ଭୁବନେଶ୍ବର: ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଆସିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହ୍ୟୁମାନ ଜଗନ୍ନାଥଙ୍କ ଭଜନ ଗାଇବେ ନାହିଁ ବୋଲି ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଅଭିଯୋଗ ଆଣିଥିଲେ । ଏବେ ଜାପାନୀଙ୍କୁ କଡା ଜବାବ ଦେଇଛନ୍ତି ହ୍ୟୁମାନ । ଅଭିଯୋଗ ପରେ ଜଗା ଭଜନ 'ଦଣ୍ଡବତ ହେଲି ମୁଁ କାଳିଆ ପାଖରେ' ଗାଇଛନ୍ତି ହ୍ୟୁମାନ ସାଗର । ଆଉ ଜଗନ୍ନାଥଙ୍କୁ ଜଣାଇଛନ୍ତି ଗୁହାରି ।
ଏହା ବି ପଢନ୍ତୁୃ- Humane Sagar Controversy: ଅଭିଯୋଗକୁ ନେଇ ମୁହଁ ଖୋଲିଲେ ହ୍ୟୁମାନ
ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଥିବାବେଳେ ହ୍ୟୁମାନ ଫ୍ୟାନ୍ସ ଓ ରାଜ୍ୟବାସୀଙ୍କୁ ନିଜର ପ୍ରତିକ୍ରିୟା ଜଣାଇଥିଲେ । ହ୍ୟୁମାନ କହିଥିଲେ କି, "ମୁଁ ଏହିଭଳି ଭୁଲ୍ କରିନାହିଁ । ଯେଉଁମାନେ ମୋ ନାଁରେ ଏହିଭଳି ଅଭିଯୋଗ ଆଣିଛନ୍ତି ଭଗବାନ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ । ଯେଉଁଦିନ ମହାପ୍ରଭୁ ଜଗନ୍ନାଥଙ୍କ ଡୋରି ମୋ ଭାଗ୍ୟରେ ଲାଗିବ, ସେ ଦିନ ମୋତେ କେହି ଅଟକାଇ ପାରିବେ ନାହିଁ। ମୁଁ ନିଶ୍ଚିନ୍ତ ତାଙ୍କ ପାଇଁ ଗୀତ ଗାଇବି ଏବଂ ସେଦିନ ସାରା ଓଡିଶା ଝୁମିବ" ।
ଏହା ବି ପଢନ୍ତୁୃ- ପୁଣି ବିବାଦରେ ହ୍ୟୁମାନ ସାଗର, ଥାନାରେ ଲିଖିତ ଅଭିଯୋଗ କଲେ ଜାପାନୀ ଭାଇ
ଆଗକୁ ରଥଯାତ୍ରା ଆସୁଥିବାରୁ କାଳିଆ ଠାକୁରଙ୍କ ଏକ ଅଡିଓ ରିଲିଜ ସରିଛି । ଏହା ଗୁଣ୍ଡିଚା ଜାତକୁ ମାର୍କେଟକୁ ଆସିବ ବୋଲି ସେ ପୂର୍ବରୁ କହିଥିଲେ । ଆଉ ଏବେ ବିବାଦ ଦେଖାଦେବାରୁ ଗାଇଥିବା ଭଜନକୁ ନିଜ ୟୁଟ୍ୟୁବ ଚ୍ୟାନେଲ ସାଗର ସଙ୍ଗମ ଅର୍କେଷ୍ଟ୍ରା ମାଧ୍ୟମରେ ଲୋକଲୋଚନଙ୍କୁ ଆଣିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ