ETV Bharat / city

ପ୍ରଶାନ୍ତ ସେନାପତିଙ୍କୁ ଅଟଳ ସମ୍ମାନ ପ୍ରଦାନ

ବିଜେପି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚତୁର୍ଥ ବର୍ଷ ପାଇଁ ଅଟଳ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ବିଜେପିର ଦକ୍ଷ ସଂଗଠକ ତଥା ପୂର୍ବତନ ଭୁବନେଶ୍ବର ଜିଲ୍ଲା ସଭାପତି ପ୍ରଶାନ୍ତ ସେନାପତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଅଧିକ ଖବର ପଢନ୍ତୁ...

ପ୍ରଶାନ୍ତ ସେନାପତିଙ୍କୁ ଅଟଳ ସମ୍ମାନ ପ୍ରଦାନ
ପ୍ରଶାନ୍ତ ସେନାପତିଙ୍କୁ ଅଟଳ ସମ୍ମାନ ପ୍ରଦାନ
author img

By

Published : Dec 26, 2019, 1:13 AM IST

ଭୁବନେଶ୍ବର: ବିଜେପି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚତୁର୍ଥ ବର୍ଷ ପାଇଁ ଅଟଳ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ବିଜେପିର ଦକ୍ଷ ସଂଗଠକ ତଥା ପୂର୍ବତନ ଭୁବନେଶ୍ବର ଜିଲ୍ଲା ସଭାପତି ପ୍ରଶାନ୍ତ ସେନାପତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ 95 ତମ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି ।

ପ୍ରଶାନ୍ତ ସେନାପତିଙ୍କୁ ଅଟଳ ସମ୍ମାନ ପ୍ରଦାନ

ଏହି ଅବସରରେ ବିଶିଷ୍ଟ କବି ଭାବେ ବିରଞ୍ଚି ନାରାୟଣ ପଣ୍ଡା ଓ ସମାଜସେବୀ ସୁବୋଧ ମିଶ୍ରଙ୍କୁ ମଧ୍ୟ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ଅଭିନେତ୍ରୀ ତଥା ନେତ୍ରୀ ଅନୁ ଚୌଧୁରୀ ଏବଂ ପିଙ୍କି ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରଶାନ୍ତ ସେନାପତି ଏହି ସମ୍ମାନ ଏବେ ବି ତାଙ୍କୁ ଯୁବକ ଭଳି ଆହୁରି କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି କହିଥିଲେ । ଦେଶରେ ବିଭିନ୍ନ ସଂଗଠନ ପକ୍ଷରୁ ସରକାରୀ ବିରୋଧୀ ପ୍ରଦର୍ଶନ ନାମରେ ରାଷ୍ଟ୍ରର ସମ୍ପତ୍ତି ନଷ୍ଟ କରାଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହିତ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଯେପରି ଏହାଠାରୁ ଦୁରେଇ ରହିବେ ସେ ନେଇ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.