ETV Bharat / city

ବିଜେଡି ଯୁବ କାର୍ଯ୍ୟକାରୀଣୀରେ ରାଜନୈତିକ ପ୍ରସ୍ତାବ ଓ ସଂକଳ୍ପ - BJd youth executive in bhubaneswar

ବିଜେଡି ଯୁବ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ଏନେଇ ଅଧିକ ତଥ୍ୟ ଦେଇଛନ୍ତି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟେମୋକେଶ ରାୟ । ଅଧିକ ପଢ଼ନ୍ତୁ...

Political proposals and resolutions in the BJd youth executive
ବିଜେଡି ଯୁବ କାର୍ଯ୍ୟକାରୀଣୀରେ ରାଜନୈତିକ ପ୍ରସ୍ତାବ ଓ ସଂକଳ୍ପ
author img

By

Published : Dec 18, 2020, 9:15 PM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ବିଜେଡି ଯୁବ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକାରିଣୀରେ ବିଶେଷ କରି କେନ୍ଦ୍ରିୟ ଦଳ କଂଗ୍ରେସ ଓ ବିଜେପି ଟାର୍ଗେଟ କରିଥିଲେ ବିଜେଡି ସୁପ୍ରିମୋ । ଏନେଇ ଅଧିକ ତଥ୍ୟ ଦେଇଛନ୍ତି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟେମୋକେଶ ରାୟ । ବିଜେଡି ଯୁବ କାର୍ଯ୍ୟକାରିଣୀର ନିମ୍ନ ଲିଖିତ ବିଷୟ ଉପରେ ଆଲୋଚନା ହୋଇଛି:-

  • ଓଡିଶାର ଯୁବକ ଯୁବତୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି।
  • ଓଡିଶାର ଐତିହ୍ୟ, ସଂସ୍କୃତି ଓ ବଳିଷ୍ଠ ଇତିହାସକୁ ନେଇ ଯୁବ ପିଢ଼ିକୁ ଅନୁପ୍ରାଣିତ କରାଯାଉ। ଏହି ଅଭିଯାନରେ ସ୍ଥାନ ନିରୁପଣ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି।
  • ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟ ସରକାର କୃଷି ଓ ଅନୁସଙ୍ଗିକ କ୍ଷେତ୍ରରେ ବହୁ ବୈଷୟୀକ ପରିବର୍ତ୍ତନ ଆଣିଛନ୍ତି । କୃଷି କ୍ୟାବିନେଟ, ସ୍ବତନ୍ତ୍ର କୃଷି ବଜେଟ, କୃଷି ଓ କୃଷକ ସଶକ୍ତି କରଣବିଭାଗ ଗଠନ ଆଦି ଯୁଗାନ୍ତକାରୀ ପଦକ୍ଷେପ କୃଷିକୁ ଏକ ସମ୍ମାନଜନକ ପେଶାରେ ପରିଣତ କରାଯାଇଛି । ଏଥିପାଇଁ ଅଧିକରୁ ଅଧୁକ ଯୁବ ପିଢ଼ିକୁ ବୈଷୟିକ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରୋତ୍ସାହନ ଦେବାକୁ ନିବେଦନ କରାଯାଇଛି।
  • କେନ୍ଦ୍ର ସରକାର କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରି ଆସିଛନ୍ତି । କୋଇଲା ରୟାଲିଟି, ରେଳପଥର ବିକାଶ କିମ୍ବା ଶିଳ୍ପ କରିଡର ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ଏହା ବିରୋଧରେ ରାଜନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରିବ। କୃଷିର ଆୟ ଦୁଇଗୁଣା ବୃଦ୍ଧି ବା ପ୍ରତି ବର୍ଷ ଦୁଇ କୋଟି ଯୁବକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ବିଫଳ ରହିଛନ୍ତି।
  • କେନ୍ଦ୍ର ସରକାରଙ୍କ ପ୍ରତିକୁଳ ନୀତି ଓ ପଡ଼ୋଶୀ ରାଜ୍ୟର ଅସହଯୋଗ ମନୋଭାବ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି । ପୋଲାଭରମ, ମହାନଦୀ ଓ ସୁବର୍ଣ୍ଣରେଖା ନଦୀ ଉପରେ ବ୍ୟାରେଜ ନିର୍ମାଣ ବିବାଦରେ କେନ୍ଦ୍ର ସରକାର ରାଜ୍ୟକୁ ସହଯୋଗ କରୁନାହାନ୍ତି। ଓଡ଼ିଶାର ସ୍ବାର୍ଥକୁ ନେଇ ଜୋରଦାର ଲଢ଼େଇ କରିବାପାଇଁ ବିଜୁ ଯୁବ ଜନତା ଦଳ ସଜ ହେଉଛି ।
  • ସଂଘୀୟ ଗଣତାନ୍ତ୍ରୀକ ବ୍ୟବସ୍ଥାର ମର୍ଯ୍ୟାଦା ମଧ୍ୟରେ ରହି ଓଡ଼ିଶା ନିଜ ସ୍ବରକୁ ଶାଣିତ କରିଛି। ଏହାର ବିଚାରଧାରା ଓ କ୍ରିୟାଶୀଳତାକୁ ଆହୁରି ଶକ୍ତିଶାଳୀ, ଗତିଶୀଳ ଓ ଅର୍ଥପୂର୍ଣ୍ଣ କରିବାପାଇଁ ବିଜେଡି ସଂକଳ୍ପ ବଦ୍ଧ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.