ETV Bharat / city

Cameraman Manas Murder Case: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଛାତିରେ ଗଭୀର ଆଘାତ ଯୋଗୁଁ ମୃତ୍ୟୁ ଘଟିଛି

author img

By

Published : Mar 30, 2022, 2:39 PM IST

Updated : Mar 30, 2022, 7:20 PM IST

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା । ଆସିଲା ମାନସଙ୍କ ବ୍ୟବଚ୍ଛେଦ ରିପୋର୍ଟ । ସେପଟେ ମାନସଙ୍କ ଠାରୁ ନିଆଯାଇଥିବା ସାଧା ପେପରରେ ଦସ୍ତଖତର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Cameraman Manas Murder Case: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଫିଟୁଛି ଗୁମର । ଆଜି ମାନସ ସ୍ୱାଇଁର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ମାନସକୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଦର୍ଶାଯାଇଛି ।

ରିପୋର୍ଟ ଅନୁଯାୟୀ, ମାନସଙ୍କୁ ହତ୍ୟା କରାଯିବା ପୁର୍ବରୁ ଖାଇବାକୁ ଦିଆଯାଇନଥିଲା । ଖାଲି ପେଟରେ ରଖି ମାନସକୁ ଅକଥନୀୟ ମାଡ ମରାଯାଇଛି । ଏହାସହ ମାନସର 3ଟି ପିଞ୍ଜରା ହାଡ଼ ଭାଙ୍ଗି ଯିବା ସହ ମେରୁଦଣ୍ଡରେ ମଧ୍ୟ ଶକ୍ତ ଆଘାତ ଲାଗିଥିଲା । ଛାତି ଓ ପିଠିକୁ ଗୋଇଠା ସହ କୌଣସି ବାଡି ବା କାଠ ଫାଳିଆରେ ଆକ୍ରମଣ କରାଯାଇଥିଲା‌ ।

ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ କଟକ ବଡ ମେଡିକାଲ(SCB)ରୁ ଆସିଥିବା ରିପୋର୍ଟରେ ଦର୍ଶାଯାଇଛି । ମାନସଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ତାଙ୍କୁ ଲୁହା ରଡ଼ରେ କିମ୍ବା ଶକ୍ତ କାଠରେ ମାଡ ମରାଯାଇଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଘଟଣାରେ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସହ ଆଉ କିଏ ରହିଥିଲେ ସେନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ।

ସେପଟେ ହତ୍ୟାକାଣ୍ଡରୁ ଖସିଯିବାକୁ ନିରଞ୍ଜନ ଓ ଶର୍ମିଷ୍ଠା ରଚିଥିଲେ ପ୍ଲାନ । ଏଥିପାଇଁ ମାନସ ବଞ୍ଚିଥିବା ସମୟରେ ତାଙ୍କ ଠାରୁ ସାଦା କାଗଜରେ ଦସ୍ତଖତ ନେଇ ଥିଲେ । ମୃତ୍ୟ ପରେ ଦସ୍ତଖତ କାଗଜରେ ନିଜେ ତିଆରି କରିଥିଲେ ଫେକ ଏଗ୍ରିମେଣ୍ଟ । ଯେଉଁଥିରେ ଥିଲା ମାନସର ଦସ୍ତଖତ, ହେଲେ ଝୁନା ଭୋଇର ହାତରେ ଏଗ୍ରିମେଣ୍ଟ ଲେଖାଇଥିଲେ ଶ୍ରମିଷ୍ଠା ଓ ନିରଞ୍ଜନ।

କାରଣ ଏଗ୍ରିମେଣ୍ଟ କରାଇ ମାନସକୁ ଛାଡି ଦେଇଥିବା ଜଣାଇବା ପାଇଁ ଏପରି ପ୍ଲାନ ରଚିଥିଲେ । ତେବେ ଏଗ୍ରିମେଣ୍ଟ କପିର ରାଜ ଜାଣିବା ପାଇଁ ନିରଞ୍ଜନ, ଶର୍ମିଷ୍ଠା ଓ ଝୁନା ଭୋଇର ଦସ୍ତଖତକୁ ହ୍ୟାଣ୍ଡରାଇଟ ବ୍ୟୁରୋକୁ ଯାଞ୍ଚ ପାଇଁ ପଠାଇଛି କ୍ରାଇମବ୍ରାଞ୍ଚ ।

ଏପରିକି ନିଜକୁ ଘଟଣା ସହିତ କିଛି ସମ୍ପୃକ୍ତି ନଥିବା ଭାଇରାଲ ହୋଇଥିବା ଏକ ଭିଡିଓରେ ସଫେଇ ଦେଉଥିବା ଶର୍ମିଷ୍ଠା ଉପରେ ଘନିଭୂତ ହୋଇଛି ସନ୍ଦେହ । ଏନେଇ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାକୁ ଗତକାଲି ଦିନ ୧ ଟାରୁ ରାତି ୪ ପର୍ଯ୍ୟନ୍ତ ଜେରା କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 30, 2022, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.