ETV Bharat / city

ଓଡିଶା ସହ ପ୍ରଣବ ଦା'ଙ୍କ ନିବିଡ ସମ୍ପର୍କ, ବିଜୁବାବୁଙ୍କ ଥିଲେ ବଡ ପ୍ରଶଂସକ

author img

By

Published : Sep 1, 2020, 9:37 PM IST

ଓଡିଶା ସହ ରହିଥିଲା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିବିଡ ସମ୍ପର୍କ । ଜନନାୟକ ବିଜୁ ପଟ୍ଟନାୟକଙ୍କ ମଧ୍ୟ ଜଣେ ବଡ ପ୍ରଶଂସକ ଥିଲେ ପ୍ରଣବ ଦା' । ଅଧିକ ପଢନ୍ତୁ...

ଓଡିଶା ସହ ପ୍ରଣବ ଦା'ଙ୍କ ନିବିଡ ସମ୍ପର୍କ, ବିଜୁବାବୁଙ୍କର ଥିଲେ ବଡ ପ୍ରଶଂସକ

ଭୁବନେଶ୍ବର: ଆଉ ନାହାନ୍ତି ଭାରତରତ୍ନ ପ୍ରଣବ ମୁଖାର୍ଜୀ । ଅପାସୋରା ଏବଂ ଅଫେରା ରାସ୍ତାର ପଥିକ ପାଲଟି ଯାଇଛନ୍ତି ପ୍ରଣବ । ହେଲେ ଓଡିଶା ସହ ତାଙ୍କର ସମ୍ପର୍କ କେବେ ହେଲେ ମନରୁ ପାସୋରିହେବ ନାହିଁ । ପଶ୍ଚିମବଙ୍ଗରୁ ହୋଇ ମଧ୍ୟ ଓଡିଶା ସହ ତାଙ୍କର ସମ୍ପର୍କ ଥିଲା ବେଶ ନିବିଡ ।

1999 ମସିହା ମହାବାତ୍ୟା ସମୟର କଥା । ପାକୃତିକ ବିପର୍ଯ୍ୟୟରେ ଯେତେବେଳେ ଓଡିଶାର ମେରୁଦଣ୍ଡ ଭାଙ୍ଗିଯାଇଥିଲା, ସେତେବେଳେ ନିଜ ଘରର ମଣିଷଟିଏ ପରି ଦଉଡି ଆସିଥିଲେ ପ୍ରଣବ ଦା' । ସାଂସଦ ଥିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଓଡିଶା ଆସି କେନ୍ଦ୍ରାପଡାର ବାତ୍ୟା ଅଞ୍ଚଳ ବୁଲି ବୁଲି ପରିଦର୍ଶନ କରିଥିଲେ ସେ । ଆଉ ବାତ୍ୟାଞ୍ଚଳ ବୁଲିବାରେ ତାଙ୍କୁ ସାହାଯ୍ୟ କରିଥିଲେ ଓଡିଶାର ଯୁବକ ତରୁଣକାନ୍ତି କାଞ୍ଚିଲାଲଲ । ତରୁଣଙ୍କ ମୋଟର ସାଇକେଲରେ ବୁଲିବୁଲି ପ୍ରଣବ ଦେଖିଥିଲେ ବାତ୍ୟା ପ୍ରଭାବିତ ଓଡିଆଙ୍କ ଦୁଃଖ ଦୁର୍ଦ୍ଦଶା ।

ପ୍ରଣବ ନିଜର ପ୍ରତ୍ୟେକ ଥରର ଓଡିଶା ଗସ୍ତରେ 4 କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଦର୍ଶନ କରିବାକୁ କେବେ ହେଲେ ଭୁଲି ନାହାନ୍ତି । ସାଧାରଣ ଜଗନ୍ନାଥ ପ୍ରେମୀଙ୍କ ପରି ସେ ସବୁବେଳେ ମହାପ୍ରଭୁଙ୍କ ନିକଟରେ ମଥା ନଇଁ ଆଶୀର୍ବାଦ ନେଇଛନ୍ତି । ରାଜନୈତିକ କାର୍ଯ୍ୟରେ ପ୍ରଣବ ଦା' ଅନେକ ଥର ଓଡିଶା ଗସ୍ତରେ ଆସିଥିବା ବେଳେ ରାଷ୍ଟ୍ରପତି ଥିବା ସମୟରେ ମୋଟ 4 ଥର ଓଡିଶା ଆସିଛନ୍ତି ।

କେବଳ ସେତିକି ନୁହେଁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ବିଜୁ ପଟ୍ଟନାୟକଙ୍କ ମଧ୍ୟ ଜଣେ ବଡ ପ୍ରଶଂସକ ଥିଲେ ପ୍ରଣବ ଦା' । 2018 ଜାନୁଆରୀରେ ଓଡିଶା ଆସିଥିବା ସମୟରେ ମୁଖାର୍ଜୀ ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ 'ଦି ଟଲ ମ୍ୟାନ ବିଜୁ ପଟ୍ଟନାୟକ' ପୁସ୍ତକ ଉନ୍ମୋଚନ କରିଥିଲେ । ଜଣେ ସାଧାରଣ ବ୍ୟକ୍ତି ଭାବରେ ବିଜୁବାବୁଙ୍କ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେବା ଗର୍ବର ବିଷୟ ବୋଲି କହିଥିଲେ ପ୍ରଣବ ।

ବିଜୁପଟ୍ଟନାୟକ ସହ ଘନିଷ୍ଠତାକୁ ନେଇ ପ୍ରଣବ କହିଥିଲେ ଯେ ମୁଁ ଏବଂ ମୋ ପରିବାର ତାଙ୍କ ଠାରୁ ଅନେକ ସ୍ନେହ ପାଇଛୁ । ପୂର୍ବତନ ରାଷ୍ଟ୍ରପତି ବିଜୁ ବାବୁଙ୍କୁ ତାଙ୍କ ଜୀବନ କାଳରେ କିମ୍ବଦନ୍ତୀ ଭାବରେ ବର୍ଣ୍ଣନା କରି କହିଥିଲେ ଯେ ସେ ଓଡିଶାର ଆଞ୍ଚଳିକ ଭୂଗୋଳରେ ସୀମିତ ରହିବା ଉଚିତ ନୁହେଁ।

ଦୀର୍ଘ 60 ବର୍ଷ କାଳ ନିଜ ଜୀବନକୁ ରାଜନୀତି ତଥା ଜନସେବାରେ ସମର୍ପିତ କରିଦେଇଥିଲେ ପ୍ରଣବ । ପୋଲ୍ଟୁ ଦା'ରୁ ଦେଶର ପ୍ରେସିଡେଣ୍ଟ ହେବା ଯାଏଁ ରାଜନୀତିର ଲମ୍ବା ଇନିଙ୍ଗ୍ସ ଖେଳିବା ସମୟରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି ଓ ଏହାକୁ ନିରବର ସହ ସମାଧାନ ମଧ୍ୟ କରିଛନ୍ତି । ଆଜି ଚୀର ଦିନ ଏ ଦୁନିଆରୁ ବିଦାୟ ନେଇଯାଇଛନ୍ତି ପ୍ରଣବ ହେଲେ ଓଡିଶା ସହ ତାଙ୍କର ସମ୍ପର୍କ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.