ETV Bharat / city

AIIMSର ପୋଷଣ ମେଳା, ସଚେତନ ଉପରେ ଗୁରୁତ୍ୱ - AIIMS

ଏମ୍ସ ପକ୍ଷରୁ ପୋଷଣ ମେଳା ଆୟୋଜିତ । ନୟାପଲ୍ଲୀ ସହର ସ୍ୱାସ୍ଥ୍ୟ ଏବଂ ତାଲିମ କେନ୍ଦ୍ରରେ ଏହି ପୋଷଣ ମେଳା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଏମ୍ସ ପକ୍ଷରୁ ପୋଷଣ ମେଳା ଆୟୋଜିତ, ସଚେତନ ଉପରେ ଗୁରୁତ୍ୱ

author img

By

Published : Sep 16, 2022, 12:21 PM IST

ଭୁବନେଶ୍ବର: ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନେଇ ରହିଥିବା ପାରମ୍ପାରିକ ଆଚରଣ ସମ୍ପର୍କରେ ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି, ସଚେତନତା ସୃଷ୍ଟି କରିବା ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଜିର ସମୟର ବଡ଼ ଆହ୍ବାନ । ପୁଷ୍ଟିକର ଖାଦ୍ୟ ଗ୍ରହଣ ସମ୍ବନ୍ଧୀୟ ଜ୍ଞାନ ଓ ସୂଚନା ଅଭାବରୁ ସମାଜରେ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି ।

ଏନେଇ ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଗୋଷ୍ଠୀ କାର୍ଯ୍ୟକ୍ରମ ଭଳି ପୋଷଣ ମେଳା ଆୟୋଜିତ ହୋଇଛି । ନୟାପଲ୍ଲୀ ସହର ସ୍ୱାସ୍ଥ୍ୟ ଏବଂ ତାଲିମ କେନ୍ଦ୍ରରେ ଆୟୋଜିତ ପୋଷଣ ମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏପରି ମତ ରଖିଛନ୍ତି ଡ.ଆଶୁତୋଷ ବିଶ୍ବାସ ।

ଏମ୍ସ ପକ୍ଷରୁ ପୋଷଣ ମେଳା ଆୟୋଜିତ, ସଚେତନ ଉପରେ ଗୁରୁତ୍ୱ
ଏମ୍ସ ପକ୍ଷରୁ ପୋଷଣ ମେଳା ଆୟୋଜିତ, ସଚେତନ ଉପରେ ଗୁରୁତ୍ୱ

ଜାତୀୟ ପୋଷଣ ମାସ ପାଳନ ଅବସରରେ ୟୁନିସେଫ୍‌ ସହଯୋଗରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମହିଳା ଆରୋଗ୍ୟ ସମିତିର ପ୍ରାୟ ଦେଢ଼ଶହରୁ ଅଧିକ ସଦସ୍ୟା ଏହି ମେଳାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀ ଶିଶୁ ଏବଂ ଶିଶୁଙ୍କ ଖାଇବା ଅଭ୍ୟାସ, ଅତିରିକ୍ତ ଖାଦ୍ୟାଭାସ, ସ୍ତନ୍ୟପାନ, ହାତ ଧୋଇବା, କୃମିନାଶ, ନବଜାତ ଶିଶୁର ଅଭିବୃଦ୍ଧି ପର୍ଯ୍ୟବେକ୍ଷଣ, ପ୍ରସବପୂର୍ବ ଏବଂ ପରବର୍ତ୍ତୀ ଅବସ୍ଥାର ଉପଯୁକ୍ତ ଯାଞ୍ଚ, ମଧୁମେହ ପ୍ରକାର-୨, ଉଚ୍ଚ ରକ୍ତଚାପ ଇତ୍ୟାଦି ସହିତ ଜଡିତ ବିଭିନ୍ନ ବିଷୟ ଉପରେ ଲୋକନୃତ୍ୟ/ନାଟକ/ସଙ୍ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ।

ଉପରୋକ୍ତ ପ୍ରସଙ୍ଗରେ ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କୁ ଶିକ୍ଷା ଓ ସଚେତନତା ସୃଷ୍ଟି ନିମନ୍ତେ ଏମ୍ସ ପକ୍ଷରୁ ପ୍ରାୟ ଏକ ମାସ ପୂର୍ବରୁ ଏହି କଠୋର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏନେଇ ସଦସ୍ୟାଙ୍କ ସହିତ ବିଭିନ୍ନ ବିଷୟବସ୍ତୁ ଉପରେ ଏକାଧିକବାର ଆଲୋଚନା ହେବା ସହିତ ସେମାନଙ୍କର ଦକ୍ଷତା ବିକାଶ ପାଇଁ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଥିଲା ।

ସାଧାରଣ ଯୋଗାଯୋଗ ବ୍ୟବସ୍ଥାର ଉପଯୋଗ କରି ସେମାନଙ୍କର ଦକ୍ଷତାକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶନ କରିବା ନେଇ ଚେଷ୍ଟା କରାଯାଇଥିଲା । ଏପରି ପୋଷଣ ମେଳାର ଆୟୋଜନ ସମାଜରେ ପୁଷ୍ଟିକୁ ନେଇ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.