ଭୁବନେଶ୍ବର: ଶେଷ ନିଶ୍ବାସ ତ୍ୟାଗଲ କରିଛନ୍ତି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ । ପ୍ରିୟର ଦିଲ୍ଲୀପ ଭାଇଙ୍କୁ ହରାଇବା ପରେ ଖେଳିଯାଇଛି ଶୋକର ଛାୟା । ଏନେଇ ଗୁରୁବାର ସ୍ଥାନୀୟ ଇଡକଲ ଅଡିଟୋରିୟମରେ ତାଙ୍କୁ ଦିଆଯାଇଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ନେତା ମନ୍ତ୍ରୀଙ୍କ ସହ ବରିଷ୍ଠ ସାମ୍ବାଦିକ ତଥା ବୁଦ୍ଧିଜୀବୀ ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ପ୍ରକାଶ ଯେ ମୃତ୍ୟୁ ବେଳକୁ ଦିଲ୍ଲୀପଙ୍କୁ ମାତ୍ର 55 ବର୍ଷ ହୋଇଥିଲା । ହେଲେ ଦୀର୍ଘ ଦିନର ଅସୁସ୍ଥତା ପରେ ସେ ଆଖି ବୁଜିଥିଲେ । ତାଙ୍କର ଅକାଳ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତେବେ ତାଙ୍କୁ ସ୍ମୃତିରେ ଗୁରୁବାର ସ୍ଥାନୀୟ ଇଡକଲ୍ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ନେତା ମନ୍ତ୍ରୀ ଓ ସାମ୍ବାଦିକ ପହଞ୍ଚିଛନ୍ତି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ