ETV Bharat / city

ପରିବେଶ ସୁରକ୍ଷା ପାଇଁ ଗଡ଼ିଲା ପ୍ରକୃତି ରଥ

ପରିବେଶ ସୁରକ୍ଷା ପାଇଁ ଗଡିଲା ପ୍ରକୃତି ରଥ । ଏହି ରଥ ଜିଲ୍ଲାରୁ ଜିଲ୍ଲା ବୁଲିବା ସହ ଲୋକମାନଙ୍କୁ ସଚେତନ କରାଇବ । ସୋମବାର ଏହି ରଥକୁ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଛନ୍ତି ।

author img

By

Published : Jul 1, 2019, 4:20 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ପରିବେଶ ସୁରକ୍ଷା ପାଇଁ ପ୍ରକୃତି ରଥ । ପାରଦ୍ବୀପ ନାଗରିକ ମଞ୍ଚ ପକ୍ଷରୁ ଏହି ପ୍ରକୃତି ରଥର ଶୁଭାରମ୍ଭ କରାଯାଇଛି । ସୋମବାର ଏହି ରଥକୁ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଖବର ଅନୁଯାୟୀ, ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧି ପାଇବା ଫଳରେ ପରିବେଶ ନଷ୍ଟ ହେବା ସହ ଅନେକ ପ୍ରାକୃତିକ ଦୁର୍ବିପାକ ହେଉଛି । ଏହା ସହିତ ବିଭିନ୍ନ ରୋଗ ବୈରାଗ ମଧ୍ୟ ଅପ୍ରତ୍ୟାଶିତ ଭାବେ ମାଡି ଆସିବା ସହ ଲୋକମାନେ ମୃତ୍ୟୁମୁଖରେ ପଡୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସଚେତନତା କରିବା ଉଦେଶ୍ୟରେ ଏହି ରଥ ଯାତ୍ରା ଆରମ୍ଭ କରାଯାଇଛି ।

ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ପ୍ରତିବର୍ଷ ଭଳି ଏ ବର୍ଷ ଏହି ରଥ ଭୁବନେଶ୍ବରରୁ ବାହାରି ପାରାଦ୍ବୀପରେ ଶେଷ ହେବ ବୋଲି ଜଣାପଡିଛି । ଯାହାକି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ଯଥା କଟକ, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ବୁଲି ଲୋକମାନଙ୍କୁ ସଚେତନ କରିବ । ଏହାସହ ପ୍ଲାଷ୍ଟିକ ବ୍ୟବହାର ନକରିବା ଓ ବହୁତ ପରିମାଣରେ ଗଛ ଲଗାଇବାକୁ ପ୍ରବର୍ତ୍ତାଇବ ବୋଲି ମଞ୍ଚର ସଭାପତି ଅୟସକାନ୍ତ ରାୟ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ବୟସ ଅଶୀ ଉପରକୁ ହେଲାଣି । ପୁଅ ଝିଅ ଘର ସଂସାର, ସବୁଥିଲା । କିନ୍ତୁ ଏବେ ବୟସ ହୋଇ ଯିବାରୁ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇ ପଡିଛନ୍ତି ଲତା ରଣା ।ପୁଣି ଦୁଇ ବର୍ଷ ତଳେ ଗୋଡ ଭାଙ୍ଗି ଯିବାରୁ ଲତା ଆହୁରି ଅସହାୟ ଜୀବନ ବିତାଉଛନ୍ତି । ତାଙ୍କ ନିକଟରେ ନା ଅଛି ଘର ନା ପାଇଖାନା ।

Body:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟର ସମ୍ମୁଖରେ ପ୍ରାୟ୧୦୦ ମିଟର ଦୂରରେ ବାସ କରୁଛନ୍ତି ଅଶୀ ବର୍ଷ ବୟସ୍କା ମହିଳା ଲତା ରଣା ।ଦିନ ଥିଲା ପରିବାରର ସମସ୍ତ କାମଧାମ ସହ ସମସ୍ତଙ୍କ ପ୍ରିୟପାତ୍ର ଥିଲେ ଲତା । କିନ୍ତୁ ବୟସାଧିକ ତଥା ଦୁଇ ବର୍ଷ ତଳେ ଗୋଡ ଭାଙ୍ଗି ଯିବା ହେତୁ ସେ ପରିବାର ପାଇଁ ସତେଯେପରି ଅଲୋଡା ହୋଇଗଲେ । ଲତାଙ୍କ କହିବା କଥା ନିଜ ପିଲାମାନେ ମଧ୍ୟ ଅତ୍ୟନ୍ତ ଗରିବ, ତେଣୁ ସେମାନେ ମଧ୍ୟ କଣ କରିପାରିବେ। ଏ ହେଉଛି ମା ମନର ଆକୁଳତା ନିଜ ପିଲାମାନଙ୍କୁ ନେଇ ।ଗୋଟିଏ ନିଉଚାଣି ଦଦରା ଚାଳ ଘରେ ଅତ୍ୟନ୍ତ ଅସହାୟ ହୋଇ ପଡିରହିଥିବା ଲତାଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ସେ ଉପକୃତ ହୋଇପାରିବେ ବୋଲି ତାଙ୍କ ପଡୋଶୀ କହିଛନ୍ତି ।

Conclusion:ବାଇଟ-୧-ଲତା ରଣା, ଅସହାୟ ବୃଦ୍ଧା
ବାଇଟ-୨-ପରମେଶ୍ବର ମହାକୁଳ, ପଡୋଶୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.