ETV Bharat / city

ବନ୍ଧୁକ ଚଳାଇଲେ ବିଧାୟକ - ଭୁବନେଶ୍ବର

ରାଇଫଲ ବା ବନ୍ଧୁକ ଚାଳନା କରି ଚର୍ଚ୍ଚାରେ ବିଧାୟକ । ଅଧିକ ପଢନ୍ତୁ...

political leader practice firing
ନେତା ଚଳାଇଲେ ବନ୍ଧୁକ!
author img

By

Published : Jan 4, 2021, 1:47 PM IST

Updated : Jan 4, 2021, 2:56 PM IST

ଭୁବନେଶ୍ବର: ନେତା ଚଳାଇଲେ ବନ୍ଧୁକ । କଥାଟି ଅଡୁଆ ଲାଗିଲେ ବି ସତ । କାହାକୁ ଆକ୍ରମଣ କରିବାକୁ ନୁହେଁ ବରଂ ସୁଟିଂ ରେଞ୍ଜରେ ଦିଆଯାଇଥିବା ଟାର୍ଗେଟକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଛନ୍ତି । ରାଜନୀତି କରୁଥିବା ନେତା ତଥା ବିଧାୟକ ରାଇଫଲ ବା ବନ୍ଧୁକ ଚାଳନା କରୁଛନ୍ତି ।

ନେତା ଚଳାଇଲେ ବନ୍ଧୁକ!

ଓଡିଶା ରାଇଫଲ ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିବା 9ମ ରାଜ୍ୟ ସୁଟିଂ ଚାମ୍ପିୟାନସିପରେ ଭାଗ ନେଇଛନ୍ତି ସାଂସଦ ପ୍ରତାପ କେଶରୀ ଦେବ । ବିଜୁ ଜନତା ଦଳର ପୂର୍ବତନ ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ଓ ତାଳଚେରର ବିଧାୟକ ବ୍ରଜ କିଶୋର ପ୍ରଧାନ ଏହି ଚାମ୍ପିୟନସିପରେ ଭାଗ ନେଇ ନିଜର ଦକ୍ଷତାର ପ୍ରଦର୍ଶନ କରିଛନ୍ତି ।

ଏହାକୁ ନେଇ ବିଧାୟକ ବ୍ରଜ କିଶୋର ପ୍ରଧାନ କହିଛନ୍ତି, ସ୍କୁଲରେ ପଢିବା ବେଳୁ ଏନସିସିରେ ଥିଲେ ଓ ବନ୍ଧୁକ ଚାଳନା ପ୍ରତି ଦୁର୍ବଳତା ଥିବା କହିଛନ୍ତି। ତେବେ ଏହି ପ୍ରତିଯୋଗିତାରେ ପ୍ରଥମ କରି ଅଂଶଗ୍ରହଣ କରିଥିବାବେଳେ ଆଗକୁ ଏଥିରେ ଉନ୍ନତି ଆଣିବା ସହ ଜାତୀୟ ପ୍ରତିଯୋଗିତାରେ ଭାଗନେବାକୁ ଇଛା ରଖିଥିବା କହିଛନ୍ତି ସେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jan 4, 2021, 2:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.