ETV Bharat / city

ବଡ ଆକାରରେ ବିଜୁବାବୁଙ୍କ ଜୟନ୍ତୀ ପାଳିବ ବିଜେଡି

author img

By

Published : Feb 3, 2020, 12:22 PM IST

Updated : Feb 3, 2020, 1:32 PM IST

ଆସନ୍ତା ମାର୍ଚ୍ଚ 5 ରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ବଡ ଆକାରରେ ପାଳନ କରିବ ବିଜେଡି। 7ଦିନ ବ୍ୟାପୀ ଏହା ସମସ୍ତ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

bjd party office
ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 5 ରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ବଡ ଆକାରରେ ପାଳନ କରିବ ବିଜେଡି। 7ଦିନ ବ୍ୟାପୀ ଏହା ସମସ୍ତ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ । ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ବାଲିଯାତ୍ରା ପଡିଆରେ ସମାରୋହ କରାଯିବ। ଏନେଇ ସୋମବାର ବିଜେଡି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି ।

ଏହି 7 ଦିନ ମଧ୍ୟରେ ମହିଳା, ଯୁବ ଓ ଛାତ୍ର ବିଜେଡି ପାଇଁ କିଛି କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ବିଜୁ ବାବୁଙ୍କ ସାହାସିକତା ଓ ଓଡିଶା ଗଢିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଯିବ । ଏହାସହ 20 ବର୍ଷର ସଫଳତା କଥା ବି ଲୋକଙ୍କୁ ଜଣାଇବ ବିଜେଡି ।

ଆଜି(ସୋମବାର) ବିଜେଡି କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏହି ସବୁ ଯୋଜନା ପ୍ରସ୍ତୁତ କରାଯାଇଛି । ଯାହାକୁ ଅନୁମୋଦନ ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଯିବ ବୋଲି ସୂଚନା ମିଳିଛି। ତେବେ ଏହି ପ୍ରସ୍ତୁତି ବୈଠକ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବାବେଳେ ଏଥିରେ ଅନେକ ମନ୍ତ୍ରୀ, ନେତା ଓ ବିଧାୟକ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 3, 2020, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.