ETV Bharat / city

ବିଏମସି ବଜେଟ 2020-21 ବର୍ଷରେ ୭୦୦ କୋଟି

author img

By

Published : Feb 26, 2020, 12:00 AM IST

ଓଡିଶା ମ୍ୟୁନିସିପାଲ ଆକ୍ଟ-138 ଆଧାରରେ ମାର୍ଚ୍ଚ ମାସ ପୂର୍ବରୁ ବଜେଟ ପ୍ରାକ ପ୍ରସ୍ତୁତି ହେଉଥିବାବେଳେ ପ୍ରତି ୱାର୍ଡରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ପାଇଁ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ବ୍ୟୟବରାଦ ଲକ୍ଷ ରଖାଯାଇଛି।

bbsr
2020-21ବର୍ଷରେ ବିଏମସି ବଜେଟ ପ୍ରସ୍ତୁତି

ଭୁବନେଶ୍ବର: ବ୍ୟୟ ଅଟକଳ ନେଇ ଚଳିତବର୍ଷ ବିଏମସି 2020-21 ବର୍ଷରେ 700 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି । ଓଡିଶା ମ୍ୟୁନିସିପାଲ ଆକ୍ଟ-138 ଆଧାରରେ ମାର୍ଚ୍ଚ ମାସ ପୂର୍ବରୁ ବଜେଟ ପ୍ରାକ ପ୍ରସ୍ତୁତି ହେଉଥିବାବେଳେ ପ୍ରତି ୱାର୍ଡରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ପାଇଁ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି।

2020-21ବର୍ଷରେ ବିଏମସି ବଜେଟ ପ୍ରସ୍ତୁତି

ମାର୍ଚ୍ଚ ୧୫ ସୁଦ୍ଧା ସମସ୍ତ ଅଧିକାରୀଙ୍କ ଠାରୁ ସମସ୍ତ ବଜେଟ ପ୍ଲାନ ପୈଠ କରିବାକୁ ନିର୍ଦ୍ଧେଶ ଦିଆଯାଇଛି। ଭୁବନେଶ୍ବର ମହାନଗର ନିଗମର 2020-21ବାର୍ଷିକ ବ୍ୟୟ ଅଟକଳ ପ୍ରାୟ 700 କୋଟି ଟଙ୍କା ଆକଳନ କରାଯାଇଛି। ମଙ୍ଗଳବାର ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 2020-21 ବର୍ଷ ପାଇଁ ବଜେଟ ଉପସ୍ଥାପନା ଏବଂ ଏହାର ପ୍ରସ୍ତୁତି ରୂପରେଖ ବାବଦରେ ବିଷଦ ଭାବେ ଆଲୋଚନା କରାଯାଇଛି।

ଏହି ପ୍ରସ୍ତୁତି ବୈଠକରେ ବଜେଟ ସମ୍ପର୍କିତ କାର୍ଯ୍ୟବଳୀ, ତଥ୍ୟାବଳୀ ଇତ୍ୟାଦି ଯଥାଶୀଘ୍ର ଉପସ୍ଥାପନା କରି ଏହାକୁ ଚୂଡାନ୍ତ କରିବାକୁ ବିଏମସି କତ୍ତୃପକ୍ଷ ନିର୍ଦ୍ଧେଶ ଦେଇଛନ୍ତି। 2019-20 ଲାଗି ବ୍ୟୟ ଅଟକଳ ବଜେଟ ଥିଲା 461 କୋଟି, 2020-21 ବର୍ଷ ଲାଗି ବ୍ୟୟ ଅଟକଳ ରହିଛି 700କୋଟି ଓ 2018-19 ବର୍ଷରେ ବିଏମସି ଖର୍ଚ୍ଚ 298 କୋଟି ହୋଇଥିବାବେଳେ 2019-20ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ 300 କୋଟି ଟଙ୍କା ଖର୍ଚ୍ଚ ସରିଛି।

ଆହୁରି 2 ମାସ ରହିଛି। 2020-21 ଆୟ ବ୍ୟୟ ଅଟକଳ 5 କୋଟି 90 ଲକ୍ଷ ଧାର୍ଯ୍ୟ କରାଯାଇଛି। ସେହିପରି 2019-20 ରେ ସ୍ବଚ୍ଛ ପରିମଳ ପାଇଁ ସର୍ବାଧିକ 56 କୋଟି ବଜେଟ ଥିବାବେଳେ 2020-21ପାଇଁ 76 କୋଟି ରହିଛି।

2019-20 ରେ ଦ୍ବିତୀୟ ସର୍ବାଧିକ ବ୍ୟୟ ଅଲୋକୀକରଣ ପାଇଁ ୧୯ କୋଟି ଥିଲାବେଳେ ୨୦୨୦-୨୦୨୧ ବର୍ଷ ଅଲୋକୀକରଣ ପାଇଁ 34 କୋଟି ବଜେଟ ରହିଛି।

ବିଏମସିରେ କାର୍ଯ୍ୟରତ ସମସ୍ତ ବିଭାଗର ଡେପୁଟି କମିଶନର,3 ଟି ଜୋନର ଜୋନାଲ କମିଶନର,ସମସ୍ତ ନିର୍ବାହୀ ଯନ୍ତ୍ରୀ, ସିଟି ସ୍ବାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ନିଜେ ନିଜର ବଜେଟ ପ୍ରସ୍ତୁତ କଲାବେଳେ ବିଶେଷ ଭାବେ ପ୍ରତ୍ୟକ ୱାର୍ଡକୁ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର।

ବିଶେଷକରି ଯେଉଁଠାରେ ୱାର୍ଡ ଅଫିସ ନାହିଁ ସେଠାରେ ବିଏମସି କିମ୍ବା ସରକାରୀ ଭୂମି ଥିଲେ ଏଥିପାଇଁ ଆବଶ୍ୟକ ହେଉଥିବା ୱାର୍ଡ ଅଫିସ ନିର୍ମାଣ ଯୋଜନା ଏବଂ ବଜେଟ କରିବା ପାଇଁ ରହିଥିବା ୱାର୍ଡ ଅଫିସ ଗୁଡିକର ଆବଶ୍ୟକୀୟ ନବୀକରଣ ଏବଂ ଭିତ୍ତିଭୂମି ତଥା ଆସବାବପତ୍ର ନିମନ୍ତେ ବଜେଟ ପ୍ରସ୍ତୁତି କରିବାକୁ କୁହାଯାଇଛି ବୋଲି ବିଏମସି ମୁଖ୍ୟ ବିତ୍ତ ଅଧିକାରୀ ଲାବନ୍ୟ ଶବର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.