ETV Bharat / city

ବିଧାନସଭାରେ ହାଣ୍ଡିଶାଳ ତାତି, ବିବୃତି ରଖିଲେ ମନ୍ତ୍ରୀ - Price hike

ପ୍ରଶ୍ନକାଳରେ ତାତି ଉଠିଛି ଗୃହ । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ କମ୍ପିଛି ବିଧାନସଭା।

ଫାଇଲ ଫଟୋ
author img

By

Published : Nov 20, 2019, 2:01 PM IST

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ପ୍ରଶ୍ନକାଳରେ ସମୟରେ ତାତି ଉଠିଛି ଗୃହ। ବିଶେଷ କରି ତେଲ, ଡାଲି, ଆଳୁ ଓ ପିଆଜ ଦର ବୃଦ୍ଧି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଖବର ଥିବା ଗୃହରେ ସ୍ବୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହା ଏକ ଜାତୀୟ ସମସ୍ୟା। କାରଣ ପଡୋଶୀ ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ। ପଡୋଶୀ ରାଜ୍ୟର ଦର ନିର୍ଦ୍ଧାରଣର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼େ। ଦର ନିୟନ୍ତ୍ରଣ ବ୍ୟବସ୍ଥା ରାଜ୍ୟ ସରକାର ବ୍ୟବସାୟୀଙ୍କ ସହ ବୈଠକ କରି ନିର୍ଦ୍ଧାରଣ କରନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ଜିଲ୍ଲାପାଳ ଓ ବ୍ୟବସାୟୀ ବୈଠକରେ ସୁଲଭ ମୂଲ୍ୟ ଉପରେ ଦୃଷ୍ଟି ରଖିବା ସହ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଆଳୁ ପିଆଜ ଗଛିତ ରଖିବା ପାଇଁ ନିର୍ଦ୍ଦେଶ ଲାଗୁ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରଖି 100 କୋଟି ଟଙ୍କାର ପ୍ରାଇସ ଷ୍ଟେବିଲାଇଜେସନ ଫଣ୍ଡ ଗଠନ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ବିଧାନସଭାରେ ହାଣ୍ଡିଶାଳ ତାତି

ଓଜନରେ ଅସାଧୁ ଉପାୟ ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି। 2018-19ରେ 5466 ମାମଲା ରୁଜୁ ହୋଇ 1କୋଟି 7ଲକ୍ଷ 32ହଜାର 900 ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି 2017-18ରେ 6737 ମାମଲା ରୁଜୁ ହୋଇ 1କୋଟି 49ଲକ୍ଷ 58ହଜାର 650 ଟଙ୍କା ଆଦାୟ ହୋଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ।

ଭୁବନେଶ୍ବରରୁ ଅଜିତ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନସଭା ରେ ହାଣ୍ଡିଶଳ ତାତି। ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧିକୁ ନେଇ ପ୍ରଶ୍ନକାଳରେ ସରଗରମ ଆଲୋଚନା। ବିଶେଷ କରି ତେଲ, ଡାଲି, ଆଳୁ, ପିଆଜ ଦର ବୃଦ୍ଧି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଖବର ଥିବା ଗୃହରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ। ଏହା ଜାତୀୟ ସମସ୍ୟା। କାରଣ ପଡୋଶୀ ରାଜ୍ୟ ଉପରେ ଓଡ଼ିଆ ନିର୍ଭରଶୀଳ। ସେମାନଙ୍କ ଦର ନିର୍ଦ୍ଧାରଣର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼େ। ଦର ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା-ରାଜ୍ୟ ସରକାର ବ୍ୟବସାୟୀଙ୍କ ସହ ବୈଠକ କରି ଦର ନିୟନ୍ତ୍ରଣ ପନ୍ଥା ନିଅନ୍ତି।
ଜିଲ୍ଲାପାଳ ଓ ବ୍ୟବସାୟୀ ବୈଠକରେ ସୁଲଭ ମୂଲ୍ୟ ଉପରେ ଦୃଷ୍ଟି ରଖିବା ପଦକ୍ଷେପ ସହ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି।
ଆଳୁ ପିଆଜ ପାଇଁ Storage Control Order ଲାଗୁ ହୋଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରଖି 100 କୋଟି ଟଙ୍କାର Price Stabilization Fund ଗଠନ କରାଯାଇଛି।
ସୁଲଭ ଦରରେ ପିଆଜ ବିକୁଛନ୍ତି ରାଜ୍ୟ ସରକାର।
ମାପ ଓ ଓଜନରେ ଅସାଧୁ ଉପାୟ ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି। 2018-19ରେ 5466 ମାମଲା ରୁଜୁ ହୋଇ 1କୋଟି 7ଲକ୍ଷ 32ହଜାର 900 ଟଙ୍କା ଜରିମାନା ଆଦାୟ ହୋଇଛି।
2017-18ରେ 6737 ମାମଲା ରୁଜୁ ହୋଇ 1କୋଟି 49ଲକ୍ଷ 58ହଜାର 650 ଟଙ୍କା ଆଦାୟ ହୋଇଛି।Body:ବାଇଟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଯୋଗାଣ ମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.