ETV Bharat / city

ଖୋଲୁଛି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର, ହଲଚଲ ପାଓ୍ବାର କରିଡର

author img

By

Published : Oct 8, 2022, 9:48 PM IST

Updated : Oct 10, 2022, 12:16 PM IST

ଖୋଲିବ ଲେଡି ବ୍ଲାକମେଲରଙ୍କ କଳା ସାମ୍ରାଜ୍ୟର ଗୁମର । ପୋଲିସ ଜବତ କଲା ଅର୍ଚ୍ଚନା ନାଗଙ୍କ ହାର୍ଡ ଡିସ୍କ । ଯାହାକୁ ନେଇ ପାଓ୍ବାର କରିଡରରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ଛାନିଆ ନେତା, ଅଫିସର, ଅଭିନେତା । ସେପଟେ ନେତା ପୋଲିସ ଓ ଅଫିସରକଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଧୀରେ ଧୀରେ ଖୋଲୁଛି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଗୁମର। ଏବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଘାରିଛି ବଦନାମର ଭୟ । କାରଣ ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ସହ ଅନେକ ହାଇପ୍ରୋଫାଇଲ ନେତା ପୋଲିସ ଓ ସରକାରୀ ଅଫିସରଙ୍କ ଫଟୋ । ଯାହାଙ୍କ ସହିତ ମିଳାମିଶା କରୁଥିଲେ ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ । ଅର୍ଚ୍ଚନା ଜେଲରେ ଥିବା ବେଳେ ତାଙ୍କ ଘରୁ ପୋଲିସ ଜବତ କରିଛି ହାର୍ଡଡିକ୍ସ ଓ ପେନଡ୍ରାଇପ । ଯାହାକୁ ନେଇ ପାଓ୍ବାର କରିଡରରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି ।

ସେହିପରି ଆଜି ଅର୍ଚ୍ଚନାଙ୍କ ଏକ ଭିଡିଓ ମଧ୍ୟ ସାମନ୍ନାକୁ ଆସିଛି , ଯେଉଁରେ ସେ ଡିଲ କରୁଥିବା ଜଣାପଡିଛି, ଭାଇରାଲ ଭିଡିଓରେ ସେ ଏକ ତାରାକା ହୋଟେଲରେ ବସିଥିବା ଦେଖିବାକୁ ମିଳିଛି । ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ସହ ଡିଲ କରୁଥିବା ଜଣାପଡିଛି । ଡିଲ ପରେ ଟଙ୍କା ମଧ୍ୟ ମାଗୁଛନ୍ତି । ପ୍ରଥମେ ଅର୍ଚ୍ଚନା କିପରି ବଡବଡିଆଙ୍କୁ ଟ୍ରାପ କରୁଥିଲେ ସେହି ସମୟର ଚାଟିଂର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଭାଇରାଲ ଫଟୋରେ ସେ ଜଣେ ଓକିଲଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି, ସେ କିପରି ପ୍ରଥମେ ବ୍ୟକ୍ତିଙ୍କୁ ନିଜ ମାୟାଜାଲରେ ଫସାଉଥିଲା ତାହା ଏହି ଚାଟିଂରୁ ସ୍ପଷ୍ଟ ବାରି ହୋଇପଡୁଛି । କେବଳ ଏଇ ଗୋଟିଏ ଘଟଣା ନୁହେଁ ଅନେକ ଘଟଣାରେ ସମାନ ଢଙ୍ଗରେ ଅର୍ଚ୍ଚନା କରୁଥିଲେ ବ୍ଲାକ ମେଲ ଆଉ ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା । ଏଭଳି ଏକ ଭିଡିଓ ପରେ ପାଓ୍ବାର କରିଡରରେ ହୋଇଛି ହଲଚଲ ।

ଖୋଲୁଛି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର

ଏହା ମଧ୍ୟ ପଢନ୍ତୁ-ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ, ଅଭିଯୋଗ ପରେ ଗିରଫ ହେଲେ ଲେଡି ବ୍ଲାକମେଲର

ଅର୍ଚ୍ଚନାଙ୍କ ପାଖରେ କେଉଁ କେଉଁ ନେତା ଓ ଅଫିସର ବା ହାଇପ୍ରଫାଇଲ ଲୋକଙ୍କ ଗୁମର ଲୁଚିଛି ? ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ହାର୍ଡଡିସ୍କରେ ସେସବୁ ଭିଡିଓ ରହିଛି କି ନାହିଁ । ଅର୍ଚ୍ଚନାଙ୍କ ବ୍ଲାକ ମେଲର ଶିକାର ହୋଇ କେତେ ଜଣ ଚୁପ ରହିଛନ୍ତି ହାଡଡିକ୍ସରେ ଥିବା ତଥ୍ୟ ଏହି ଗୁମର ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଅର୍ଚ୍ଚନାଙ୍କୁ ଏପରି କାରବାର ସମ୍ପର୍କରେ‌ ପୋଲିସରେ ଅଭିଯୋଗ ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବଡ କଥା ହେଲା ଅର୍ଚ୍ଚନାଙ୍କ ବିରୋଧରେ ଦଫା 120 ବି ଲାଗିଛି, ଅର୍ଥାତ ଅପରାଧିକ ଷଡଯନ୍ତ୍ର । ତେଣୁ ହନିଟ୍ରାପର ଯେଉଁ ଷଡଯନ୍ତ୍ର ରଚୁଥିଲେ ଅର୍ଚ୍ଚନା ସେଥିରେ କେବଳ ସିଏ ନା ଆଉ କେହି ବଡ ବଡିଆ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ ।

ଆଗକୁ ୨୦୨୪ ନିର୍ବାଚନ । ହୁଏତ ସମୟ ସୁବିଧା ଦେଖି ଅର୍ଚ୍ଚନାଙ୍କ ବ୍ଲାକମେଲର ଚାହିଦା ବଢିପାରିଥାନ୍ତା । ୨୪ ନିର୍ବାଚନ ପୂର୍ବରୁ ଅର୍ଚ୍ଚନାଙ୍କ ସାମ୍ରାଜ୍ୟ ଉପରେ ପୋଲିସ ଚଢାଉ କରିଛି । ବେଳ ଥାଉ ଥାଉ ଅର୍ଚ୍ଚନାଙ୍କୁ ଟ୍ରାପ କରି କିଛି ନେତା ଓ ହାଇପ୍ରୋଫାଇଲ ଲୋକଙ୍କୁ ବଞ୍ଚାଇବାକୁ ପୋଲିସ ଉଦ୍ୟମ କରୁନାହିଁ ତ । ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ହଇରାଣ କରିବା ପାଇଁ ଅର୍ଚ୍ଚନାଙ୍କୁ ମୋହରା ବନାଇ ନାହାନ୍ତି ତ । ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ଉଙ୍କି ମାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 10, 2022, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.