ETV Bharat / city

26ରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି, 20ରେ ଦଳୀୟ କାର୍ଯ୍ୟକାରିଣୀ ବୈଠକ

ଡିସେମ୍ବର 26ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ଏହାପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି।

author img

By

Published : Dec 13, 2020, 3:35 PM IST

26ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ
26ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ବିଜୁ ଜନତା ଦଳ ଗଠନର 23 ବର୍ଷ ପୂର୍ତ୍ତି ଅବସର ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଡିସେମ୍ବର 26ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ଏହାପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି।

26ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ଏଥିପାଇଁ ଆସନ୍ତା 20 ରେ ବିଜେଡିର ଦଳୀୟ କାର୍ଯ୍ୟକାରିଣୀ ବସିବ । ଏବଂ 21ରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ବିଧାୟକ , ସାଂସଦ, ଜିଲ୍ଲାପରିଷଦ ସଦସ୍ୟ ସାମିଲ ହେବେ ।

ଏହି ପରିଷଦ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଦଳର ପରବର୍ତ୍ତୀ ରାଜନୈତିକ ରଣନୀତି ସ୍ଥିର କରାଯିବ । ଏହାସହ କେଉଁ ମୁଦ୍ଦା ନେଇ ଦଳ ଖସଡ଼ା ପ୍ରସ୍ତୁତ କରିବ।

ଏହି 32 ସାଂଙ୍ଗଠନିକ ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ, ଲୋକାଭିମୁଖୀ ଯୋଜନା ପହଞ୍ଚାଇବା, ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା ହେବ ବୋଲି କହିଛନ୍ତି ଦଳର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ, ଏନଏସି ସ୍ତରରେ ପ୍ରତିଷ୍ଠା ଦିବସ ପାଳିବ ଦଳ।

ଆସନ୍ତା 26 ତାରିଖରେ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଓ ବ୍ଲକ ସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.