ETV Bharat / city

ମହିଳାଙ୍କ ପ୍ରତିକାତ୍ମକ ଫଟୋର ପୋଷ୍ଟର ଜାରି, ପୋଲିସ ଖୋଜୁଛି ଫାଣ୍ଡି କଙ୍କାଳର ପରିଚୟ

author img

By

Published : Mar 24, 2021, 2:01 PM IST

Updated : Mar 24, 2021, 4:59 PM IST

ବରମୁଣ୍ଡା ବସଷ୍ଟାଣ୍ଡ, ଜାଆଁଳା ଫାଣ୍ଡି ଅଞ୍ଚଳ, ସିଆରପି, ସିଭି ରମଣ କଲେଜ ପାଖାପାଖି ଆଦି ଅଞ୍ଚଳରେ ପୋଷ୍ଟର ମାରିଛନ୍ତି କମିସନରେଟ ପୋଲିସ ଅଧିକାରୀ।

ଲାଗିଲା ମହିଳାଙ୍କର ପ୍ରତିକାତ୍ମକ ଫଟୋ
ଲାଗିଲା ମହିଳାଙ୍କର ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ମୃତ ମହିଳାଙ୍କ ପରିଚୟ ଜାଣିବାକୁ ଜନଗହଳିପୂର୍ଣ୍ଣ ବିଭିନ୍ନ ସ୍ଥାନରେ କଙ୍କାଳ ସ୍କେଚର ପୋଷ୍ଟର ମାରିଲା କମିଶନରେଟ ପୋଲିସ । ବରମୁଣ୍ଡା ବସଷ୍ଟାଣ୍ଡ, ଜାଆଳା ଫାଣ୍ଡି ଅଞ୍ଚଳ, ସିଆରପି, ସିଭି ରମଣ କଲେଜ ପାଖାପାଖି ଆଦି ଅଞ୍ଚଳରେ ପୋଷ୍ଟର ମାରିଛନ୍ତି କମିସନରେଟ ପୋଲିସ ଅଧିକାରୀ।

ମହିଳାଙ୍କ ସ୍କେଚ ଲଗାଇଲା ପୋଲିସ

ଯେଉଁଭଳି ଭାବେ କଟାମୁଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଥିଲା ସେହିପରି ଜାଆଁଳା କଙ୍କାଳ ଘଟଣାରେ ମହିଳାଙ୍କର ପରିଚୟ ପାଇ ଏପରି ପୋଷ୍ଟର ମରାଯାଇଛି। ମୃତ ମହିଳାଙ୍କ ବୟସ ପ୍ରାୟ 35 ରୁ 45 ବର୍ଷ ହେବା ନେଇ ଅନୁମାନ କରାଯାଉଛି । ଏହାସହ ମହିଳା ଜଣଙ୍କ ଯକ୍ଷ୍ମା ରୋଗାକ୍ରାନ୍ତ ଥିବା ମଧ୍ୟ ପୋଷ୍ଟରରେ ଉଲ୍ଳେଖ କରାଯାଇଛି ।

ଏପରି କି ଜାରି କରାଯାଇଥିବା ଏହି ପୋଷ୍ଟରରେ ମହିଳାଙ୍କ ତିନୋଟି ପ୍ରତିକାତ୍ମକ ଛବି ସହ ମହିଳାଙ୍କ ବୟସ, ଉଚ୍ଚତା ଓ ଜବତ ସାମଗ୍ରୀର ଦିଆଗଲା ତଥ୍ୟ, ଏହାସହ ମହିଳା ପିନ୍ଧିଥିବା ସ୍ବେଟର ଚୁଡି ବାବଦରେ ତଥ୍ୟ ଦିଆଯାଇଛି। କମିସନରେଟ ପୋଲିସ ଅଧିକାରୀ ଆଶା ରଖିଛନ୍ତି, ଏଭଳି ଭାବେ ମହିଳାଙ୍କର ପରିଚୟ ଖୋଜିବାରେ ସଫଳ ହେବେ। ଯଦି କେହି ଏହି ମହିଳାଙ୍କ ବିଷୟରେ ଜାଣିଥାନ୍ତି । ତେବେ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 24, 2021, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.