ETV Bharat / city

ଗ୍ରୋସରୀ ହୋଲସେଲରରୁ କୋଟିପତି ମଦ ବେପାରି, ବାନ୍ଧିଲା ପୋଲିସ

ଗ୍ରୋସରୀ ହୋଲସେଲରରୁ କୋଟିପତି ଚୋରା ମଦବେପାରି, ୬୦ ଲିଟର ବିଦେଶି ମଦ ସହ ୪୦ ଲିଟର ଦେଶି ନଗଦ ଟଙ୍କା ଜବତ କାଲା ପୋଲିସ । ଅଧିକ ପଢନ୍ତୁ...

author img

By

Published : Jul 29, 2021, 8:04 AM IST

ଗ୍ରୋସରି ହୋଲସେଲରରୁ କୋଟିପତି ମଦବେପାରି, ଗଡରେଜରେ ମଦ ଲୁଚାଇ ବିକ୍ରି ବେଳେ ଧରିଲା ପୋଲିସ

ଭୁବନେଶ୍ବର: ଗ୍ରୋସରୀ ହୋଲସେଲରରୁ କୋଟିପତି ଚୋରା ମଦବେପାରି, ଗଡରେଜରେ ମଦ ଲୁଚାଇ ବିକ୍ରି ବେଳେ ଧରିଲା ପୋଲିସ । କମିସନରେଟ ପୋଲିସ ହାତରେ ଏମିତି ଏକ ଚୋରା ମଦ ବେପାରି ଧରାପଡିଛି । ଯାହା ବିଷୟରେ ଜାଣିଲେ ଆପଣବି ହୋଇଯିବେ ତାଜୁବ । ୧୯୮୨ମସିହାରୁ ୨୦୦୫ ପର୍ଯ୍ୟନ୍ତ ଭୁବନେଶ୍ବରର ବଡଗଡ ଥାନା ଅଞ୍ଚଳରେ ଥିଲା ଏକ ବଡ଼ ଗ୍ରୋସରୀ ହୋଲସେଲର । ଅଟା ଚିନିଠୁ ଆରମ୍ଭ କରି ଗ୍ରୋସରୀ ସାମଗ୍ରୀର ହୋଲସେଲ କରୁଥିଲା କେଳା ବସ୍ତି ଶିଭନଗରର ସୁରେନ୍ଦ୍ରନାଥ ସୁତାର।

ଧିରେ ଧିରେ ଆରମ୍ଭ କରିଥିଲା ହୋଲସେଲିଂ ସହ ବେଆଇନ ମଦ ବିକ୍ରି କାରବାର । ଆଉ ଧିରେ ଧିରେ ଲାଭ ଡବଲ ହେବା ପରେ ଗ୍ରୋସରୀ ହୋଲସେଲ ଛାଡି ଚଳାଇଥିଲା ବେଆଇନ ମଦ କାରବାର । ଅର୍ଥାତ୍ ଯଦି କେଉଁଠି ମଦ ନ ମିଳିଲେ ତେବେ ସୁରେନ୍ଦ୍ର ଥିଲା ସଦର ଭଣ୍ଡାର । ଦେଶୀଠୁ ଆରମ୍ଭ କରି ବିଦେଶୀ ନିଜ ଘରେ ଲୁଚାଇ ବିକ୍ରି କରୁଥିଲା।

ଏନେଇ ବହୁବାର ଭରାପଡିଥିଲେ ମଧ୍ୟ ପୋଲିସ ହାବୁଡ଼ରୁ ବହୁବାର ଖସିପଳାଇ ଯାଉଥିଲା ସୁରେନ୍ଦ୍ର । ଏଥର କିନ୍ତୁ ପୋଲିସ ରେଡ ବେଳେ ଧରାପଡ଼ିଛି । ଏନେଇ ପୋଲିସ ଘର ସର୍ଚ୍ଚ ବେଳେ ଘରର ଗଡରେଜ,ଫ୍ରିଜ ଓ ଏପରିକି ରୋଷେଇ ଘରେ ବି ଷ୍ଟକ୍ ରଖିଥିଲା ବିଦେଶୀ ମଦ । ଆଉ ଜବତ ବେଳେ ଧରାପଡ଼ିଥିବା ୬୦ଲିଟର ବିଦେଶି ମଦ ସହ ୪୦ଲିଟର ଦେଶି ନଗଦ ଟଙ୍କା । ତେବେ ସୁରେନ୍ଦ୍ରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ କୋଠା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଥିବା ପୋଲିସ ଜାଣିବାକୁ ପାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.