ETV Bharat / city

ଇଗୋ ହର୍ଟ ପାଇଁ ରକ୍ତାକ୍ତ ହେଇଥିଲା ରଙ୍ଗମାଟିଆ; ୭ ଅଭିଯୁକ୍ତ ଗିରଫ - bbsr news

ଖୋଲିଲା ରଙ୍ଗମାଟିଆ ହତ୍ୟାକାଣ୍ଡର ଗୁମର। ସେପ୍ଟେମ୍ବର ୧୦ ତାରିଖ ରଙ୍ଗମାଟିଆ ଦିପକ ବେହେରା ଓରଫ ଲଣ୍ତା ହତ୍ୟାକାଣ୍ଡ ନେଇଛି ରୋମାଞ୍ଚକ ମୋଡ। ଇଗୋ ହର୍ଟ କରିବାରୁ ଦିପକ ବେହେରାକୁ ହତ୍ୟା କରିଥିଲେ ଅଭିଯୁକ୍ତ।

ଡିଜାଇନ ଫଟୋ
author img

By

Published : Sep 17, 2019, 11:08 PM IST

Updated : Sep 18, 2019, 1:40 AM IST

ଭୁବନେଶ୍ବର: ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ। ପରେ ବାହାଘର ଭୋଜିରେ ମାରପିଟ। ମାରପିଟରେ ଇଗୋ ହର୍ଟରୁ ପ୍ରି ପ୍ଲାନ ମର୍ଡର। ସେପ୍ଟେମ୍ବର ୧୦ ତାରିଖ ରଙ୍ଗମାଟିଆ ଦିପକ ବେହେରା ଓରଫ ଲଣ୍ତା ହତ୍ୟାକାଣ୍ଡ ଏଭଳି ନେଇଛି ରୋମାଞ୍ଚକ ମୋଡ। ପୂର୍ବଶତୃତା ଅର୍ଥାତ ଇଗୋ ହର୍ଟ କରିବାରୁ ଦିପକ ବେହେରାକୁ ହତ୍ୟା କରିଥିଲେ ଅଭିଯୁକ୍ତ।

ଖବର ଅନୁଯାୟୀ, ଜମିଜମା ବିବାଦକୁ ନେଇ ପୂର୍ବରୁ ଏକ ବାହାଘର କାର୍ଯକ୍ରମରେ ପ୍ରମୋଦ ପରିଡା ଓ ସୌମ୍ୟ ରଞ୍ଜନ ପରିଡାକୁ ମାଡ ମାରିଥିଲେ ଦୀପକ ଓରଫ ଲଣ୍ଡା। ଯାହାକୁ ନେଇ ରାଗ ରଖିଥିଲେ ଦାଦା ପୁତୁରା ପ୍ରମୋଦ ଓ ସୌମ୍ୟ। ପରେ ଯୋଜନା ବଦ୍ଧ ଭାବେ ଲଣ୍ଡାର ନିଜ ଜଳଖିଆ ଦୋକାନରୁ ଫେରୁଥିବା ବେଳେ ଗୋଡ ଓ ମୁଣ୍ଡକୁ ହାଣି ହତ୍ୟା କରିଥିଲେ ଅଭିଯୁକ୍ତ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଘଟଣାରେ ୫ ମୁଖ୍ୟ ଅଭିଯୁକ୍ତଙ୍କ ସହ ୭ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟରମାଇଣ୍ଡ ସୌମ୍ୟ ରଞ୍ଜନ ପରିଡା, ପ୍ରମୋଦ ପରିଡା, ପ୍ରଫୁଲ ପରିଡା, ପ୍ରତାପ ପରିଡା ଓ ସୁର ସାହୁ। ଏମାନେ ଦୀପକ ବେହେରାକୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲେ।

ତେବେ ହତ୍ୟା ପରେ ଦୁଇ ସହଯୋଗି ମଳୟ ତରାଇ ଓ ମନୋଜ ବେହେରା ଜରିଆରେ ବାଇକରେ ଖସିଯାଇଥିଲେ ଅଭିଯୁକ୍ତ ସୌମ୍ୟ। ଏହି ମାମଲାରେ ବର୍ତ୍ତମାନ ୭ଜଣକୁ ଗିରଫ କରିଯାଇଥିବା ବେଳେ ଏବେ ବି ଫେରାର ଅଛନ୍ତି ଆଉ କିଛି ଅଭିଯୁକ୍ତ। ହତ୍ୟାରେ ବ୍ୟବହୃତ ଖଣ୍ଡା ଓ ଭୁଜାଲି ସହ ମୋବାଇଲ ଫୋନ ଓ ୨ଟି ବାଇକକୁ ଜବତ କରିଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:
ଇଗୋ ହର୍ଟ ପାଇଁ ପ୍ରି ପ୍ଲାନ ମର୍ଡର,
ରଙ୍ଗମାଟିଆ ହତ୍ଯାକାଣ୍ଡରେ ୭ଗିରଫBody:

ଜମିଜମା ବିବାଦ ନେଇ ଗଣ୍ଡଗୋଳ।ପରେ ବାହାଘର ଭୋଜିରେ ମାରପିଟ।ମାରପିଟରେ ଇଗୋ ହର୍ଟରୁ ପ୍ରି ପ୍ଲାନ ମର୍ଡର।ସେପ୍ଟେମ୍ବର ୧୦ ତାରିଖ ରଙ୍ଗମାଟିଆ ଦିପକ ବେହେରା ଓରଫ ଲଣ୍ତା ହତ୍ଯାକାଣ୍ଡର ଏଭଳି ନେଇଛି ମୋଡ। ପୁର୍ବଶତୃତା ଅର୍ଥାତ ଇଗୋ ହର୍ଟ କରିବାରୁ ଦିପକ ବେହେରାକୁ ହତ୍ଯାକରିଥିଲେ ଅଭିଯୁକ୍ତ। ଜମିଜମା ବିବାଦକୁ ନେଇ ପୁର୍ବରୁ ଏକ ବାହାଘର କାର୍ଯକ୍ରମରେ ପ୍ରମୋଦ ପରିଡା ଓ ସୌମ୍ଯ ରଂଜନ ପରିଡାକୁ ମାଡ ମାରିଥିଲେ ଦିପକ ଓରଫ ଲଣ୍ଡା। ଯାହାକୁ ନେଇ ଇଗୋ ହର୍ଟ ହେବାରୁ ରାଗ ରଖିଥିଲେ ଦାଦାପୁତୁରା ପ୍ରମୋଦ ଓ ସୌମ୍ଯ।ପରେ ଯୋଜନା ମୁତାବକ ଲଣ୍ଡାର ନିଜ ଜଳଖିଆ ଦୋକାନ ରୁ ଫେରୁଥିବା ବେଳେ ଗୋଡ ଓ ମୁଣ୍ଡକୁ ହାଣି ହତ୍ଯା କରିଥିଲେ ଅଭିଯୁକ୍ତ।ଘଟଣାରେ ୫ ମୁଖ୍ଯ ଅଭିଯୁକ୍ତଂକ ସହ ୭ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ।ଗିରଫ ଅଭିଯୁକ୍ତ ହେଲେ ମାଷ୍ଟରମାଇଣ୍ଡ ସୌମ୍ଯ ରଂଜନ ପରିଡା,ପ୍ରମୋଦ ପରିଡା,ପ୍ରଫୁଲ ପରିଡା,ପ୍ରତାପ ପରିଡା ସହ ସୁର ସାହୁ।ଯେକି ଦିପକ ବେହେରାକୁ ଭୁଜାଲିରେ ଆକ୍ରମଣ କରି ହତ୍ଯା କରିଥିଲେ।ତେବେ ହତ୍ଯା ପରେ ଦୁଇ ସହଯୋଗି ମଳୟ ତରାଇ ଓ ମନୋଜ ବେହେରା ଜରିଆରେ ବାଇକରେ ଖସିଯାଇଥିଲେ ଅଭିଯୁକ୍ତ ସୌମ୍ଯ।ତେବେ ୭ଜଣକୁ ଗିରଫ କରିଥିବା ବେଳେ ଏବେ ବି ଫେରାର ଅଛନ୍ତି ଆଉ କିଛି ଅଭିଯୁକ୍ତ। ହତ୍ଯାରେ ବ୍ଯବହୃତ ଖଣ୍ଡା ଓ ଭୁଜାଲି ସହ ମୋବାଇଲ ଫୋନ ଓ ୨ଟି ବାଇକକୁ ଜବତ କରିଛି ପୋଲିସ।

Conclusion:ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
Last Updated : Sep 18, 2019, 1:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.