ETV Bharat / city

ପାଟକୁରା ନିର୍ବାଚନ ଘୁଞ୍ଚିବା ନେଇ ବିଜେପି-ବିଜେଡି ମୁହାଁମୁହିଁ - ବିଜେପି-ବିଜେଡି ମୁହାଁମୁହିଁ

ପାଟକୁରା ନିର୍ବାଚନ ଘୁଞ୍ଚିବା ପରେ ଏହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ । ପାଟକୁରା ନିର୍ବାଚନରେ ଷଡଯନ୍ତ୍ର ହୋଇଥିବା ନେଇ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ ଆଣିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ନେତା ।

ଡିଜାଇନ ଫଟୋ
author img

By

Published : May 9, 2019, 10:46 PM IST

ଭୁବନେଶ୍ବର: ପାଟକୁରା ନିର୍ବାଚନକୁ ନେଇ ହୋଇଛି ଷଡଯନ୍ତ୍ର । ‘ଫନି’ ଯୋଗୁଁ କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହୋଇ ଥିବାରୁ ପାଟକୁରା ନିର୍ବାଚନକୁ ପୁଣି ଥରେ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ପରେ ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ନିର୍ବାଚନକୁ ୬୦ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି । ହେଲେ ଏହାକୁ ସହଜରେ ଗ୍ରହଣ କରି ପାରିନି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦଳ ଅଭିଯୋଗ କରିଛି କେନ୍ଦ୍ରାପଡ଼ା ପାଟକୁରାରେ ବାତ୍ୟା ଫନି ଯୋଗୁଁ ବିଶେଷ କ୍ଷତି ହୋଇନଥିବା ଏବଂ ସ୍ଥିତି ସ୍ବାଭାବିକ ଥିବା ବେଳେ ଏଠାରେ ଭୟାନକ ପରିସ୍ଥିତି ଉପୁଜିଛି ବୋଲି ରାଜ୍ୟ ସରକାର ରିପୋର୍ଟ ଦେଇଛନ୍ତି । ଯାହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର ।

ଏହି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ସେ ଦାବି କରିଛନ୍ତି । ପ୍ରଥମେ ଜାଣିଶୁଣି ନିର୍ବାଚନ ବିଳମ୍ବ କରିବାକୁ ରୋଗଶଯ୍ୟାରେ ଥିବା ବେଦପ୍ରକାଶଙ୍କୁ ଟିକେଟ୍ ଦେଲା ବିଜେଡି । ଆଉ ଏବେ ଫନି ଆଳରେ ଅଫିସରମାନଙ୍କୁ ଲଗାଇ ଭୁଲ ରିପୋର୍ଟ ଉପସ୍ଥାପନ କରାଯାଇଛି । ନିର୍ବାଚନ ହାରିବା ଭୟରେ ବିଜେଡି ବାରମ୍ବାର ଏଭଳି କରୁଥିବା ବିଜୟ ମହାପାତ୍ର ଅଭିଯୋଗ କରିବା ପରେ ଏଜାର ଜବାବ ରଖିଛନ୍ତି ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.