ETV Bharat / city

‘ରଙ୍ଗ ସାଇଡ ଏଣ୍ଟ୍ରି ଯୋଗୁଁ ବଢୁଛି ଟ୍ରାଫିକ ଟେନସନ’

ଦିନକୁ ଦିନ ରାଜଧାନୀବାସୀଙ୍କ ଚିନ୍ତା ବଢାଉଛି ଟ୍ରାଫିକ ସମସ୍ୟା । ପୋଖରୀପୁଟରେ ପୋଲିସ ପବ୍ଲିକ ମିଟିଂରେ କମିସନରଙ୍କ ଆଗରେ ଏପରି ଅଭିଯୋଗ ବାଢିଛନ୍ତି ରାଜଧାନୀବାସୀ ।

author img

By

Published : Jun 11, 2019, 11:11 PM IST

Updated : Jun 11, 2019, 11:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟ୍ରାଫିକ ପାଇଁ ସହର ବାସୀଙ୍କ ବଢୁଛି ଟେନସନ । ଦୀର୍ଘ ସମୟ ରାସ୍ତା ଉପରେ ଲୋକଙ୍କ ସମୟ କଟୁଛି । ରଙ୍ଗ ସାଇଡ ଏଣ୍ଟ୍ରି ସାଜୁଛି ଅଡୁଆ । କିଏ କେଉଁ ଦିଗରୁ ଆସୁଛି ସେନେଇ ଜଣାପଡୁନି ଫଳରେ ଦୁର୍ଘଟଣା ଶିକାର ହେଉଛନ୍ତି ଲୋକେ । ଭୁବନେଶ୍ବର ଜୋନ୍‌ ୨ ଏସିପିଙ୍କ ଅଧିନରେ ଆସୁଥିବା ଲିଙ୍ଗରାଜ,ଏୟାରପୋର୍ଟ,ଏୟାରଫିଲଡ ଓ ଧଉଳି ଥାନା ଅଞ୍ଚଳର ଲୋକ ଆଣିଛନ୍ତି ଏପରି ଅଭିଯୋଗ । ପୋଖରୀପୁଟରେ ପୋଲିସ ପବ୍ଲିକ ମିଟିଂରେ କମିସନରଙ୍କ ଆଗରେ ଏପରି ଅଭିଯୋଗ ବାଢିଛନ୍ତି ସହରବାସୀ । ଏହାଛଡା ଏହି ପୋଲିସ-ଜନତା ସମ୍ପର୍କ ଶିବିରରେ ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଆଲୋଚନା କରାଯାଇଛି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅଭିଯୋଗ ଅନୁସାରେ ବିନା ଲାଇସେନ୍ସ ଓ ଯୁବପିଢିଙ୍କ ମଧ୍ୟପେ ଦ୍ରୁତ ଗାଡି ଚାଳନା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଛି। ଏହା ସହ ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ ଓ ପେଟ୍ରୋଲିଂ ଅଭାବ ଯୋଗୁ ଉଦ୍‌ଭ୍ରାନ୍ତ ଯୁବକ ଉତ୍ପାତ କରୁଛନ୍ତି । ଏସବୁ କଡାକଡି କରିବାକୁ ଅନୁରୋଧ କରିଛନ୍ତି ରାଜଧାନୀବାସୀ । ଏପରିକି ସ୍ଥାନୀୟ ଅଞ୍ଚଳରେ ନିଶା କାରବାର ଓ ଲୁଟପାଟ କରି ପୁରୀ ,ଜଟଣି ଓ ଜାଗମରା ରାସ୍ତା ଦେଇ ଖସିଯାଉଛନ୍ତି ଅନେକ ଅଭିଯୁକ୍ତ । ଏ ନେଇ କଡା ନଜର ରଖିବାକୁ ପୋଲିସ କମିସନରଙ୍କୁ ଜଣାଇଛନ୍ତି ସ୍ଥାନୀୟ ଜନସାଧାରଣ ।

ଏହି ବୈଠକରେ ପୋଲିସ ସହାୟତାରେ ମାଗଣା ସ୍ବାସ୍ଥ ଚିକିତ୍ସା କରାଯାଇ ବରିଷ୍ଠ ନାଗରିଙ୍କ ସ୍ବାସ୍ଥ ଚିକିତ୍ସା କରାଯାଇଛି । ଏହି ବୈଠକରେ ପୋଲିସ କମିସନର କହିଛନ୍ତି ଏହା ଏକ ମାଧ୍ୟମ ଯାହା ଜରିଆରେ ଲୋକ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ସେ ଦିଗରେ ଆମେ ତୁରନ୍ତ ପଦକ୍ଷେପ ନେଇ ସମାଧାନ କରିବାକୁ ସ୍ଥାନୀୟ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ପୋଲିସ କମିସନର ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ରଙ୍ଗ ସାଇଡ ଏଣ୍ଟ୍ରି ନେଇ ବଢୁଛି ଟ୍ରାଫିକ ଟେନସନ

ଟ୍ରାଫିକ ପାଇଁ ସହର ବାସୀଙ୍କ ବଢୁଛି ଟେନସନ।ଦିର୍ଘ ସମୟ ରାସ୍ତା ଉପରେ ଲୋକଙ୍କ ସମୟ କଟୁଛି। ରଙ୍ଗ ସାଇଡ ଏଣ୍ଟ୍ରି ନେଇ ଟେନସନ ବଢୁଛି। କିଏ କେଉଁପଟୁ ଆସୁଛି ସେନେଇ ଜଣାପଡୁନି ଫଳରେ ଦୁର୍ଘଟଣା ଶିକାର ହେଉଛନ୍ତି ଲୋକେ। ଜୋନ ୨ ଏସିପି ଙ୍କ ଅଧିନରେ ଆସୁଥିବା ଲିଙ୍ଗରାଜ,ଏୟାରପୋର୍ଟ,ଏୟାରଫିଲଡ ଓ ଧଉଳି ଥାନା ଅଂଚଳର ଲୋକ ଆଣିଛନ୍ତି ଏପରି ଅଭିଯୋଗ। ପୋଖରିପୁଟରେ ପୋଲିସ ପବ୍ଲିକ ଭାବବିନିମୟ ବୈଠକ ସମୟର କମିସନରଙ୍କ ଆଗରେ ଏପରି ଅଭିଯୋଗ ବାଢିଛନ୍ତି ସହରବାସୀ। କହିଛନ୍ତି ବିନା ଲାଇସେନ୍ସ ଓ କମ ଏଜର ଯୁବକ ରଙ୍ଗ ସାଇଡରୋ ସ୍ପିଡି ବାଇକିଂ ଯୋଗୁ ବିଭିନ୍ନ ସମସ୍ଯା ଉପୁଜୁଛି।ପୋଲିସ ଚେକିଂ  ଓ ପାଟ୍ରଲି ଅଭାବ ଯୋଗୁ ଏପରି ଉତ୍ପାତ କରୁଛନ୍ତି।ଏସବୁ କଡା କଡି କରିବାକୁ ଅନୁରୋଧ କରିଛନ୍ତି ଏପରିକି ସ୍ଥାନୀୟ ଅଂଚଳରେ ନିଶା କାରବାର ଓ ଲୁଟପାଟ କରି ପୁରି କିମ୍ବା ଜଟଣି କୁ ଜାଗମରା ରାସ୍ତା ଦେଇ ଖସିଯାଉଛନ୍ତି  ଅନେକ ଅଭିଯୁକ୍ତ । ଏ ନେଇ କଡା ନଜର ରଖିବାକୁ ପୋଲିସ କମିସନରଙ୍କୁ ଜଣାଇଛନ୍ତି ସ୍ଥାନୀୟ ଜନସାଧାରଣ। ତେବେ ଏହି ବୈଠକରେ ପୋଲିସ ସହାୟତାରେ ମାଗଣା ସ୍ବାସ୍ଥ ଚିକିତ୍ସା କରାଯାଇ ବରିଷ୍ଠ ନାଗରିଙ୍କ ସ୍ବାସ୍ଥ ଚିକିତ୍ସା କରାଯାଇଛି।ତେବେ ପୋଲିସ କମିସନର କହିଛନ୍ତି ଏହା ଏକ ମାଧ୍ଯମ ଯାହା ଜରିଆରେ ଲୋକ ନିଜ ଅଂଚଳର ସମସ୍ଯା ସମ୍ପର୍କରେ ଅବଗତ କରାଇଛନ୍ତି ସେ ଦିଗରେ ଆମେ ତୁରନ୍ତ ପଦକ୍ଷେପ ନେଇ ସମାଧାନ କରିବାକୁ ସ୍ଥାନୀୟ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି।

ବାଇଟ-ଆସଫର ଇକବାଲ,ପୁର୍ବତନ କର୍ପୋରେଟର ପୋଖରିପୁଟ
ବାଇଟ- ସତ୍ଯଜିତ ମହାନ୍ତି ,ପୋଲିସ କମିସନର
ଭିଜୁଆଲ ଓ ବାଇଟ ମୋଜୋରେ

Last Updated : Jun 11, 2019, 11:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.