ETV Bharat / city

81 ବର୍ଷରେ ପ୍ରଫୁଲ୍ଲ, ପଦ୍ମଶ୍ରୀଙ୍କ ଜନ୍ମଦିନ ପାଳିଲେ ବହୁ ପ୍ରତିଭା - ପ୍ରଫୁଲ କରଙ୍କ 81ତମ ଜୟନ୍ତୀ ପାଳନ

ଓଡିଆ ସଂଗୀତର ତାରକା ପଦ୍ମଶ୍ରୀ ପ୍ରଫୁଲ କର ପାଳିଲେ 81ତମ ଜନ୍ମ ଦିବସ । ପ୍ରଫୁଲ୍ଲ କର ଫାଉଣ୍ଡେସନ ତାଙ୍କ ଜନ୍ମଦିବସକୁ ମହାଆଡମ୍ବରରେ ପାଳନ କରିଛି । ସଙ୍ଗୀତ ପରିବେଷଣ କରି ଶୁଭେଚ୍ଛା ଜଣାଇଲେ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ।

ପ୍ରଫୁଲ୍ଲ କର ଫାଉଣ୍ଡେସନ ପାଳିଲା  ପ୍ରଫୁଲ କରଙ୍କ 81ତମ ଜୟନ୍ତୀ
ପ୍ରଫୁଲ କରଙ୍କ 81ତମ ଜୟନ୍ତୀ ପାଳନ
author img

By

Published : Feb 17, 2020, 4:17 PM IST

ଭୁବନେଶ୍ବର: ନିଜକୁ ବୁଢା ନୁହେଁ, ଯୁବକ ଭଳି ଅନୁଭବ କରନ୍ତି । 81 ନୁହେଁ 18ତମ ଜନ୍ମଦିନ ପାଳନ କରୁଛନ୍ତି ବୋଲି 81ତମ ଜନ୍ମ ଦିବସ ପାଳନ ଉତ୍ସବରେ କହିଛନ୍ତି ଓଡ଼ିଆ ସଙ୍ଗୀତର ତାରକା ପଦ୍ମଶ୍ରୀ ପ୍ରଫୁଲ୍ଲ କର । ତାଙ୍କ ଶୁଭେଚ୍ଛା ପାଇଁ ପ୍ରଫୁଲ୍ଲ କର ଫାଉଣ୍ଡେସନ ଆୟୋଜନ କରିଥିଲା ସଙ୍ଗୀତ ସନ୍ଧ୍ୟା କମଳ ଦେଶ ରାଜ କୁମାର । ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

81 ବର୍ଷରେ ପ୍ରଫୁଲ୍ଲ, ପଦ୍ମଶ୍ରୀଙ୍କ ଜନ୍ମଦିନ ପାଳିଲେ ବହୁ ପ୍ରତିଭା
ସଙ୍ଗୀତ ଏକ ବିରାଟ ବିଜ୍ଞାନ। ଏହାକୁ ହାସଲ କରିବା ପାଇଁ ଜୀବନବ୍ୟାପୀ ସାଧନା ଦରକାର । ଯାହା ପାଇଁ ପ୍ରଥମେ ଚରିତ୍ର ସୁଦ୍ଧି କରିବାକୁ ପଡେ । ହେଲେ ଆଜିକାର ଯୁବପିଢିମାନେ ଟଙ୍କା ରୋଜଗାର ଓ ନାମ କମାଇବା ପାଇଁ ସଙ୍ଗୀତ ପରିବେଷଣ ନାଁରେ ଅନ୍ୟ କିଛି କରୁଛନ୍ତି, ଯାହା କେବଳ ସର୍କସ । ଯୁବପିଢିଙ୍କ ଠାରେ ଅନେକ ପ୍ରତିଭା ରହିଛି କିନ୍ତୁ ତାକୁ ମାର୍ଜିତ ନ କରି ଅଳ୍ପ ଦିନରେ ନାମ କମାଇବା ପାଇଁ ଯୁବପିଢି ଅଧିକ ଗୁରୁତ୍ବ ଦେଉଛନ୍ତି । ଏହା ନ କରି ସାଧନା ପ୍ରତି ଦୃଷ୍ଟି ଦେଲେ ଜଣେ ସଫଳ ସଂଗୀତଶିଳ୍ପୀ ହୋଇ ପାରିବ ସେ କହିଥିଲେ ।

ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ସାଲୁ ଜିନ୍ଦଲଙ୍କୁ ଏହି ଅବସରରେ ଉର୍ବଶୀ ସମ୍ମାନ ପ୍ରଦାନ କରାଯାଇଥିଲା । ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ଅନନ୍ତ ନାରାୟଣ ଜେନା ଉତ୍ସବରେ ବିଶିଷ୍ଟ ଅତିଥି ଥିଲେ । ଏହି ଅବସରରେ ପ୍ରଫୁଲ୍ଲ କରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ରାଜ୍ୟ ପାଇଁ ଅଧିକ ଗୌରବ ଆଣିବାକୁ ପ୍ରାର୍ଥନା କରିଥିଲେ ଉପସ୍ଥିତ ଅତିଥି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.