ETV Bharat / city

ଗାନ୍ଧୀଙ୍କୁ ନେଇ ରାଜନୀତି, ପ୍ରତିଯୋଗିତାରେ 3 ପ୍ରମୁଖ ଦଳ - ପ୍ରମୁଖ ରାଜନୈତିକ ଦଳ

ଅକ୍ଟୋବର 2ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ । ଗାନ୍ଧୀଙ୍କ ନାମକୁ ନେଇ ଆରମ୍ଭ ହୋିଛି ରାଜନୀତି । ବିଜେପି ଓ ବିଜେଡ଼ି ଗାନ୍ଧୀ ଜୟନ୍ତୀରେ କାର୍ଯ୍ୟକ୍ରମ ସ୍ଥିର କରିସାରିଛି । ଏପଟେ କଂଗ୍ରେସ ମଧ୍ୟ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ । ଦଳର ରଣନାତି ଆରମ୍ଭ କରିବା ଚଳିତ ମାସ 12 ତାରିଖରେ ବୈଠକ ଡ଼ାକିଛନ୍ତି କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ।

ଡ଼ିଜାଇନ୍ ଫଟୋ
author img

By

Published : Sep 8, 2019, 9:22 PM IST

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ଓ ବିଜେପି ଗାନ୍ଧୀଙ୍କ ନାମରେ ଯୋଜନା ଆରମ୍ଭ କରିବାକୁ ଯାଉଥିବାବେଳେ ଗାନ୍ଧୀଙ୍କ ଆଦର୍ଶରେ ଗଢା ଯାଇଥିବା କଂଗ୍ରେସ ମଧ୍ୟ ଏବେ ରାହା ଖୋଜୁଛି । ଧୀରେ ଧୀରେ ଲୋକଙ୍କ ଠାରୁ କଂଗ୍ରେସ ଦୂରେଇ ଯାଉଥିବାରୁ ଗାନ୍ଧୀ କଥା କହି ସାଧାରଣ ଲୋକଙ୍କ ନିକଟତର ହେବାକୁ ଚାହୁଁଛି ଦଳ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତ, ଭୁବନେଶ୍ବର

ଏପଟେ ଚଳିତ ମାସ ୧୨ ତାରିଖରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଡାକିଛନ୍ତି ଦଳୀୟ ନେତୃତ୍ବଙ୍କ ବୈଠକ । ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀରେ ସମସ୍ତ ରାଜ୍ୟରେ ଗାନ୍ଧୀ କଥାକୁ ନେଇ ବ୍ୟାପକ ଭାବେ କାର୍ଯ୍ୟକ୍ରମ କରିବାକୁ ଦଳ ପ୍ରସ୍ତୁତ କରିବ ରଣନୀତି । ସୋନିଆ ଗାନ୍ଧୀଙ୍କ ଏହି ବୈଠକକୁ ନେଇ ବିଧାୟକ ସୁର ରାୟତରାୟ କହିଛନ୍ତି, କଂଗ୍ରେସ ଗାନ୍ଧୀଙ୍କୁ ଦୁରେଇ ଦେଇଥିବାରୁ କଂଗ୍ରେସକୁ ଲୋକ ଦୂରେଇ ଦେଇଛନ୍ତି ।

ସେହିପରି ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଜେପି ଲୋକସଭା ,ରାଜ୍ୟସଭା ସଦସ୍ୟ ଏବଂ ବିଧାୟକ ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦେଇଛି । ସେପଟେ ବିଜେଡି ମଧ୍ୟ ଅକ୍ଟୋବର ୨ରେ ପଦଯାତ୍ରା କରିବ । ସମ୍ବିଧାନ ମୁଖବନ୍ଧରେ ଅହିଂସା ଶଦ୍ଦକୁ ସ୍ଥାନିତ କରିବା ପାଇଁ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ଅଭିଯାନ ସଂଗ୍ରହ କରିବ । ପରେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାକୁ ଯୋଜନା ରଖିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଗାନ୍ଧୀକୁ ନେଇ ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ ଏବେ ଗାନ୍ଧୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ବିଜେଡି ଓ ବିଜେପି ଗାନ୍ଧୀଙ୍କୁ ହାଇଜକ କରିନେଇଥିବାବେଳେ ଗାନ୍ଧୀଙ୍କ ଆର୍ଦଶରେ ତିଆରି ହୋଇଥିବା କଂଗ୍ରେସ ମଧ୍ୟ ଗାନ୍ଧୀଙ୍କୁ ଖୋଜିଲାଣି। ଧୀରେ ଧୀରେ ଲୋକଙ୍କ ଠାରୁ କଂଗ୍ରେସ ଦୂରେଇ ଯାଉଥିବାରୁ ଗାନ୍ଧୀ କଥା କହି ଲୋକ ପାଖ ହେବାକୁ କଂଗ୍ରେସ ଚାହୁଛି। ଯେଉଥିପାଇଁ ୧୨ ତାରିଖରେ ସୋନିଆ ଡାକିଛନ୍ତି ଏଆଇସିସି ମ୍ମେବର, ପିସିସି ସଭାପତି ଏବଂ ବିଧାୟକ ଦଳ ନେତା ମାନଭ୍କ ବୈଠକ। ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ଗାନ୍ଧୀ କଥାକୁ ନେଇ ବ୍ୟାପକ ଭାରବେ ବିଭିନ୍ନ କାର୍ଯ୍ୟକ୍ରମ ହେବ ସେ ନେଇ ରଣନୀତି ସ୍ଥିର ହେବ ।ସୋନିଆ ଏଭଳି ଡକରା ଦେଖି ବିରଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି କଂଗ୍ରେସ ଗାନ୍ଧିଙ୍କୁ ଦୁରେଇ ଦେଇଥିବାରୁ କଂଗ୍ରେସକୁ ଲୋକ ଦୂରେଇ ଦେଇଛନ୍ତି। ଏବେ ଏଭଳି କାର୍ଯ୍ୟକ୍ରମ ହେଲେ କଂଗ୍ରେସ ସଫଳ ହେବ।
ଯେଉଁ ଗାନ୍ଧୀ ଆର୍ଦଶକୁ ନେଇ କଂଗ୍ରେସ ୬୦ ବର୍ଷ ଧରି ଶାସନ କରୁଥିଲା ସେ ଏବେ ଶାସନ ଗାନ୍ଧୀ ଠାରୁ ଦୂରରେ। କିନ୍ତୁ ସେହି ଗାନ୍ଧୀ ଆର୍ଦଶକୁ ପଥେୟ କରି ବିଜେଡି ବିଜେପି ଶାସନ ଗାଦିକୁ ମାଡି ବସିଛନ୍ତି।ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଜେପି ତାର ଲୋକସଭା ଓ ରାଜ୍ୟସଭା ସଦସ୍ୟ ଏବଂ ବିଧାୟକ ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦେଇଥିବାବେଳେ ବିଜେଡି ଅକ୍ଟୋବର୨ରେ ପଦଯାତ୍ରା କରିବା ସହ ସମ୍ବିଧାନ ମୁଖବନ୍ଧରେ ଅହିଂସା ଶଦ୍ଦକୁ ସ୍ଥାନିତ କରିବା ପାଇଁ ଲକ୍ଷେ ଲୋକଙ୍କୁ ଦସ୍ତଖତ ଅଭିଯାନ କରି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବାକୁ ଯୋଜନା କରିଛି।
Body:ବାଇଟ- ସୁର ରାଉତରାୟ, କଂଗ୍ରେସ ବିଧାୟକ
ବାଇଟ- ପ୍ରତାପ ଦେବ ବିଜେଡି ମୁଖପାତ୍ର
ବାଇଟ- ପୃଥ୍ବୀରାଜ ହରିଚନ୍ଦନ, ସାଧରଣ ସମ୍ପାଦକ ରାଜ୍ୟ ବିଜେପି
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.