ETV Bharat / city

ରାଜଧାନୀରେ ରେଡ୍, ଲକ୍ଷ୍ମୀସାଗରରୁ ଧରାପଡିଲେ ୨ ରୂପଜୀବୀ

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବଡଗଡ କେନାଲ ରୋଡରେ ଥିବା ସାଇଶ୍ରୀ ଭିଲ୍ଲାରୁ ୨ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଗ୍ରାହକଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ଅଧିକ ପଢନ୍ତୁ...

author img

By

Published : Mar 31, 2021, 12:31 PM IST

Updated : Mar 31, 2021, 5:38 PM IST

ଲକ୍ଷ୍ମୀସାଗରରୁ ଧରାପଡିଲେ ୨ ଯୁବତୀ, ୨ ଯୁବକ
ଲକ୍ଷ୍ମୀସାଗରରୁ ଧରାପଡିଲେ ୨ ଯୁବତୀ, ୨ ଯୁବକ

ଭୁବନେଶ୍ବର: ରାଜଧାନୀରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ। ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବଡଗଡ କେନାଲ ରୋଡରେ ଥିବା ସାଇଶ୍ରୀ ଭିଲ୍ଲାରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ।

ମେଟ୍ରୋସିଟି ଢାଞ୍ଚାରେ ଚାଲିଥିଲା ସେକ୍ସ ରାକେଟ କାରବାର। ଦେହ ବ୍ୟବସାୟ କରୁଥିଲେ ଇଭେଣ୍ଟ ମ୍ୟାନେଜର। ପୁରୀର ଜଣେ ଇଭେଣ୍ଟ ମ୍ୟାନେଜର କିଙ୍ଗପିନ ଯୁବତୀଙ୍କ ସହ ଜଣେ କେନ୍ଦ୍ରାପଡାର ରୂପଜୀବୀକୁ ଉଦ୍ଧାର କରିଛି।

ଲକ୍ଷ୍ମୀସାଗର ସାଇଶ୍ରୀ ଭିଲ୍ଲାରେ ପୋଲିସ ରେଡ
ଲକ୍ଷ୍ମୀସାଗର ସାଇଶ୍ରୀ ଭିଲ୍ଲାରେ ପୋଲିସ ରେଡ

ଚଢାଉ ବେଳେ ଯୁବତୀଙ୍କ ହାଇପ୍ରଫାଇଲ ସେକ୍ସ ରାକେଟର ଗୁମର ଖୋଲିଥିଲା ପୋଲିସ। ପ୍ରଥମେ ମେଡ଼ିକାଲ ଛାତ୍ରୀ କହି ପରେ ପ୍ରମାଣ ନଦେଖାଇ ପାରିବାରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଗ୍ରାହକକୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଆପତ୍ତିଜନକ ସାମଗ୍ରୀ ସହ ଏକ ବୁଲେଟ ଜବତ କରିଛି ପୋଲିସ।

ଲକ୍ଷ୍ମୀସାଗରରୁ ଧରାପଡିଲେ ୨ ଦେହଜୀବୀ

ଏହାସହ ଏମାନଙ୍କ ସହ ରାତି କାଟିବାକୁ ଆସିଥିବା ଗଞ୍ଜାମର ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ। ତେବେ ମେଡିକାଲ ଛାତ୍ରୀ ରହିବା ବାହାନାରେ ଫ୍ଲାଟ କିଣାଯାଇଥିବା ରେଡ ବେଳେ ପୋଲିସ ଜାଣିବାକୁ ପାଇଛି ।

ଆଉ ଏହି ଫ୍ଲାଟରେ ରହୁଥିଲେ ଇଭେଣ୍ଟ ମ୍ୟାନେଜର ତଥା ଫ୍ଲାଟ ମାଲିକ। ଯେକି ଇଭେଣ୍ଟ ପାର୍ଟିକୁ ରୂପଜୀଵୀ ଯୋଗାଉଥିଲେ। ଏଥିପାଇଁ ଇଭେଣ୍ଟ ମ୍ୟାନେଜର ଜରିଆରେ ପାର୍ଟିକୁ ଆସୁଥିବା ଗ୍ରାହକ ଯୋଗାଡ଼ କରୁଥିଲେ। ପାର୍ଟିରେ ଗ୍ରାହକ ଫିକ୍ସ ହେଲେ ଆରମ୍ଭ ହେଉଥିଲା ମୁଲଚାଲ।

ଅଧିକାଂଶ ସମୟରେ ହାଇପ୍ରାଫୋଇଲ ଢ଼ଙ୍ଗରେ ଯୁବତୀମାନଙ୍କୁ ଗ୍ରାହକଙ୍କ ସହ ରାତି ବିତାଇବାକୁ ନିଜ ଫ୍ଲାଟକୁ ବ୍ୟବହାର କରୁଥିଲେ। ତେବେ ବାରମ୍ବାର ପଡୋଶୀଙ୍କ ଅଭିଯୋଗ ପରେ କମିସନରେଟ ପଲିସ ରେଡ କରିବା ପରେ ଏଭଳି ଅନୈତିକ କାମର ଖୁଲାସା ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 31, 2021, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.