ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଓ ମୁକାବିଲା ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ 10 ଜିଲ୍ଲାରେ କୋରୋନା ପଜିଟିଭ ହାର 1 ପ୍ରତିଶତରୁ କମ ରହିଛି ।
ରାଜ୍ୟରେ ବର୍ତ୍ତମାନ ୨୮ ହଜାର ୧୫ ମାମଲା ସକ୍ରିୟ ରହିଛି । ସେଥିମଧ୍ୟରୁ ୮୦ ପ୍ରତିଶତ ସଂକ୍ରମିତ ସଂଘରୋଧରେ ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ୩.୪୯ ପ୍ରତିଶତ ପଜିଟିଭ ରହିଛି । ପୂର୍ବରୁ ୧୫.୪୭ ପ୍ରତିଶତ ପଜିଟିଭ ହାର ରହୁଥିବା ବେଳେ ଏବେ ତାହା କମିବାରେ ଲାଗିଛି । ୩୦ ଜିଲ୍ଲାରୁ ୧୦ ଜିଲ୍ଲାରେ କୋଭିଡ ପଜିଟିଭ ହାର ୧ ପ୍ରତିଶତରୁ କମ୍ ରହିଛି । ୨୪ ଜିଲ୍ଲାରେ ପଜିଟିଭ ହାର ୫ ପ୍ରତିଶତ ତଳେ ରହିଥିବା ବେଳେ ଆଉ ୬ ଟି ଜିଲ୍ଲାରେ ପଜିଟିଭି ହାର ୫ ପ୍ରତିଶତରୁ ଉପରେ ରହିଛି । ସ୍ଥିତି ଆଗକୁ ଆହୁରି ସୁଧୁରିଯିବ ବୋଲି ସଚିବ କହିଛନ୍ତି ।
ସୂଚନାଥାଉକି ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଜୁଲାଇ 16 ତାରିଖ ପର୍ଯ୍ୟନ୍ତ କଟକଣା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୋରୋନା କଟକଣାକୁ ପାଳନ କରିବା ପାଇଁ ଜିଲ୍ଲା ଗୁଡିକୁ ଦୁଇଟି ଗ୍ରେଡରେ ବିଭକ୍ତ କରିଛନ୍ତି ସରକାର । କୋରୋନା ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ