ETV Bharat / city

ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ଶ୍ୱେତାଙ୍କ ମୃତ୍ୟୁ, ଆଗେଇପାରୁନି ସୋମ୍ୟଜିତ୍ ପାଇଁ ତଦନ୍ତ - ଭୁବନେଶ୍ବରରେ ଲେଡି ସଫ୍ଟଓୟାର ଇଞ୍ଜିନିୟରଙ୍କ ମୃତ୍ୟୁ

ସଫ୍ଟଓୟାର ଇଞ୍ଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା । ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ଶ୍ୱେତାଙ୍କ ମୃତ୍ୟୁ, ଆଗେଇପାରୁନି ସୋମ୍ୟଜିତ୍ ପାଇଁ ତଦନ୍ତ
ଆସିଲା ଶ୍ବେତାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଛି
author img

By

Published : Aug 24, 2022, 4:41 PM IST

Updated : Aug 24, 2022, 6:59 PM IST

ଭୁବନେଶ୍ବର: ସଫ୍ଟଓୟାର ଇଞ୍ଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା (software engineer shweta death case) । ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଛି । ଶ୍ବେତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏନେଇ ଖୁଲାସା ହୋଇଛି (post mortem report of Sweta death case) । ଶରୀର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର ଏହି ଘଟଣା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ।

ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ଶ୍ୱେତାଙ୍କ ମୃତ୍ୟୁ

ଶ୍ବେତାଙ୍କ ପରିବାର ଅଭିଯୋଗ କ୍ରମେ ପୁରୁଷ ବନ୍ଧୁ ସୌମ୍ୟଜିତ ବିରୋଧରେ ୩୦୬ ଦଫା ଲାଗିଛି । ସୌମ୍ୟଙ୍କ ମାନସିକ ସ୍ଥିତି ଭଲନାହିଁ । ଯାହାଦ୍ବାରା ପରିବାର ଲୋକଙ୍କ ସହ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ଘରଲୋକେ ସହଯୋଗ କରିବାକୁ ଡିସିପି କହିଛନ୍ତି। ଝିଅର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଶ୍ବେତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାସ । ମୃତ ଶ୍ବେତା ଉତ୍କଳ କୁମାରଙ୍କ ପରିବାରକୁ 30 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ ତଦନ୍ତ କରିବା ପାଇଁ ଏନଏଚଆରସିଙ୍କୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା, NHRCରେ ମାମଲା

ସୂଚନା ଅନୁଯାୟୀ, ଚଳିତ ମାସ ଅଗଷ୍ଟ ୨୨ରେ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ଶ୍ବେତା ଉତ୍କଳ କୁମାରୀଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି । ୨୦୧୮ ମସିହାରୁ ଶ୍ବେତା ଭୁବନେଶ୍ବରର ଏକ ଆଇଟି କମ୍ପାନୀରେ ଚାକିରି କରୁଥିଲେ । ତାଙ୍କ ସହିତ ସମ୍ବଲପୁରର ସୌମ୍ୟଜିତ ମହାପାତ୍ର ନାମକ ଯୁବକ ମଧ୍ୟ ସେଠାରେ ଚାକିରି ମଧ୍ୟ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଝିଅ ମୃତ୍ୟୁ ପଛରେ ସୌମ୍ୟଜିତଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତଦନ୍ତର ବିଳମ୍ବ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ତେବେ ବଡଗଡ ଥାନା ବିଜେବି ଛାତ୍ରୀ ରୁଚିକା ମହାନ୍ତି ଘଟଣା ହେଉ ବା ଇନଫୋସିସ ଥାନା ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲା। ସେହିପରି ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟ ମାମଲା ଏବେବି ରହସ୍ୟ ଘେରରେ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 24, 2022, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.