ETV Bharat / city

ବୁଲେଟରୁ ବାହାରୁଥିଲା ବିକଟାଳ ଶବ୍ଦ, ସାଇଲେନ୍ସର ଖୋଲିନେଲା ପୋଲିସ

ଆକ୍ସନ ମୁଡରେ ଟ୍ରାଫିକ ପୋଲିସ । ସାଇଲେନ୍ସର ଖୋଲି ବୁଲେଟ ରୋମିଓଙ୍କ ଠାରୁ ଆଦାୟ କରୁଛି ଫାଇନ ।

author img

By

Published : Jul 15, 2019, 10:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦିନ ହଉ କି ରାତି ବୁଲେଟ ରୋମିଓଙ୍କ ଉପରେ ଲଗାମ ଲଗାଇଛି ଟ୍ରାଫିକ ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ବିକଟାଳ ଶବ୍ଦ କରୁଥିବା ଗାଡି ଗୁଡିକର ସାଇଲେନ୍ସର ଜବତ କରିବା ସହ 500 ଟଙ୍କା ଆଦାୟ କରିଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ବୁଲେଟଧାରୀ ମାନେ ସାଇଲେନ୍ସରରୁ ଶ୍ରୃତି କଟୁ ଶବ୍ଦ ସହ ନିଆଁ ବାହାର କି ରାସ୍ତାରେ ଏକ ପ୍ରକାର ଭୟ ସୃଷ୍ଟି କରୁଛନ୍ତି । ଏହା ସହ ବିକଟାଳ ଶବ୍ଦରେ ଅତିଷ୍ଠ ହୋଇପଡିଲେଣି ରାଜଧାନୀବାସୀ । ଶବ୍ଦ ପ୍ରଦୂଷଣ ହେବା ସହ ଏହାର ବେଗ ଅତି ଦୃତ ଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି । ଯେଉଁଥିପାଇଁ ପୋଲିସ ପକ୍ଷରୁ ଏଭଳି ସ୍ବାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି ।

ଏନେଇ ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ଏଜି ଛକ, ଶିଶୁଭବନ ଛକ, କଳ୍ପନା ଛାକ, ହାଉସିଂ ବୋର୍ଡ ଛକ ଓ ରାଜଧାନୀର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ । ଏହାକୁ ନେଇ ବୁଲେଟ ରୋମିଓଙ୍କୁ ସାବାଡ଼ କରିବାକୁ କମିଶନରେଟ ପୋଲିସ ଆକ୍ସନ ମୁଡକୁ ଆସିଛି ।

ସୋମବାର ପ୍ରାୟ 20ଟି ବୁଲେଟ ର ସାଇଲେନ୍ସରକୁ ଜବତ କରାଯାଇଥିବାବେଳେ ଏପରି ଭାବରେ ଚେକିଂ ଆଗକୁ କଡାକଡି କରାଯିବ ବୋଲି କହିଛନ୍ତି ଟ୍ରାଫିକ ଏସିପି କିଶୋର ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବୁଲେଟ ରୁ ଆଉ ସୁଭିବନି ବିକଟାଳ ଶବ୍ଦ, ପୋଲିସ ଖୋଲିଲା ସାଇଲେଂସର୍Body:ବୁଲେଟ ରୁ ଆଉ ସୁଭିବନି ବିକଟାଳ ଶବ୍ଦ, ପୋଲିସ ଖୋଲିଲା ସାଇଲେଂସର୍Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.