ETV Bharat / city

ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଘଟଣା, ପୋଲିସ ବିରୋଧରେ ହତ୍ୟା ମାମଲା ରୁଜୁ ଦାବି

author img

By

Published : May 3, 2022, 12:12 PM IST

ପାରାଦ୍ବୀପ ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣା । ପୋଲିସ ଅଧିକାରୀ ଏବଂ ଏସପିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କଲା ରାଜନୈତିକ ସଂଗଠନ । ଅଧିକ ପଢନ୍ତୁ

ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଘଟଣା, ପ୍ରତିବାଦରେ ଗଣବିବାଦ

ଭୁବନେଶ୍ବର: ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ବିରୋଧରେ ଗଣ ପ୍ରତିବାଦ ଆରମ୍ଭ ହୋଇଛି । ହାଜତ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀ ଏବଂ ଏସପିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ବିଭିନ୍ନ ମାନବାଧିକାର ତଥା ବିଭିନ୍ନ ରାଜନୈତିକ ସଂଗଠନ ଓ ସାମାଜିକ ସଂଗଠନ ।

ବର୍ତ୍ତମାନ ଅଭୟଚାନ୍ଦପୁର ଥାନାରେ IIC ଥିବା ଜୀବନାନନ୍ଦ ଜେନା ପୂର୍ବରୁ ପୁରୀ ଜିଲ୍ଲାର ବାସେଳିସାହି ଥାନାରେ ଥିବାବେଳେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଥାନାକୁ ଆଣି ତାକୁ ଶାରୀରିକ ନିର୍ଯାତନା ଦେବା ଫଳରେ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିର ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ଫଳରେ ପୋଲିସ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରି ଅତ୍ୟନ୍ତ ତରବରିଆ ଭାବେ ପୋଡ଼ି ଦେଇଥିଲେ । ଅନୁରୂପ ଭାବେ ଅଭୟଚାନ୍ଦପୁର ଥାନାରେ ମନୋରଞ୍ଜନଙ୍କୁ ମଧ୍ୟ ପୋଲିସ ନିର୍ଯାତନା ଦେଇ ମାରି ଦେଇଥିବାର ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଘଟଣା, ନିଜ ଆଡୁ ମାମଲା ରୁଜୁ କଲା OHRC

ମୃତକଙ୍କ ପରିବାରକୁ କୌଣସି ସୂଚନା ନଦେଇ ରାତ୍ରି ୩ଟାରେ ମନୋରଞ୍ଜନଙ୍କ ମୃତଦେହକୁ ତରବରିଆ ଭାବେ ପୋଷ୍ଟମର୍ଟମ କରିଯାଇଥିଲା । ହାଜତ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ ଧାରା ୩୦୨ ଅନୁଯାୟୀ ମକଦ୍ଦମା ରୁଜୁ କରିବା ଓ ନିରପେକ୍ଷ ତଦନ୍ତ ପାଇଁ ଅବିଳମ୍ବେ ଅଭୟଚାନ୍ଦପୁର ଥାନାର IIC ଓ ଜଗତସିଂପୁର ଜିଲ୍ଲାର ଏସପିଙ୍କୁ ସସପେଣ୍ଡ କରିବା ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିବାଦକାରୀ ମାନେ ଦାବି କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.