ETV Bharat / city

ଚଳିତ ବର୍ଷ ରାଜ୍ୟରୁ 10 ଜଣଙ୍କୁ ପଦ୍ମ ପୁରସ୍କାର

ଘୋଷଣା ହେଲା ଚଳିତ ବର୍ଷର ପଦ୍ମ ପୁରସ୍କାର। ସାରା ଦେଶରୁ ମୋଟ 14 ଜଣ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ । ଏହି ତାଲିକାରେ ରାଜ୍ୟରୁ ଜଣଙ୍କୁ ପଦ୍ମ ଭୂଷଣ ମିଳିବାକୁ ଥିବାବେଳେ 8 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

President office
President office
author img

By

Published : Jan 25, 2020, 7:59 PM IST

Updated : Jan 26, 2020, 1:09 AM IST

ଭୁବନେଶ୍ବର: ଘୋଷଣା ହେଲା ଚଳିତ ବର୍ଷର ପଦ୍ମ ପୁରସ୍କାର। ଚଳିତ ବର୍ଷ ରାଜ୍ୟରୁ ପଦ୍ମଶ୍ରୀ ପାଇବେ ମୋଟ 9 ଜଣ ବିଖ୍ୟାତ ବ୍ୟକ୍ତି ବିଶେଷ । ନୟାଗଡ ବାସିନ୍ଦା ପ୍ରଫେସର ରାଧା ମୋହନ ଓ ତାଙ୍କ କନ୍ୟା ସାବରମତି ଯୁଗ୍ମ ଭାବେ ପଦ୍ମଶ୍ରୀ ସମ୍ମାନ ପାଇବେ । ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଭୟ ବାପା ଓ ଝିଅ ପଦ୍ମ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

President
ଘୋଷଣା ହେଲା ଚଳିତ ବର୍ଷର ପଦ୍ମ ସମ୍ମାନ; ରାଜ୍ୟରୁ 2

ସେହିପରି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପାଇବେ ଦମୟନ୍ତୀ ବିଶ୍ରା ଓ ବିଣାପାଣୀ ମହାନ୍ତି । କଳା ପାଇଁ ଉତ୍ସବ ଚରଣ ଦାସ ଓ ମିତ୍ରଭାନୁ ଗୌଁତିଆ ମଧ୍ୟ ପଦ୍ମଶ୍ରୀ ପାଇବେ । ପଶୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଟକୃଷ୍ଣ ସାହୁଙ୍କୁ ମଧ୍ୟ ସମ୍ମାନ ମିଳିବ । ଅନ୍ୟପଟେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ । ଓଡ଼ିଶା ବାହାରେ ରହୁଥିବା ଦୁଇ ଓଡ଼ିଆ ବ୍ୟକ୍ତିତ୍ବ ମଧ୍ୟ ଏହି ସମ୍ମାନ ପାଇବେ । ସେମାନେ ହେଲେ ଚିକିତ୍ସା ବିଜ୍ଞାନ ପାଇଁ ଡ.ଦିଗମ୍ବର ବେହେରା ଏବଂ ଶିକ୍ଷା ଓ ସାହିତ୍ୟ ଲାଗି ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ । ଏହାସହ ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ଓଡିଶାର ପୂର୍ବତନ ରାଜ୍ୟପାଳ ଏସ୍‌ସି ଜମିରଙ୍କୁ ପ୍ରଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯିବ।

PHOTO
ପଦ୍ମଶ୍ରୀ ସମ୍ମାନ

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jan 26, 2020, 1:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.