ETV Bharat / city

ଫନି କ୍ଷତିଗ୍ରସ୍ତଙ୍କୁ ମିଳିବ ବାସଗୃହ

author img

By

Published : Oct 18, 2019, 1:07 AM IST

ଫନିରେ ବାସହରା ହୋଇପଡିଥିବା ପ୍ରଭାବିତଙ୍କୁ ମିଳିବ ଘର । ଏ ନେଇ କେବଳ କେନ୍ଦ୍ର ସ୍ବୀକୃତିକୁ ଅପେକ୍ଷା । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଫନି ପ୍ରଭାବିତ ୧୪ଜିଲ୍ଲାର ୧୨ଲକ୍ଷ ୫୭ ହଜାର କ୍ଷତିଗ୍ରସ୍ତଙ୍କୁ ବାସଗୃହ ମିଳିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ ସରିଲାଣି । ଏ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଯିବ ସହ ଏହାର ସମସ୍ତ ବିବରଣୀ କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଆପ୍‌ରେ ଉପଲବ୍ଧ ହେବ ।

ସେହିପରି ଅବଶିଷ୍ଟ ୧୬ ଜିଲ୍ଲାରେ ୧୦ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଛି । ହେଲେ ଏହାର ଫଟୋ କେନ୍ଦ୍ରକୁ ପଠାଯାଇପାରୁନାହିଁ । କାରଣ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ଆପ ଏବେ ସୁଦ୍ଧା ବ୍ଲକ ହୋଇପଡିଛି । ଗୁରୁବାର ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା କରିଥିବା ସମୀକ୍ଷା ବୈଠକରେ ଏ ସମ୍ବନ୍ଧରେ ସୂଚନା ମିଳିଛି ।

ସେହିପରି ଚଳିତ ବର୍ଷ ବିଜୁ ପକ୍କାଘର ଯୋଜନାରେ ବର୍ତ୍ତମାନ ସୁଦ୍ଧା ୭୫ ହଜାର ଘର ନିର୍ମାଣ କାମ ଶେଷ ହୋଇଛି । ଏହି ଯୋଜନା ( ବିଜୁପକ୍କା ) ରେ ୮ ଲକ୍ଷ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବିଜୁ ପକ୍କାଘର ଯୋଜନାରେ ଅଦ୍ୟାବଧି ଅସମ୍ପୂର୍ଣ୍ଣ ଥିବା ୨୧ହଜାର ଘରକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ନେଇ ପ୍ରତି ସପ୍ତାହରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହେବ । ଏଥିସହ ଏଣିକି ହିତାଧିକାରୀ ନିଜ ଘରର କାର୍ଯ୍ୟ ଶେଷ ହେଲା ପରେ ପ୍ରସ୍ତୁତ ଆପରେ ନିଜ ଘରର ଫଟୋ ସହ ଅନ୍ୟାନ୍ୟ ଘର ଅପଲୋଡ଼ କରିପାରିବେ। ଏପରିକି ହିତାଧିକାରୀ ସିଧାସଳଖ ଘର ତିଆରି ବାବଦ ଅର୍ଥ ସମ୍ବନ୍ଧରେ ଜାଣିପାରିବେ । ଏଥିସହିତ ଆପ ଜରିଆରେ ବିଲ୍‌ ପ୍ରଦାନର ସମସ୍ତ ସୂଚନା ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ‘5T’ ଯୋଜନାରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ସହ ମନ୍ତ୍ରୀଙ୍କ ଏହି ବୈଠକରେ ‘ଆମ ଗାଁ ଆମ ବିକାଶ’ରେ ଗ୍ରାମୀଣ ସଡକ ଓ ସେତୁ ନିର୍ମାଣ , ରୋଜଗାର ଗ୍ରାମାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍, ବିଜୁ ପକ୍କାଘର ଯୋଜନା ଆଦି ନେଇ ୨୦୧୯-୨୦ ବର୍ଷର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସମୀକ୍ଷା ହୋଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଫନି ପ୍ରଭାବିତ ୧୪ଜିଲ୍ଲାର ରେ ୧୨ଲକ୍ଷ ୫୭ ହଜାର ଫନି କ୍ଷତିଗ୍ରସ୍ତ ପରିବଖକୁ ବାସଗୃହ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଚହ୍ନଟ କରିଛନ୍ତି ।ଏହାର ସମସ୍ତ ବିବରଣୀ କେନ୍ଦ୍ର ସରକାରଙ୍କ ଆପ ଅପୋଲୋଡ କରାଯିବା ସହିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି ।ସେହିପରି ଅବଶିଷ୍ଟ ୧୬ ଜିଲ୍ଲାରେ ୧୦ଲକ୍ଷ ପରିବାର କୁ ଚିହ୍ନଟ କରାଯିଥିବା ବେଳେ ଏହାର ଫଟୋ କେନ୍ଦ୍ର ସରକାରଙ୍କୁ ପଠାଯାଉପାରୁନାହିଁ ।କାରଣ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତ କରିଥିବା ଆପ କୁ ବର୍ତ୍ତମାନ ସୁଦ୍ଧା ବ୍ଲକ କରି ରଖିଛନ୍ତି ।ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଯେନା କରିଥିବା ସମୀକ୍ଷା ବୈଠକରେ ଏହା ଜଣାପଡିଛି ।

Body:ସେହିପରି ବିଜୁ ପକ୍କାଘର ଯୋଜନାରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୭୫ ହଜାର ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।ଏହି ଯୋଜନା ରେ ୮ଲକ୍ଷ ଗୃହ ନିର୍ମାଣପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।ବିଜୁ ପକ୍କାଘର ଯୋଯନାରେ ଅଦ୍ୟାବଧି ଅସମ୍ପୂର୍ଣ୍ଣ ଥିବ ୨୧ହଜାର ଘରକୁ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏନେଇ ପ୍ରତି ସପ୍ତାହରେ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ।ହିତାଧିକାରୀ ମାନେ ଏଣିକି ନିଜ ଘରର କାର୍ଯ୍ୟ ଶେଷ ହେଲେ ପ୍ରସ୍ତୁତ ଆପରେ ନିଜ ଘର ର ଫଟୋ ସହ ଅନ୍ୟାନ୍ୟ ଘର ଅପଲୋଡ଼ କରିପାରିବେ ।ହିତାଧିକାରୀ ମାନେ ସିଧାସଳଖ ଘର ତିଆରି ବାବଦ ଅର୍ଥ ଯାଇପାଇବ ।ଏଥିସହିତ ଆପ ଜରିଆରେ ବିଲି ପ୍ରଦାନ ର ସମସ୍ତ ସୂଚନା ପ୍ରଦାନ କରାଯିବ ।ରାଜ୍ୟ ସରକାରଙ୍କ ୫ଟି ଯୋଯନାରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
Conclusion:ଏହା ସହ ଆମ ଗାଁ ଆମ ବିକାଶ ର ଗ୍ରାମୀଣ ସଡକ ଓ ସେତୁ ନିର୍ମାଣ ,ରୋଜଗାର ଗ୍ରାମାଞ୍ଚଳରେ ଷ୍ଟ୍ରିଟ୍ ଲାଇଟି ବିଜୁ ପକ୍କାଘର ଯୋଯନାରେ ୨୦୧୯-୨୦ ରେ ବର୍ତ୍ତମାନ ସ୍ତିତି ସମ୍ପର୍କରେ ସମୀକ୍ଷା କରିଛନ୍ତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.