ETV Bharat / city

ପେଣ୍ଡାଲ ବୁଲି ତଦାରଖ କରିବେ ସ୍କ୍ବାର୍ଡ, ନିୟମରେ ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ

author img

By

Published : Oct 24, 2020, 4:05 PM IST

ମୂର୍ତ୍ତି ବିସର୍ଜନ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରିବା ଉପରେ ବିଏମସି ଗୁରୁତ୍ବ ଦେଇଛି । ଯଦି ମାର୍ଗଦର୍ଶିକାରେ କୌଣସି ଉଲ୍ଲଂଘନ ହୁଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

http://10.10.50.80:6060///finalout3/odisha-nle/finalout/24-October-2020/9291600_df.mp4

ଭୁବନେଶ୍ବର: ମୂର୍ତ୍ତି ବିସର୍ଜନ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରିବା ଉପରେ ବିଏମସି ଗୁରୁତ୍ବ ଦେଇଛି। ଶୁକ୍ରବାର ଭୁବନେଶ୍ବର ମହାନଗର ନିଗମରେ ବିଏମସି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ, ପୋଲିସ ପ୍ରଶାସନ ମିଳିତ ବୈଠକ ବସିଥିଲା। ଦୁର୍ଗାପୂଜାରେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ମୂର୍ତ୍ତି କେଉଁଥିରେ ତିଆରି ହୋଇଛି, ରାସାୟନିକ ଦ୍ରବ୍ୟ ମିଶାଯାଇଛି ନା ନାହିଁ ,କେଉଁ ରଙ୍ଗ ବ୍ୟବହାର କରାଯାଇଛି ତାକୁ ନେଇ ମିଳିତ ଟିମ ପ୍ରତି ପେଣ୍ଡାଲ ବୁଲି ତଦାରଖ କରିବେ।

ଏନେଇ ଦୁଇଟି ସ୍କ୍ବାର୍ଡ ଗଠନ କରାଯାଇଛି । ଯଦି ମାର୍ଗଦର୍ଶିକାରେ କୌଣସି ଉଲ୍ଲଂଘନ ହୁଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ପେଣ୍ଡାଲ ବୁଲି ତଦାରଖ କରିବେ ସ୍କ୍ବାର୍ଡ, ନିୟମରେ ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ

2ଟି ସ୍କ୍ବାର୍ଡ ପ୍ରତି ପେଣ୍ଡାଲ ବୁଲି ମୂର୍ତ୍ତି ଦେଖିବେ,ମୂର୍ତ୍ତି ବିଷୟରେ ତଥ୍ୟ ସଂଗ୍ରହ କରିବେ,ଯେଉଁଠି ତ୍ରୁଟି ଦେଖାଯିବ ସଂଗେ ସଂଗେ ମିଳିତ ସ୍କ୍ବାର୍ଡ ଆକ୍ସନ ନେବେ । ଭୁବନେଶ୍ବରରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ମେଢ ବିସର୍ଜନ ହେବ। ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ନିରାଡ଼ମ୍ବର ଭାବେ ବିସର୍ଜନ ହେବ ମେଢ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.