ETV Bharat / city

ଜୋର ଧରୁଛି ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ରାଜନୀତି

author img

By

Published : Apr 7, 2021, 6:16 PM IST

ସଂରକ୍ଷଣକୁ ନେଇ ଦେଶରେ ଜୋର ଧରୁଛି ରାଜନୀତି । ସଂରକ୍ଷଣ ସୀମା ବୃଦ୍ଧି ନେଇ ସୁପ୍ରିମକୋର୍ଟ ରାଜ୍ୟଗୁଡିକୁ ପରାମର୍ଶ ମାଗିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ...

ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ରାଜନୀତି

ଭୁବନେଶ୍ବର: ଜୋର ଧରିଲା ଦେଶର ପଛୁଆ ବର୍ଗ ଓ ଗରିବଙ୍କ ପାଇଁ ସରକାରୀ ଚାକିରୀ ଏବଂ ଶିକ୍ଷାନୁଷ୍ଠାନରେ ଥିବା 50 ପ୍ରତିଶତ ସଂରକ୍ଷଣ ସୀମାର ପୁନଃତର୍ଜମା ପ୍ରସଙ୍ଗ । ହେଲେ ଏବେ ସଂରକ୍ଷଣ ବ୍ୟବସ୍ଥା ଏହା ଉପରୁ ଯିବା ଦରକାର କି ନାହିଁ, ତାର ଉତ୍ତର ଜାଣିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜବାବ ତଲବ ହୋଇଛି ।

୧୯୯୨ ମସିହାରେ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ମଧ୍ୟ​‌ରେ ରହିବା ନେଇ ରାୟ ଦେବା​‌ ସହ ଏକ୍ଷେତ୍ରରେ ଲକ୍ଷ୍ମଣରେଖା ଟାଣି ଦେଇଥିଲେ । କିନ୍ତୁ ବିଭିନ୍ନ ରାଜ୍ୟରେ ସଂରକ୍ଷଣ ଦାବି ଜୋର୍‌ ଧରିବା କାରଣରୁ ବିଶେଷ ପରିସ୍ଥିତିରେ ଏହାକୁ ବୃଦ୍ଧି କରାଯାଇ ପାରିବ କି ନାହିଁ, ତାହା ବିଚାର କରିବାର ସମୟ ଆସିଛି । ଇତିମଧ୍ୟରେ ମହାରାଷ୍ଟ୍ର ଓ ତାମିଲନାଡୁ ଭଳି କିଛି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟରେ ସଂରକ୍ଷଣ ପରିମାଣ ୬୦ ପ୍ରତିଶତକୁ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି ।

ସଂରକ୍ଷଣକୁ ନେଇ ଦେଶରେ ଜୋର ଧରୁଛି ରାଜନୀତି। ସଂରକ୍ଷଣ ସୀମା ବୃଦ୍ଧି ନେଇ ସୁପ୍ରିମକୋର୍ଟ ରାଜ୍ୟଗୁଡିକୁ ପରାମର୍ଶ ମାଗିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ନିଯୁକ୍ତି ଓ ଅଧ୍ୟୟନ କ୍ଷେତ୍ରରେ ସଂରକ୍ଷଣ ସୀମା 50 ପ୍ରତିଶତ ମଧ୍ୟରେ ରହିବା ଉଚିତ କିମ୍ବା ଅଧିକ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏପଟେ ରାଜନୈତିକ ଦଳ ଗୁଡିକ ଅଧିକ ସଂରକ୍ଷଣ ସପକ୍ଷରେ ମତ ରଖିଥିଲେ ମଧ୍ୟ ସ୍ଥିତିକୁ ଦେଖି ପରାମର୍ଶ ଦେବା ଆବଶ୍ୟକ ବୋଲି କହିଛନ୍ତି ।

ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜନୀତି। ଏବେ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟଗୁଡିକୁ ପରାମର୍ଶ ମାଗିବା ପରେ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇଛି । ଏନେଇ ସମସ୍ତ ରାଜ୍ୟ ସରକାରମାନଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଡିସେମ୍ବର ୧୫ ସୁଦ୍ଧା ଏହାର ଜବାବ ଦେବାକୁ ଏଥିରେ କୁହାଯାଇଥିଲା । ସୁପ୍ରିମକୋର୍ଟ ପରାମର୍ଶ ମାଗିବା ପରେ ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଶାସକ ବିଜେଡି ଦଳ ପକ୍ଷରୁ କୁହାଯାଇଛି । ଏଥିସହିତ ସଂରକ୍ଷଣ ବଢିବା ସପକ୍ଷରେ ମତ ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା ।

ସେପଟେ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଅନ୍ୟ ରାଜ୍ୟର ସରକାର ଆବଶ୍ୟକତାକୁ ଦେଖି ସଂରକ୍ଷଣ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ସେନେଇ ନିଷ୍ପତ୍ତି ନେବେ ବୋଲି ଆଶା ରଖିଛି ବିଜେପି । କିନ୍ତୁ ରାଜ୍ୟରେ ଓବିସି ସଂରକ୍ଷଣ ପାଇଁ ନିୟମ ନଥିବାରୁ ଏଭଳି ଅବସ୍ଥା ବୋଲି ବିଜେପି ଅଭିଯୋଗ କରିଛି ।

କଂଗ୍ରେସର କହିବା କଥା ସଂରକ୍ଷଣ ବଢାଇଲେ ଭଲ ହୁଅନ୍ତା । ସରକାର ମୋଟ ସଂରକ୍ଷଣ 60 %କୁ ବୃଦ୍ଧି କଲେ ଭଲ ହୁଅନ୍ତା । ଏହା ଓବିସି ମାନଙ୍କର ଅଧିକାର । ତେବେ ସଂରକ୍ଷଣ ପ୍ରତିଶତ ଆଧାରରେ ଦିଆଗଲେ ରାଜ୍ୟର ଲୋକମାନେ ଉପକୃତ ହୁଅନ୍ତେ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.