କଂଗ୍ରେସର ପୁନଃର୍ଗଠନକୁ ନେଇ ପ୍ରଶ୍ନ, ସୁର କହିଲେ ପୁଣି ମୁଣ୍ଡ ଟେକୁଛି କଂଗ୍ରେସ - ନିର୍ବାଚନ ପୂର୍ବରୁ କଂଗ୍ରେସରେ ପରିବର୍ତ୍ତନ
ରାଜ୍ୟରେ କଂଗ୍ରେସର ପୁନଃର୍ଗଠନ ହେବାନେଇ ରାଜନୈତିକ ମହଲରେ ଚର୍ଚ୍ଚାରେ ଜୋର ଧରିଛି । ଏପରିକି ଜାତୀୟ ସ୍ତରରେ କମଲନାଥଙ୍କୁ କାର୍ଯ୍ୟକାରୀ ସଭାପତି ଦାଇତ୍ୱ ମିଳିବା ନେଇ ମଧ୍ୟ ଆଲୋଚନା ହେଉଛି । ଅଧିକ ପଢ଼ନ୍ତୁ...
ଭୁବନେଶ୍ବର: ରାଜ୍ୟରେ କଂଗ୍ରେସର ପୁନଃର୍ଗଠନ ହେବାନେଇ ରାଜନୈତିକ ମହଲରେ ଚର୍ଚ୍ଚାରେ ଜୋର ଧରିଛି । ଏପରିକି ଜାତୀୟ ସ୍ତରରେ କମଲନାଥଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମିଳିବା ନେଇ ମଧ୍ୟ ଆଲୋଚନା ହେଉଛି । ଆଗକୁ ୫ ଟି ରାଜ୍ୟର ନିର୍ବାଚନ ହେବାକୁ ଅଛି । ଏଭଳି ସ୍ଥିତିରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ପର୍ବ ମଧ୍ୟ ଆରମ୍ଭ ହେବାକୁ ଲାଗିଛି ।
ତେବେ ଏଠି ବଡ ପ୍ରଶ୍ନ ଉଠୁଛି କାହା ନେତୃତ୍ୱରେ ଆଗକୁ କଂଗ୍ରେସ ଲଢ଼ିବ ? ପିସିସି ମୁଖିଆ ପରିବର୍ତ୍ତନ ହେବେ କି? ଏଭଳି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳ ପାଇଁ ଅହରହ କାର୍ଯ୍ୟ କରୁଛନ୍ତି । ସେ ଯାହା କହିବେ ତାହା ହିଁ ହେବ । କଂଗ୍ରେସ ପୁଣି ମୁଣ୍ଡ ଟେକିଲାଣି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।
ସୋନିଆ ଗାନ୍ଧୀ ଯାହାକୁ ଦାୟିତ୍ବ ଦେବେ ତାକୁ ନେଇ ରାଜ୍ୟ କଂଗ୍ରେସ ଲଢ଼ିବ। ହାଇ କମାଣ୍ଡ ନିଷ୍ପତ୍ତିକୁ ସ୍ୱାଗତ କରିବୁ ବୋଲି କହିଛନ୍ତି ସୁର ରାଉତରାୟ । ହେଲେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ କଂଗ୍ରେସ ତୁରନ୍ତ ଏନେଇ ପଦକ୍ଷେପ ନେବା ଦରକାର ବୋଲି ଆଲୋଚନା ହେଉଛି ।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ