ଭୁବନେଶ୍ବର: କୋରୋନା ମହାମାରୀ ପାଇଁ ରାଜ୍ୟରେ ଚଳିତବର୍ଷ ସ୍ଥଗିତ ରହିଛି ପରୀକ୍ଷା । ଏନେଇ ସ୍ଥଗିତ ପରୀକ୍ଷାର ପୁନଃ ପରିଚାଳନା କାର୍ଯ୍ୟସୂଚୀ ପ୍ରସ୍ତୁତି ନେଇ ସମସ୍ତ କୂଳପତି ଓ କଲେଜମାନଙ୍କୁ ଉଚ୍ଚ ଶିକ୍ଷା ସଚିବ ଲେଖିଛନ୍ତି ଚିଠି । ଏହି ଚିଠିରେ +3 ଫାଇନାଲ ସେମିଷ୍ଟାର ଜୁଲାଇ 24 ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ 31 ଅଗଷ୍ଟ ମଧ୍ୟରେ +3 ଫାଇନାଲ ସେମିଷ୍ଟର ଫଳ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିପରି ପିଜି ଫାଇନାଲ ସେମିଷ୍ଟାର ଅଗଷ୍ଟ 20 ଭିତରେ ସାରିବାକୁ ନିର୍ଦ୍ଦେଶ ରହିଛି । ସେପ୍ଟେମ୍ବର 20 ଭିତରେ ପିଜି ଫାଇନାଲ ସେମିଷ୍ଟାର ଫଳାଫଳ ପ୍ରକାଶ କରିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ