ETV Bharat / city

‘ପଞ୍ଚାୟତ ନିର୍ବାଚନରେ ନରହୁ ରାଜନୈତିକ ହସ୍ତକ୍ଷେପ’ - ପଞ୍ଚାୟତ ନିର୍ବାଚନରେ ନରହୁ ରାଜନୈତିକ ହସ୍ତକ୍ଷେପ

ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳର ହସ୍ତକ୍ଷେପ ନରହିଲେ ଭଲ ଲୋକମାନେ ପଞ୍ଚାୟତରାଜ ବ୍ୟବସ୍ଥାକୁ ପ୍ରବେଶ କରିପାରିବେ ବୋଲି କହିଛନ୍ତି ଦାମ । ଅଧିକ ପଢନ୍ତୁ...

bjd leader dama rout
ପଞ୍ଚାୟତ ନିର୍ବାଚନରେ ନରହୁ ରାଜନୈତିକ ହସ୍ତକ୍ଷେପ
author img

By

Published : Aug 11, 2021, 8:43 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ପଞ୍ଚାୟତ ନିର୍ବାଚନ ହେଉଛି ଏକ ନିର୍ଦଳୀୟ ତୃଣମୂଳସ୍ତରୀୟ ନିର୍ବାଚନ । ଏହି ନିର୍ବାଚନରେ ରାଜନୈତିକ ଦଳଗୁଡିକ ହସ୍ତକ୍ଷେପ ନକରିବାକୁ ଆହ୍ବାନ କରିଛନ୍ତି ଦାମ । ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳର ହସ୍ତକ୍ଷେପ ନରହିଲେ ଭଲ ଲୋକମାନେ ପଞ୍ଚାୟତରାଜ ବ୍ୟବସ୍ଥାରେ ପ୍ରବେଶ କରିପାରିବେ ବୋଲି କହିଛନ୍ତି ଦାମ ।

ପଞ୍ଚାୟତ ନିର୍ବାଚନରେ ନରହୁ ରାଜନୈତିକ ହସ୍ତକ୍ଷେପ

ଦାମ କହିଛନ୍ତି ଯେ, ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ୭୩ତମ ସମ୍ବିଧାନ ସଂଶୋଧନ ହେବା ପୂର୍ବରୁ ରାଜ୍ୟ ଆଇନରେ ପରିବର୍ତ୍ତନ ହୋଇ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ହୋଇଛି । ଯାହାକୁ ସ୍ବର୍ଗତ ବିଜୁ ପଟ୍ଟନାୟକ କରାଇଥିଲେ । ଯେଉଁଥିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷିତ ହୋଇଥିଲା । ପଞ୍ଚାୟତ ନିର୍ବାଚନକୁ ନିର୍ଦଳୀୟ କରାଯାଇଥିଲା । ବିଜୁ ବାବୁ କହିଥିଲେ, ଭଲ ଲୋକ ସ୍ବଇଚ୍ଛାରେ ନିର୍ବାଚନ ଲଢନ୍ତୁ । ଏବଂ ଭଲ ଲୋକଙ୍କୁ ଭୋଟ ଦେଇ ଲୋକମାନେ ଜିତାନ୍ତୁ । ଏହି ବ୍ୟବସ୍ଥା ଦ୍ବାରା ଗ୍ରାମାଞ୍ଚଳରୁ ନିରକ୍ଷରତା, ଦାରିଦ୍ର୍ୟ ଓ ବ୍ୟାଧି ଦୂର ହୋଇପାରିବ । ସମାନ କଥା ମହାତ୍ମାଗାନ୍ଧୀ ମଧ୍ୟ କହିଥିଲେ ।

କିନ୍ତୁ ବର୍ତ୍ତମାନ ତିନି ପ୍ରମୁଖ ରାଜନୈତିକ ଦଳ ଏନେଇ ରଣନୀତି ଓ କୌଶଳ ପ୍ରସ୍ତୁତ କରୁଛନ୍ତି । ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳ ସାମିଲ ହେବା ଦ୍ବାରା ଭଲ ଲୋକ ନିର୍ବାଚନ ପ୍ରକ୍ରିୟାକୁ ଆସିପାରୁନାହାନ୍ତି । ବାହୁ ବଳ, ଧନ ବଳ ଓ କ୍ଷମତା ବଳ ବ୍ୟବହାର କରି ପଞ୍ଚାୟତ ଦଖଲ ହେଉଛି । ବିଜୁ ବାବୁଙ୍କ ନାମରେ ବିଜୁ ଜନତା ଦଳ ଗଠନ ହୋଇଛି । ଯେଉଁ କଥା ବିଜୁ ବାବୁ କହିଥିଲେ, ସେଇ କଥା ବିଜୁ ଜନତା ଦଳ ଆଗ ପାଳନ କରୁ । ଆଉ ସବୁ ରାଜନୈତିକ ଦଳକୁ ଏକାଠି କରି ଏପରି ନକରିବା ଲାଗି ପରାମର୍ଶ ଦେଉ । ବିଭେଦ ଓ ଗଣ୍ଡଗୋଳ ସୃଷ୍ଟି କରି ଗ୍ରାମାଞ୍ଚଳରେ ରାଜନୀତିକୁ କଳୁଷିତ କରାନଯାଉ । ପରିଶେଷରେ ପଞ୍ଚାୟତ ନିର୍ବାଚନ ନିରପେକ୍ଷ ହେଉ ବୋଲି ଦାମ ଆହ୍ଵାନ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.