ETV Bharat / city

କୋରୋନା ସଚେତନତା, ସ୍ବାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ - press meet over awareness for corona

ଦିନକୁ ଦିନ କୋରୋନା ଗୋଟେ ପରେ ଗୋଟେ ଦେଶକୁ ସଂକ୍ରମିତ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହା 110 ଦେଶକୁ ବ୍ୟାପିଲାଣି । ତେଣୁ ଏଥିପ୍ରତି ଆମ ଦେଶ ତଥା ରାଜ୍ୟର ଲୋକମାନଙ୍କୁ ସତର୍କତା ଅବଲମ୍ବନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚାଇ ଦିଆଯାଇଛି ।

କରୋନା ସଚେତନତା, ସ୍ବାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ

author img

By

Published : Mar 11, 2020, 8:05 PM IST

ଭୁବନେଶ୍ବର: କୋରୋନା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଦିନକୁ ଦିନ କୋରୋନା ଗୋଟେ ପରେ ଗୋଟେ ଦେଶକୁ ସଂକ୍ରମିତ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହା 110 ଦେଶକୁ ବ୍ୟାପି ସାରିଲାଣି । ତେଣୁ ଏଥିପ୍ରତି ଆମ ଦେଶ ତଥା ରାଜ୍ୟବାସୀଙ୍କୁ ସତର୍କତା ଅବଲମ୍ବନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚାଇ ଦିଆଯାଇଛି ।

କରୋନା ସଚେତନତା, ସ୍ବାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ 1ଲକ୍ଷ 20 ହଜାରରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆମ ଦେଶରେ ଏପର୍ଯ୍ୟନ୍ତ 60 ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଗୁଡିକ ହେଉଛି ଚୀନ, ଇଟାଲୀ, ଇରାନ, ଜାପାନ, ଦକ୍ଷିଣ କୋରିଆ ଓ ହଂକଂ । ତେଣୁ ସେହି ସବୁ ଦେଶକୁ ଏବେ ଅତି ଜରୁରୀ ନଥିଲେ ଯାତ୍ରା ନକରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଏହାସହ ଆମେରିକା ଓ ଇଂଲଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିବାରୁ ଓଡ଼ିଶାର ନାଗରିକଙ୍କୁ ସେଠାକୁ ନ ଯିବାକୁ କୁହାଯାଇଛି । ସେହିପରି ଆମ ଦେଶରେ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଓ କେରଳରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ସବୁ ଦେଶ ଓ ରାଜ୍ୟରୁ ଆସୁଥିବା ଲୋକଙ୍କୁ 14 ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଓଡିଶାରେ 16ଟି ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ସେଥିରୁ 14ଟିର ରିପୋର୍ଟ ଆସିଛି । ଯେଉଁଥିରେ କେହି ବି ଜଣେ ଏହା ଦ୍ବାରା ସଂକ୍ରମିତ ହୋଇ ଥିବାର ସୂଚନା ନାହିଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରକାଶ କରିଛନ୍ତି ।

ତେବେ ଯଦିବି ରାଜ୍ୟରେ କୌଣସି ବ୍ୟକ୍ତି ଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ ଏହାକୁ ନଲୁଚାଇ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରି ପରୀକ୍ଷା କରନ୍ତୁ । ଏହାସହ ନିଜେ ସାବଧାନତା ଅବଲମ୍ବନ କରିବା ସହ 14 ଦିନିଆ ନିରୀକ୍ଷଣରେ ରହିବାକୁ କୁହାଯାଇଛି । ଯଦି କୌଣସି ଅନୁଷ୍ଠାନର କର୍ମଚାରୀ ଏଭଳି ସଂକ୍ରମିତ ହୋଇଥିବାର ଜଣାଯାଏ ତେବେ ଅନୁଷ୍ଠାନ ତାଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ପ୍ରୋତ୍ସାହନ କରିବାକୁ ବିଭାଗ ପକ୍ଷରୁ ମଧ୍ୟ କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.