ETV Bharat / city

କୋଭିଡ ଯୁଦ୍ଧରେ ହାରିଗଲେ ଓଡିଶାର ଯୁବ କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନ

author img

By

Published : Nov 5, 2020, 2:04 PM IST

Updated : Nov 5, 2020, 2:24 PM IST

ଓଡିଶା ମିଡିଆର ଜଣେ ଯୁବ ତଥା ଦକ୍ଷ ବରିଷ୍ଠ କ୍ରାଇମ ରିପୋର୍ଟଙ୍କ ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୋରୋନାରେ ମୃତ୍ୟୁ ଘଟିଛି । ତାଙ୍କ ବିୟୋଗ ଖବର ପ୍ରକାଶ ହେବା ପରେ ଓଡିଶା ମିଡିଆରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ...

କୋଭିଡ ଯୁଦ୍ଧରେ ହାରିଗଲେ ଓଡିଶାର ଯୁବ କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନ
କୋଭିଡ ଯୁଦ୍ଧରେ ହାରିଗଲେ ଓଡିଶାର ଯୁବ କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନ

ଭୁବନେଶ୍ବର: କୋଭିଡ ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା । ଓଡିଶା ମିଡିଆର ଜଣେ ଯୁବ ତଥା ଦକ୍ଷ ବରିଷ୍ଠ କ୍ରାଇମ ରିପୋର୍ଟ ପ୍ରବୀର ପ୍ରଧାନଙ୍କ ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୋରୋନାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 35 ବର୍ଷ ହୋଇଥିଲା । ତାଙ୍କ ବିୟୋଗ ଖବର ପ୍ରକାଶ ହେବା ପରେ ଓଡିଶା ମିଡିଆରେ ଶୋକର ଛାୟା ଖେଳିଯାଇଛି । ଏପରିକି କମିଶନରେଟ ପୋଲିସ ମଧ୍ୟ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିବାବେଳେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି ।

ତେବେ ଜଣେ ସାମ୍ବାଦିକ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିବା ପ୍ରବୀର ଓଡିଶାର ଏକ ପ୍ରତିଷ୍ଠିତ ଘରୋଇ ଅନୁଷ୍ଠାନରେ କାର୍ଯ୍ୟରତ ଥିଲେ । ନିଜ ଦକ୍ଷତା, କର୍ମଠ ଓ ଦାୟିତ୍ୱବୋଧତା ଯୋଗୁଁ ସେ ଗଣମାଧ୍ୟମ ଜଗତରେ ଅନେକ ସଫଳତା ହାସଲ କରିଥିଲେ । ରାଜ୍ୟର ଜଣେ ବରିଷ୍ଠ କ୍ରାଇମ ରିପୋର୍ଟର ଭାବେ ବେଶ ପରିଚିତ ମଧ୍ୟ ଥିଲେ ।

ସାମ୍ବାଦିକ ପ୍ରବୀର କୋରୋନାରେ ଆକ୍ରାନ୍ତ ଥିବାବେଳେ ଗତ କିଛି ଦିନ ତଳେ ସେ ସୁସ୍ଥ ହୋଇ ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ପ୍ରକାଶ ଥାଉ କି, ମାସ ତଳେ କୋରୋନାରେ ତାଙ୍କ ବାପାଙ୍କ ମଧ୍ୟ ଦେହାନ୍ତ ହୋଇଥିଲା । ଏବେ ପରିବାର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି । ଏହି ଦୁଃଖର ଘଡିସନ୍ଧି ମୂହୂର୍ତ୍ତରେ 'ଇଟିଭି ଭାରତ' ପରିବାର ପକ୍ଷରୁ ସ୍ବର୍ଗତ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ସମବେଦନା ଜଣାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 5, 2020, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.