ETV Bharat / city

ମହାନଦୀ ଟ୍ରିବୁନାଲର କଚ୍ଛପ ଗତି ପାଇଁ ଓଡିଶାର ବନ୍ୟା ଓ ମରୁଡି ସମସ୍ୟା ହେଉଛି ଉତ୍କଟ

ମହାନଦୀ ଟ୍ରିବ୍ୟୁନାଲର କଚ୍ଛପ ଗତି ପାଇଁ ଓଡ଼ିଶାରେ ବନ୍ୟା ଓ ମରୁଡି ସମସ୍ୟା ଉତ୍କଟ ହେଉଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନ କହିଛି । ଅଧିକ ପଢ଼ନ୍ତୁ

author img

By

Published : Aug 27, 2022, 10:37 PM IST

press meet by mahanadi banchaa andolan over mahanadi tribunal
ମହାନଦୀ ଟ୍ରିବ୍ୟୁନାଲର ଅଗ୍ରଗତି ନେଇ ସରକାରଙ୍କ ଉପରେ ବର୍ଷିଲେ ସୁଦର୍ଶନ

ଭୁବନେଶ୍ବର: ମହାନଦୀରେ ବନ୍ୟା ଆସିବା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମହାନଦୀ ଟ୍ରିବ୍ୟୁନାଲର ଅଗ୍ରଗତି ହୋଇନଥିବାରୁ ରାଜ୍ୟରେ ବାରମ୍ବାର ଏଭଳି ସ୍ଥିତି ଦେଖାଦେଉଛି ବୋଲି ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ (press meet by mahanadi banchaa andolan) । ଟ୍ରିବ୍ୟୁନାଲକୁ ୪ ବର୍ଷ ପୂରିଥିଲେ ମଧ୍ୟ କୌଣସି ଆଜିଯାଏ ରାଜ୍ୟବାସୀ ବନ୍ୟା ଏବଂ ମରୁଡ଼ି ବିପତ୍ତିର ସମ୍ମୁଖୀନ ହେଉଥିବା ସୁଦର୍ଶନ କହିଛନ୍ତି ।

ସୁଦର୍ଶନ ଦାସ କହିଛନ୍ତି, "ମହାନଦୀ ଜଳ ଓ ବନ୍ୟାର ସୁପରିଚାଳନା ହୋଇଥିଲେ ଲୋକଙ୍କୁ ଏହି ଦୁର୍ଦ୍ଦଶାରୁ ରକ୍ଷା କରାଯାଇ ପାରିଥାନ୍ତା। ତଳ ମୁଣ୍ଡରେ ବନ୍ୟାର ପ୍ରତିକାର, ଆଗୁଆ ପଦକ୍ଷେପ, ନଦୀ ବନ୍ଧ ଗୁଡ଼ିକର ରକ୍ଷଣବେକ୍ଷଣ ଠିକ ଭାବରେ ହୋଇ ନଥିବା କାରଣରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି l ଅଗଷ୍ଟ ମାସରେ ମହାନଦୀ ପ୍ରବଳ ବନ୍ୟା ଆଣିଲା l ଏପ୍ରିଲଠାରୁ ଜୁନ ମାସ ପର୍ଯ୍ୟନ୍ତ ନଦୀ ଶୁଖିଲା ପଡ଼ିଲା । ଛତିଶଗଡ଼ର କଲମା ବ୍ୟାରେଜରୁ ମୁନ୍ଦାଏ ପାଣି ଓଡ଼ିଶା ପଟକୁ ଆସିଲା ନାହିଁ l ଫଳରେ ମହାନଦୀ ଶୁଖିଲା ପଡ଼ିରହିଲା। ଛତିଶଗଡ଼ ସରକାର ଅଣ ମୌସୁମୀ ସମୟରେ ମହାନଦୀରେ ଆଦୌ ପାଣି ନଛାଡିବା ଯେମିତି ଦୁଃଖ ଦାୟକ, ଓଡ଼ିଶା ସରକାର ସେହି ସମୟରେ ନିଦା ବିଷ୍ଣୁ ସାଜି ଚୁପ ରହିବା ସେମିତି ମର୍ମନ୍ତୁଦ l ବନ୍ୟା ସମୟରେ ଦୁଇ ରାଜ୍ୟ ଭିତରେ ଯଦି ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ ହୋଇ ପାରିଲା ତେବେ ମହାନଦୀ ଶୁଖିଲା ପଡ଼ିଥିବା ସମୟରେ କାହିଁକି ସେଭଳି ବୈଠକ ହେଲାନାହିଁ ? ଓଡ଼ିଶା ସରକାର ସେଥି ପାଇଁ କାହିଁକି ତତ୍ପର ହେଲେ ନାହିଁ ? ଓଡ଼ିଶା ବାସୀ ଓ ମହାନଦୀ ପାଇଁ ରାଜ୍ୟ ସରକାରଙ୍କ ବାସ୍ତବରେ ଦରଦ ନାହିଁ ବୋଲି ପ୍ରମାଣିତ ହୁଏ l"

ଏହା ମଧ୍ୟ ପଢ଼ନ୍ତୁ: ଭୁଆଶୁଣି ଡମ୍ପିୟାର୍ଡ ବିବାଦ, ଫିଟିଲାନି ବାଟ, ତୁଟୁନି ଅଳିଆ ଅଡୁଆ

ସେ ଆହୁରି କହିଛନ୍ତି, ଆଜି ମହାନଦୀ ଟ୍ରିବୁନାଲର ୩୦ ତମ ବୈଠକ ବସିଛି l ବର୍ତ୍ତମାନ ପର୍ଯ୍ୟନ୍ତ କମନ ଇନଫର୍ମେଶନ ଫର୍ମାଟ ଚୁଡାନ୍ତ ହୋଇ ପାରିନାହିଁ । ଏବେ ବି ୧୦ ଜଣ ସାକ୍ଷୀ ସେମାନଙ୍କ ଏଫିଡେବିଟ ଦାଖଲ କରିନାହାଁନ୍ତି l ଫଳରେ ଟ୍ରିବ୍ୟୁନାଲକୁ (mahanadi tribunal issue) ୪ ବର୍ଷ ବିତିବାକୁ ଯାଇଥିଲେ ମଧ୍ୟ ଏହାର ଶୁଣାଣି ଆରମ୍ଭ ହୋଇନାହିଁ । ବିଶେଷକରି ଜଳବାୟୁ ପରିବର୍ତ୍ତନର ସମସ୍ୟା ଅତି ଉତ୍କଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ l ସେହି କଥାକୁ ଗୁରୁତର ସହିତ ବିଚାର କରିବା ପାଇଁ ଉଭୟ ରାଜ୍ୟ ଏକାଠି ବସି କଥାବାର୍ତ୍ତା କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ ବୋଲି ସୁଦର୍ଶନ ଦାସ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.