ଭୁବନେଶ୍ବର: ପ୍ରଥମେ ଟୀକା ନେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ଟୀକାକରଣ ପରେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ କହିଛନ୍ତି ଯେ ପ୍ରଥମେ ଟୀକା ନେଇଛି। ଟୀକା ନେବାର 30 ମିନିଟ ପରେ ଆସିଛି। କୌଣସି ପାର୍ଶ୍ବ ପତିକ୍ରିୟା ନାହିଁ। ଟୀକା ନେଲାବେଳେ ଅଳ୍ପ ଦରଜ ହେଉଥିଲା। ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ସମସ୍ତ ଟୀକା ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।
ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ। ଟୀକା ବହୁତ ନିରାପଦ ରଖିବ। ସମସ୍ତେ ଆଗେଇ ଆସନ୍ତୁ। ନିର୍ଦ୍ଦେଶକ ସମେତ କ୍ୟାପିଟାଲ ହସ୍ପିଟାଲରେ 25 ଜଣ ଟୀକା ନେଇସାରିଲେଣି। ସମସ୍ତେ ସଧାରଣ ଭାବରେ କଥା ହେଉଛନ୍ତି।
ପ୍ରଥମ 15 ମିନିଟ ଦରଜ ଲାଗୁଥିଲା। ଏପର୍ଯ୍ୟନ୍ତ କୌଣସି ଓ ପାର୍ଶ୍ବ ପତିକ୍ରିୟା ହୋଇନାହିଁ। ଟୀକା ନେବା ଦ୍ବାରା କୋରୋନା କ୍ଲିନ ହୋଇଯିବ। ପାର୍ଶ୍ୱ ପତିକ୍ରିୟା ନାହିଁ। ଅନୁରୋଧ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। କ୍ୟାପିଟାଲ ହସ୍ପିଟାଲ ରେ 100 ଜଣ ପାଇଁ ଟାର୍ଗେଟ। 15 ଶହ ଲୋକଙ୍କ ପାଇଁ ଟୀକାକରଣ ର ସୁବିଧା ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ବିକାଶ ଦାସ, ଇଟିଭି ଭାରତ