ETV Bharat / city

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଶ୍ରୀମନ୍ଦିରରେ ବିତାଇବେ ୪୫ ମିନିଟ୍‌

author img

By

Published : Feb 18, 2022, 1:39 PM IST

Updated : Feb 19, 2022, 7:28 AM IST

ଆଜି (ଶନିବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶାରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଅଧିକ ପଢନ୍ତୁ

ଶନିବାର ଆସୁଛନ୍ତି ରାଷ୍ଟ୍ରପତି
ଶନିବାର ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆଜି (ଶନିବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶାରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୦ ତାରିଖ ଦିନ ୧୦.୪୦ରେ ପୁରୀ ସ୍ଥିତ ଗୌଡିଆ ମିସନ ପ୍ଳତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ଳଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ । ଆଜି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି। ଭୁବନେଶ୍ବର ବିମାନ ବନ୍ଦରରେ ଦିନ ୨.୨୫ରେ ପହଞ୍ଚିବେ ।

ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩.୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ୫ଟାରୁ ୫.୪୫ରେ ଶ୍ରୀମନ୍ଦିର ରହି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିଲ୍ଲା ପ୍ରଶାନସନର ସମସ୍ତ ବ୍ୟବସ୍ତା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ସିଂହଦ୍ବାରରେ ପହଞ୍ଚିବେ ରାଷ୍ଟ୍ରପତି । ପରେ ପରେ ସାତପାହାଚ, ନାଟମଣ୍ଡବ ଦେଇ ମୂଳ ମନ୍ଦିରକୁ ପ୍ରବେଶ କରିବେ ରାଷ୍ଟ୍ରପତି ।

୫ଟା ୨୨ରେ ମହାପ୍ରଭୁଙ୍କ ଦର୍ଶନ ସାରି ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତର ବେଢାକୁ ପ୍ରସ୍ଥାନ କରିବେ । ବେହେରଣ ଦ୍ବାର ଠାରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ପୂଜାପଣ୍ଡାମାନେ ରାଷ୍ଟ୍ରପତିଙ୍କୁ ସ୍ବସ୍ତିବଚନ କରିବେ । ଏହାପରେ ମା' ବିମଳାଙ୍କୁ ଦର୍ଶନ କରି ବେଢାକୁ ଓହ୍ଲାଇବେ । ପରେ ପରେ ମହାଲକ୍ଷ୍ମୀଙ୍କ ଦର୍ଶନ ନିମନ୍ତେ ଲକ୍ଷ୍ମୀ ମନ୍ଦିରକୁ ପ୍ରବେଶ କରିବେ । ଏହାପରେ ଶ୍ରୀଜିଉଙ୍କ ଦର୍ଶନ ଶେଷ ହେବ । ୨୦ ତାରିଖ ଦିନ ୪ଟା ୪୦ ମିନିଟ ଦିଲ୍ଲୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

Last Updated : Feb 19, 2022, 7:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.