ETV Bharat / city

କେନ୍ଦ୍ର ସହାୟତା ନେଇ ତେଜିଲା ରାଜନୀତି - ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ବାତ୍ୟା ମୁକାବିଲା ନେଇ ଯୋଜନା କରିବାରେ ରାଜ୍ୟ ବିଫଳ ହୋଇଥିବା ବିରୋଧୀ କହିଛନ୍ତି । ବିଜେଡି କହିଛି ବାତ୍ୟା ମୁକାବିଲା ନେଇ ରାଜ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ବିରୋଧୀ ନେତାଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ ।

politics-on-help-of-the-centers-for-amphan
କେନ୍ଦ୍ର ସହାୟତା ନେଇ ତେଜିଲା ରାଜନୀତି
author img

By

Published : May 23, 2020, 11:36 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ପ୍ୟାକେଜ ଘୋଷଣାର 24 ଘଣ୍ଟା ନ ପୂରୁଣୁ ଆରମ୍ଭ ହୋଇଛି ରାଜନୀତି । ବାତ୍ୟା ମୁକାବିଲା ନେଇ ଯୋଜନା କରିବାରେ ରାଜ୍ୟ ବିଫଳ ହୋଇଥିବା ବିରୋଧୀ କହିଛନ୍ତି । ବିଜେଡି କହିଛି ବାତ୍ୟା ମୁକାବିଲା ନେଇ ରାଜ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ବିରୋଧୀ ନେତାଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ । ସେପଟେ କ୍ଷୟକ୍ଷତି ଆକଳନ କରି ଶୀଘ୍ର କେନ୍ଦ୍ରକୁ ରାଜ୍ୟ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି ।

ବାତ୍ୟା କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରକୁ ରିପୋର୍ଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଗ୍ରୀମ 5 ଶହ କୋଟି ଟଙ୍କା ରାଜ୍ୟକୁ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର 24 ଘଣ୍ଟା ନ ପୂରୁଣୁ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବାତ୍ୟା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟକୁ ପ୍ରଶଂସା କରିଥିଲେ । ରାଜ୍ୟ ସରକାର ବାତ୍ୟା ମୁକବିଲା ନେଇ ପ୍ରଶଂସା ସାଉଣ୍ଟିଛନ୍ତି । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ପାଖରୁ ଚାହୁଁ ଥିଲା କଣ? ସେ ଦେଲେ କଣ? ଯେତିକି ଦେଲେ ସେଥିରେ ବୋଧେ ଓଡିଶା ସନ୍ତୁଷ୍ଟ । ଫନି ପଇସା ଏ ପର୍ଯ୍ୟନ୍ତ ଲୋକ ପାଇଲେ ନାହିଁ । ସରକାର ପ୍ରଚାର କଲେ, କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ପକ୍କା ଘର ଦେଲେ । ହେଲେ ଖୋର୍ଦ୍ଧା ପୁରୀ ପରି ଅନେକ ସ୍ଥାନରେ ଲୋକ ଏହି ସୁବିଧା ପାଇନାହାନ୍ତି । ତା ହେଲେ କଣ କଚ୍ଚା ଘର ବାଲାଙ୍କୁ ନ ଦେଇ ପକ୍କା ଘର ଵାଲାଙ୍କୁ ଦେଲେ? ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ବ୍ଲୁ ପ୍ରିଣ୍ଟ ଦେବାକୁ ପୂର୍ବ ଥର ମୋଦି କହିଥିଲେ । ନବୀନ କହୁଛନ୍ତି କେନ୍ଦ୍ର ସ୍ଥାୟୀ ସମାଧାନ କରୁ । ପ୍ରକୃତରେ କିଏ କରିବ ରାଜ୍ୟ ନା କେନ୍ଦ୍ର? ଲୋକଙ୍କୁ କାହିଁକି ଅନ୍ଧାରରେ ରଖୁଛନ୍ତି । ଖାଲି ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

କେନ୍ଦ୍ର ସହାୟତା ନେଇ ତେଜିଲା ରାଜନୀତି

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା ବାତ୍ୟା ପାଇଁ ଦୀର୍ଘ ମିଆଦି ଯୋଜନା ସମ୍ପର୍କରେ ବିଜେପିର ମତ ଉପରେ କଡା ଜବାବ ଦେଇଛନ୍ତି । ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାର ସବୁଠୁ ଭଲ କାମ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଏମିତିକି ପ୍ରଧାନମନ୍ତ୍ରୀ ପୂର୍ବରୁ ଫନି ଓ ଏବେ ଅମ୍ପାନ ମୁକାବିଲା ପାଇଁ ଶୁକ୍ରବାର ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ତେଣୁ ଅମ୍ପାନ ମୁକବିଲା ସହ କୋରୋନା ବିପତ୍ତିର ମୁକାବିଲା ସମୟରେ ବିଜେପି ନେତାମାନେ ଏଭଳି ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ । ବାତ୍ୟା ଅମ୍ପାନ କ୍ଷୟକ୍ଷତିର ଆକଳନ ଚାଲିଛି ଓ ଖୁବ ଶୀଘ୍ର କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.