ETV Bharat / city

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ

author img

By

Published : Jul 29, 2020, 1:34 PM IST

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାରେ ଦୁଇ ବିଜେପି ବିଧାୟକଙ୍କ ନାମରେ ମାମଲା ରୁଜୁ ହେବା ଘଟଣାରେ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢ଼ନ୍ତୁ...

press meet of bjp state president,  bjp state president Samir Mohanty, case against 2 mla, jayanarayan Mishra, Nauri nayak, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ, ବିଜେପି ବିଧାୟକଙ୍କ ନାମରେ ମାମଲା ରୁଜୁ
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ଦୁଇ ବିଜେପି ବିଧାୟକଙ୍କ ନାମରେ ମାମଲା ରୁଜୁ ହେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି। କୋଭିଡ଼ ମହାମାରୀ ନେଇ ସମ୍ବଲପୁର ସହର ଓ ପଶ୍ଚିମ ଓଡି଼ଶାରେ ସମ୍ପୂର୍ଣ୍ଣ ଭାବରେ ସ୍ଥିତି ସଙ୍ଗୀନ, ସେ ଦୃଷ୍ଟିରୁ ବିଧାୟକ ଜୟ ନାରାୟଣ ମିଶ୍ର ଓ ବିଧାୟକ ନାଉରି ନାୟକ ୪ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଜଣାଇଥିଲେ। ମଙ୍ଗଳବାର ମଧ୍ୟ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ ଦୁଇ ବିଧାୟକ, ହେଲେ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କୁ ଯେଉଁଭଳି ଭାବରେ ବ୍ୟବହାର କରି ନାଲି ଆଖି ଦେଖାଗଲା ଓ ପରେ ତାଙ୍କ ନାମରେ ପୋଲିସ ମାମଲା ରୁଜୁ କରାଗଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏହକୁ ବିଜେପି ଦୃଢ ନିନ୍ଦା କରୁଛି କହିଛନ୍ତି ସମୀର।

ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ନାଲି ଆଖିକୁ ବିଜେପି ଡରିବ ନାହିଁ ବରଂ ଏହାର କଡା ମୁକାବିଲା କରିବ ବୋଲି ବୁଧବାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ ହସ୍ପିଟାଲ କରିବେ ବୋଲି କହିଥିଲେ, ହେଲେ କଲେ ନାହିଁ । ଜନ ପ୍ରତିନିଧିଙ୍କୁ ଏଭଳି ବ୍ୟବହାର ନିନ୍ଦନୀୟ। ପୂର୍ବରୁ ଶାସକ ଦଳର ଅନେକ ବିଧାୟକ, ଆଇନ ମନ୍ତ୍ରୀ ଓ ନେତା କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ବିଜେପି ସର୍ବଦା ଲୋକଙ୍କ ସମସ୍ୟା ଉଠାଇବ ବୋଲି ସମୀର ମହାନ୍ତି କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.