ETV Bharat / city

ଗାଁକୁ ପାନୀୟ ଜଳ ଯୋଗାଣ ପ୍ରସଙ୍ଗ: ବିଭାଗୀୟ ମନ୍ତ୍ରୀଙ୍କୁ ଘେରିଲେ ଶାସକ-ବିରୋଧୀ - drinking water project

ପାନୀୟ ଜଳକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ। ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଖସିଯିବାକୁ ଉଦ୍ୟମ କରୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଲେ ଖୋଦ ଶାସକ ବିଜେଡି ବିଧାୟକ ପ୍ରଦୀପ ମହାରଥୀ।

୨୦୨୪-୨୫ ସୁଦ୍ଧା ସବୁ ଗାଁକୁ ପିଇବା ପାଣି
author img

By

Published : Nov 19, 2019, 2:19 PM IST

Updated : Nov 19, 2019, 2:29 PM IST

ଭୁବନେଶ୍ବର: ଗାଁକୁ ପାନୀୟ ଜଳ ଯୋଗାଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ଉଭୟ ଶାସକ ଓ ବିରୋଧୀ। ଯେଉଁଭଳି ଭାବେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସରକାର ଘୋଷଣା କରିଥିଲେ ସେଭଳି କାମ ହେଉ ନାହିଁ ବୋଲି ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଧାନସଭାର ଚଲିତ ଶୀତ ଅଧିବେଶନର ଷଷ୍ଠ ଦିନରେ ଗୃହରେ ପଞ୍ଚାୟତିରାଜ ଓ ପାନୀୟଜଳ ଉପରେ ଆଲୋଚନା ହୋଇଥିଲା । ଯାହାକୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଥିଲେ ଖୋଦ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ।

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ରାଜ୍ୟରେ 47366ଟି ଗାଁ ରହିଛି। ସେଥିମଧ୍ୟରୁ 19504ଟି ଗାଁକୁ ପାନୀୟ ଜଳ ଯୋଗାଣ କରାଯାଇଥିବାବେଳେ 27,882ଗାଁକୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଥିଲେ। ଯାହାକୁ ଟାର୍ଗେଟ କରିଥିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ।

ଦେଶ ତଥା ରାଜ୍ୟରେ ସେ ଶ୍ରେଷ୍ଠ ମନ୍ତ୍ରୀର ପୁରସ୍କାର ପାଇଲେ। 2020 ସୁଦ୍ଧା ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ ମନ୍ତ୍ରୀ କହିଥିଲେ, ହେଲେ ଉତ୍ତର ଦେଲା ବେଳକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ। ସେ ତୁରନ୍ତର ସଂଜ୍ଞା କ'ଣ ବୋଲି ପ୍ରଶ୍ନ କରିଥିଲେ ମହାରଥୀ। କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ବିଭାଗୀୟ ମନ୍ତ୍ରୀ ଖସିଯିବାକୁ ଉଦ୍ୟମ କରୁଥିବାର ସାଙ୍ଘାତିକ ଅଭିଯୋଗ ମଧ୍ୟ କରିଛନ୍ତି। ଆଉ ବଳକା ଗାଁକୁ ଦିଲ୍ଲୀ ନା ଓଡ଼ିଶା ମେକାନିଜିମ ପାଣି କିଏ ଯୋଗାଇବ ସେ ନେଇ ଜବାବ ମାଗିଛନ୍ତି।

୨୦୨୪-୨୫ ସୁଦ୍ଧା ସବୁ ଗାଁକୁ ପିଇବା ପାଣି
2020 ସୁଦ୍ଧା ସମସ୍ତ ସହରରେ ପାଇପ ଯୋଗେ ପିଇବା ପାଣି ଉପଲବ୍ଧ କରିବା ସହ 2024-2025 ସୁଦ୍ଧା ସବୁ ଗାଁକୁ ପିଇବା ପାଣି ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ପାଇଁ 17372 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ବିଗତ 5 ବର୍ଷରେ କେନ୍ଦ୍ର ମାତ୍ର ଏ ବାବଦକୁ 549 କୋଟି ଟଙ୍କା ଦେଇଛି। ଏଥିରେ ରାଜ୍ୟର ଅଂଶ ରହିଛି 7222 କୋଟି ଟଙ୍କା । ମୋଟ 44 ପ୍ରତିଶତ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଛି।

ଗତ 5ବର୍ଷରେ 2015 -16, 668 କୋଟି ରାଜ୍ୟ ଅଂଶ ଥିବା ବେଳେ କେନ୍ଦ୍ରରୁ 93 କୋଟି ମିଳିଛି, 16-17ରେ ରାଜ୍ୟ ଅଂଶ 752 କୋଟି ଥିଲା ବେଳେ କେନ୍ଦ୍ର 122 କୋଟି, 18-19ରେ 1656 କୋଟି ଥିଲା ବେଳେ 178 କୋଟି ଟଙ୍କା ମିଳିଛି। ଏଥିରେ କେନ୍ଦ୍ର ସରକାର ଟାଳୁଟଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧି ବିଧାୟକ ତାରା ବାହିନୀପତି । ମନ୍ତ୍ରୀଙ୍କୁ ଅଫିସର ବିଭ୍ରାନ୍ତ କରୁଥିବାବେଳେ ଗୃହରେ ମନ୍ତ୍ରୀ ଅସତ୍ୟ ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ସେ। ସେପଟେ ନିଜ ଅଞ୍ଚଳର ଉଦାହରଣ ଦେଇ ପ୍ରକଳ୍ପର ବାସ୍ତବତାକୁ ଗୁମର ଖୋଲିଛନ୍ତି ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଗାଁକୁ ଲାନିୟ ଜଳ ଯୋଗାଣ ପ୍ରସଙ୍ଗକୁ ନେଇ ସରକାର ଙ୍କୁ ଘେରିଲେ ଉ ହେ ଶାସକ ଓ ବିରୋଧି। ଯେଉଁଭଳି ଭାବେ ସରକାର ଘୋଷଣା କରିଥିଲେ ସେଭଳି କାମ ହେଉ ନାହିଁ ବୋଲି ଗୃହରେ ଏନେଇ ଉଦବେଗ ପ୍ରକାଶ କରିଥିଲେ।
ରାଜ୍ୟର 47306 ଗାଁ ଅଛି। ଯେଉଁଥିରୁ 19504 ଗାଁକୁ ପାଇପ ଯୋଗେ ପାନୀୟ ଜଳ ଦିଆଯାଇଛି। ଗୃହରେ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।
47306 ଗାଁରୁ 27,882 ଗାଁକୁ ଏଯାଏ ପାନୀୟ ଜଳ ଯୋଗାଇ ଦିଆଯାଇ ନାହିଁ। 549 କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛି। ରାଜ୍ୟର ଅଂଶ ରହିଛି 7 ହଜାର 222 କୋଟି ଟଙ୍କା। ମୋଟ 44 ପ୍ରତିଶତ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଛି।
ଗତ 5ବର୍ଷରେ 2015 -16, 668 କୋଟି ରାଜ୍ୟ ଅଂଶ ଥିବା ବେଳେ କେନ୍ଦ୍ରରୁ 93 କୋଟି ମିଳିଛି, 16-17ରେ ରାଜ୍ୟ ଅଂଶ 752 କୋଟି ଥିଲା ବେଳେ କେନ୍ଦ୍ର 122 କୋଟି, 18-19ରେ 1656 କୋଟି ଥିଲା ବେଳେ 178 କୋଟି ଟଙ୍କା ମିଳିଛି। କେନ୍ଦ୍ର ସରକାର ଟଙ୍କା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି।

ରାଜ୍ୟ ରେ ୪୭୩୦୬ ଗାଁ ରୁ ୧୯୫୦୪ ଗାଁ କୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି।
ପ୍ରତାପ ଜେନା, ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ।
କୋରାପୁଟ ରେ ୪୯୧ ପିଇବା ପାଣି ପ୍ରକଳ୍ପ ରୁ ୭ଟି ଅଚଳ ବୋଲି କହିଥିଲେ ମନ୍ତ୍ରୀ। ତାରା କହିଲେ ରାଜ୍ୟର ୫୦ପ୍ରତିଶତ ପ୍ରକଳ୍ପ ଅଚଳ ପଡିଛି।
ପ୍ରଶ୍ନ ପଚାରିବା ଛଳରେ ମନ୍ତ୍ରୀ ଙ୍କୁ କଟାକ୍ଷ କଲେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ।
କୋରାପୁଟ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତାରାପ୍ରସାଦ ବାହିନୀପତି। ମନ୍ତ୍ରୀ ଙ୍କୁ ଅଫିସର ବିଭ୍ରାନ୍ତ କରିଛନ୍ତି। ଗୃହରେ ମନ୍ତ୍ରୀ ଅସତ୍ୟ ତଥ୍ୟ ଦେଇଛନ୍ତି।
ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ। ୨୦୨୦ ସୁଦ୍ଧା ସବୁ ଗାଁ କୁ ପାଇପ ଯୋଗେ ପିଇବା ପାଣି ଦେବାକୁ ପୂର୍ବରୁ କହିଥିଲେ, ଗୃହରେ ଚିରାଚରିତ ଉତ୍ତର ରଖୁଛନ୍ତି। ତୁରନ୍ତ ର ସଂଜ୍ଞା କଣ? ୨୦୨୦ ସୁଦ୍ଧା ସମସ୍ତ ସହରରେ ପାଇପ ଯୋଗେ ପିଇବା ପାଣି ଉପଲବ୍ଧ ହେବ। ସହରର ସଵୁ ଘର କୁ ଏହା ସଂଯୋଗ ହେବ ବୋଲି ପ୍ରତାପ ଜେନା କହିଛନ୍ତି।
୨୦୨୪-୨୫ ସୁଦ୍ଧା ସବୁ ଗାଁ କୁ ପିଇବା ପାଣି।
୪୪ ପ୍ରତିଶତ ଲୋକ ଙ୍କୁ ଏବେ ପାଇପ୍ ଯୋଗେ ପିଇବା ପାଣି ଦିଆଯାଉଛି। ଚାଲିଥିବା ପ୍ରକଳ୍ପ ଶେଷ ହେଲେ ୬୬ ପ୍ରତିଶତ ଲୋକ ଙ୍କ ପାଖରେ ଏହା ପହଁଞ୍ଚିବ। ଏବର୍ଷ ଏଥିପାଇଁ ୧୭୩୭୨ କୋଟି ବ୍ୟୟ ବରାଦ ହୋଇଛି। କେନ୍ଦ୍ର ମାତ୍ର ୫୪୯ କୋଟି ଦେଇଛି। ପାଇପ ଯୋଗେ ପିଇବା ପାଣି ଯୋଗାଇଵା ପ୍ରକଳ୍ପ ୧୩ ବର୍ଷ ହେଲା ଚାଲିଛି ସରୁନି। ନିଜ ଅଞ୍ଚଳର ଉଦାହରଣ ଦେଇ ପ୍ରକଳ୍ପ ବାସ୍ତବତାର ଗୁମର ଖୋଲିଲେ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ।

Body:ବାଇଟ ତାରା ବାହିନୀପତି, କଂଗ୍ରେସ ବିଧାୟକ
ବାଇଟ ପ୍ରଦୀପ ମହାରଥୀ, ବିଜେଡି ବିଧାୟକ
ବାଇଟ ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା
ବାଇଟ ପ୍ରତାପ ଜେନା, ପଞ୍ଚାୟତିରାଜ ମନ୍ତ୍ରୀConclusion:
Last Updated : Nov 19, 2019, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.