ETV Bharat / city

Presidential Election: ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି, ନରସିଂହଙ୍କୁ ଭେଟିଲେ ପ୍ରଣବ

author img

By

Published : Jul 5, 2022, 8:16 PM IST

Updated : Jul 5, 2022, 8:37 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି । ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ମକରନ୍ଦ । ଏପଟେ ନବୀନଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ନିଜ ସମର୍ଥନ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡିଶାର ଝିଅ । ଓଡିଶାର ସ୍ୱାଭିମାନ । ତାଙ୍କ ବିଜୟ ଓଡିଶା ଲାଗି ସମ୍ମାନ । ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ । ଓଡିଶାର ସବୁ ଭୋଟ ଦ୍ରୌପଦୀଙ୍କ ପାଖକୁ ଯିବା ଉଚିତ । ତେଣୁ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ମକରନ୍ଦଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇଛନ୍ତି ବିଧାୟକ ମକରନ୍ଦ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲା ପରେ ଇଟିଭି ଭାରତକୁ ସାକ୍ଷାତକାର ଦେଇ ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ସାକ୍ଷାତ ପାଇଁ ନିମନ୍ତ୍ରଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ଏନଡିଏ ଆମର ଆଦିବାସୀ ସମ୍ପ୍ରଦାୟରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବାରୁ ମୁଁ ନିଶ୍ଚିତ ସମର୍ଥନ କରିବି ବୋଲି ମକରନ୍ଦ କହିଛନ୍ତି । ସେହିପରି 'ଦ୍ରୌପଦୀ ମୁର୍ମୁ ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ । ତାଙ୍କୁ ସମର୍ଥନ ଦେଇ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି' ବୋଲି କହିଛନ୍ତି ମକରନ୍ଦ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଧାୟକ ମକରନ୍ଦ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (Pranab Prakash Das) ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର (Narasingha Mishra) ଙ୍କୁ ସାକ୍ଷାତ କରି ଦ୍ରୌପଦୀଙ୍କ ପାଇଁ ସମର୍ଥନ ମାଗିଛନ୍ତି । ଏହାସହ ନରସିଂହ ଓ ନବୀନ ଫୋନ ଯୋଗେ ମଧ୍ୟ ଆଲୋଚନା କରିଥିବା ପ୍ରଣବ ସୂଚନା ଦେଇଛନ୍ତି । ଏହାସହ ସିପିଆଇ(ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ମଧ୍ୟ ଆଲୋଚନା କରି ସମର୍ଥନ ପାଇଁ ଅନୁରୋଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ପ୍ରଣବ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 5, 2022, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.