ETV Bharat / city

ବଜେଟରେ କମିଲା ଅନୁଦାନ; ବିରୋଧୀ ଖପ୍ପା, ବିଜେଡି କହିଲା ଚାଲିବ ବିକାଶ

author img

By

Published : Feb 2, 2021, 10:05 PM IST

ସଂସଦରେ ଉପସ୍ଥାପିତ ହୋଇଛି ବଜେଟ । ଏପଟେ କେନ୍ଦ୍ରୀୟ ବଜେଟରେ ରାଜ୍ୟ ପ୍ରତି କମିଥିବା ଅନୁଦାନକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି । କଂଗ୍ରେସ କହିଛି ଆତ୍ମନିର୍ଭରଶୀଳତା ଆଗରେ ରାଜ୍ୟ ସରକାର ଆତ୍ମସମର୍ପଣ କରି ନିଜ ପିଠି ନିଜେ ଥାପୁଡାଇ ଖୁସି ହେଉଛନ୍ତି । ଜବାବ ରଖିଲେ ବିଜେଡି-ବିଜେପି ।

odisha to get less in centre tax share
ବଜେଟରେ କମିଲା କେନ୍ଦ୍ରୀୟ ଅନୁଦାନ,ଅସନ୍ତୁଷ୍ଟ ଝାଡିଲେ ବିରୋଧୀ

ଭୁବନେଶ୍ବର: ଆତ୍ମନିର୍ଭରଶୀଳତା ବନାମ ଆତ୍ମପ୍ରଚାର । କେନ୍ଦ୍ର ସରକାରଙ୍କ ବଜେଟରେ ରାଜ୍ୟ ପ୍ରତି କମିଥିବା ଅନୁଦାନକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ମିଳିଲା କଣ ଆଉ ରାଜ୍ୟ ହରାଇବ କଣ ତାକୁ ନେଇ ରାଜନୈତିକ ମହଲଠୁ ଅର୍ଥନୈତିଜ୍ଞଙ୍କ ଯାଏ ସମସ୍ତେ ଅଙ୍କ କଷୁଛନ୍ତି । କଂଗ୍ରେସ କହିଛି ଆତ୍ମନିର୍ଭରଶୀଳତା ଆଗରେ ରାଜ୍ୟ ସରକାର ଆତ୍ମସମର୍ପଣ କରି ନିଜ ପିଠି ନିଜେ ଥାପୁଡେଇ ଖୁସି ହେଉଛନ୍ତି । ବିଜେଡି କହିଛି ରାଜ୍ୟ କ୍ଷତିଗ୍ରସ୍ତ ହେଲେ ମଧ୍ୟ ନିଜସ୍ବ ଉଦ୍ୟମରେ ଲୋକଙ୍କ ବିକାଶ ପ୍ରକ୍ରିୟା ଜାରି ରହିବ । ବିଜେପି କହିଛି ଭାରତ ବର୍ଷର ବିକାଶ ହେଲେ ଓଡିଶାର ବି ବିକାଶ ହେବ ।

ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ପେଡିରୁ ଖୋଲିଦେଲେ ଆତ୍ମନିର୍ଭରଶୀଳତାର ସବୁ ବାଟ । ବଜେଟରେ ବିକାଶର ଦ୍ବାର ଉନ୍ମୋକ୍ତ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ବି କୁହାଗଲା । କିନ୍ତୁ ପ୍ରକୃତପକ୍ଷେ ଓଡିଶାକୁ ମିଳିଲା କଣ? ତେବେ ଏ ବଜେଟ ଓଡିଶାକୁ ସମୃଦ୍ଧ କରିବ ତ? ଏହାକୁ ନେଇ ରାଜନୈତିକ ସ୍ତରରେ ଆରମ୍ଭ ହୋଇଛି ବିତର୍କ । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଏହାକୁ ଐତିହାସିକ ହତାଶ ବୋଲି କହିଛନ୍ତି । ଏ ବଜେଟରେ ରାଜ୍ୟରେ ଚାଲୁ ରହିଥିବା ୩୩ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର କାଣ୍ଟଛାଟ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ୮ ଟି ଯୋଜନାକୁ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକର । ସେହିଭଳି ଖାଦ୍ୟ ବାବଦରେ ମିଳୁଥିବା ସବସିଡି ବି କଟିବ ।

ଏହାର ପ୍ରଭାବ ଟଙ୍କିକିଆ ଚାଉଳ ଉପରେ ପଡିବ । ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଜନା ଚାଲୁ ରଖିବା ପାଇଁ ଚାହିଁଲେ ନିଜ ହାତରୁ ଟଙ୍କା ଦେବାକୁ ପଡିବ । ଲାଗୁ ହେବାକୁ ଥିବା ନୂଆ ସ୍କିମରେ ଓଡିଶାକୁ ରଖି ନାହାନ୍ତି । ତେଣୁ ଏହା ହେଉଛି ଆତ୍ମନିର୍ଭରଶୀଳତା ନୁହେଁ ବରଂ ଆତ୍ମପ୍ରଚାର । ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଆତ୍ନନିର୍ଭରଶୀଳତା ଆଗରେ ରାଜ୍ୟ ସରକାର ଆତ୍ମସମର୍ପଣ କରିଛନ୍ତି ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି କେନ୍ଦ୍ରୀୟ ବଜେଟେରେ ରାଜ୍ୟର ଅନୁଦାନ ଖସିବା ଦ୍ବାରା ରାଜ୍ୟ କ୍ଷତିଗ୍ରସ୍ତ ହେବ । କିନ୍ତୁ ରାଜ୍ୟ ସରକରାଙ୍କ ନିଜସ୍ବ ଉଦ୍ୟମ ରହିବ ରାଜ୍ୟର ଆର୍ଥିକ ସମ୍ବଳକୁ ସୁଦୃଢ କରିବା ପାଇଁ । ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଦେଶର ବିକାଶ ହେଲେ ରାଜ୍ୟର ବିକାଶ ହେବ ।

ସେପଟେ ଆସନ୍ତା ୨୨ ତାରିଖରେ ରାଜ୍ୟ ବଜେଟ । କେନ୍ଦ୍ରୀୟ ବଜେଟରେ ଖସିଥିବା ଅନୁଦାନକୁ ରାଜ୍ୟ ସରକାର ନିଜ ବଜେଟରେ ଭରଣା କରିବେ । ରାଜ୍ୟ ସରକର ତାଙ୍କ ବଜେଟରେ ବିତ୍ତୀୟ ନିୟଣ୍ଟକୁ କିଭଳି ଭରିବେ ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.