିଳୁଛି । ଓଡିଶାରେ 6 ହଜାର ଜାତୀୟ ରାଜପଥ ନିର୍ମାଣ ହୋଇଛି । ଜଳ ଜୀବନ ମିଶନରେ 42 ଲକ୍ଷ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସରେ 17 ଲକ୍ଷ, ସହରାଞ୍ଚଳରେ 1 ଲକ୍ଷ ପକ୍କା ଘର ଯୋଗାଇ ଦିଆଯାଇଛି ।

ଉଜ୍ଜ୍ୱଳା ଯୋଜନାରେ ମହିଳା ମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି । ଜିଲ୍ଲାରେ ଯେଉଁ ପ୍ରଡକ୍ଟ ଉତ୍ପାଦନ ହେଉଛି ତାକୁ ମାର୍କେଟିଂ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ନୂଆ ଷ୍ଟାଟଅପ ପାଇଁ ବ୍ୟବସ୍ଥା କରାଯାଉଛି । ଦେଶରେ ଯେତିକି ଷ୍ଟାଟଅପ ହୋଇଛି 1217 ଷ୍ଟାଟଅପ ଓଡ଼ିଶାର ରହିଛି । ଆହୁରି ଅଧିକ ଷ୍ଟାଟଅପ କରିବା ପାଇଁ ଭାରତ ସରକାର ଯୋଜନା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶୁଭେଚ୍ଛା ଜଣାଇ କହିଛନ୍ତି ସମସ୍ତ ଓଡିଶା ବାସୀ ଓ ଏଠାକାର ମାଆ ମାନଙ୍କୁ ରଜ ପର୍ବର ଶୁଭେଚ୍ଛା ଓ ଶୁଭ କାମନା । 3 ଦିନ ଧରି କିପରି ଧରିତ୍ରୀ ଓ ମାତୃ ଶକ୍ତି କୁ ପୂଜା କରାଯାଏ ତାହା ଓଡିଶାରେ ହିଁ ଦେଖିବାକୁ ମିଳେ । ଏହି ପରମ୍ପରା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ନିଆରା ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.