ଭୁବନେଶ୍ବର: ରଥଯାତ୍ରା ବନ୍ଦ ହେବା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ପାଳନ କରାଯିବା ସହ ରାୟକୁ ସମ୍ମାନ ଜଣାଇବା ଉଚିତ୍ ବୋଲି କହିଛନ୍ତି ପ୍ରମିଳା ।
ଖାଲି ସେତିକି ନୁହେଁ, ଯେଉଁମାନେ ରଥଯାତ୍ରା କରିବାକୁ କହୁଛନ୍ତି, ଯଦି ରୋଗ ବ୍ୟାପିଲା ସେମାନେ ଦାୟୀ ରହିବେ କି ପ୍ରଶ୍ନ କରିଛନ୍ତି ସେ । ଏହାସହ ରଥଯାତ୍ରାରେ କୋରୋନା ବ୍ୟାପିବନି ବୋଲି ଗ୍ୟାରେଣ୍ଟି ଦେଇ ପାରିବେ କି ? ସେ ଆହୁରି କହିଛନ୍ତି କି, ସ୍ନାନଯାତ୍ରା ଏବଂ ରଥଯାତ୍ରା ଭିତରେ ବହୁତ ଫରକ ଅଛି । ତାହା ମନ୍ଦିର ଭିତରେ ହୁଏ । ରଥଯାତ୍ରା ସମ୍ପୂର୍ଣ୍ଣ ବାହାରେ ହେବ । ତେଣୁ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟଙ୍କୁ ପାଳନ କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ